ETV Bharat / state

୨ଘଣ୍ଟା ପରେ ରେଜଲ୍ଟ ଦେଖିଲେ ଛାତ୍ରଛାତ୍ରୀ; ଦଶମ ପରୀକ୍ଷା ଦେଇନଥିଲେ, ଯୁକ୍ତ ୨ ରେଜଲ୍ଟ ନେଇ ଉତ୍ସାହିତ

author img

By

Published : May 31, 2023, 6:12 PM IST

ସର୍ଭର୍‌ ଡାଉନ୍‌ ଯୋଗୁଁ ପରୀକ୍ଷା ଫଳ ପ୍ରକାଶର ଦୁଇ ଘଣ୍ଟା ପରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖି ପାରିଛନ୍ତି । ତେବେ ଏମାନେ କୋଭିଡ୍‌ କାରଣରୁ ଦଶମ ପରୀକ୍ଷା ଦେଇପାରିନଥିଲେ । ସେଥିପାଇଁ ଯୁକ୍ତ ୨ ରେଜଲ୍ଟକୁ ନେଇ ଉତ୍ସାହିତ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଯୁକ୍ତ ୨ ରେଜଲ୍ଟକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଫଳ ପ୍ରକାଶର ଦୁଇ ଘଣ୍ଟା ପରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖି ପାରିଛନ୍ତି । ପ୍ରଥମେ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା । ୱେବସାଇଟର ଲିଙ୍କ୍‌ ଖୋଲୁନଥିବାରୁ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଦେଖିବାରୁ ବଞ୍ଚିତ ହୋଇଥିଲେ । ଏପରି ସମସ୍ୟା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଟ୍ବିନ୍‌ ସିଟି କଟକ, ଭୁବନେଶ୍ବର, ବାଲେଶ୍ବର ଓ ଗଞ୍ଜାମ ପରି ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସନ୍ତୋଷ ପ୍ରକାଶ ପାଇଥିଲା ।

ଫଳ ପ୍ରକାଶର ଦୁଇ ଘଣ୍ଟା ପରେ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସହରରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିଛନ୍ତି । ୱେବସାଇଟ ଖୋଲିବା ପରେ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଫଳାଫଳ ଦେଖି କଲେଜ କ୍ୟାମ୍ପସରେ ସେଲିବ୍ରେସନ କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ କୋଭିଡ ସମୟରେ ଦଶମ ଶ୍ରେଣୀରେ ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ତେବେ ଚଳିତ ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଆଶା ଏବଂ ଆକାଂକ୍ଷା ରହିଛି । ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା ଅନୁସାରେ ବିଜ୍ଞାନରେ ୭୭ ହଜାର ୪୬୮ ରେଗୁଲାର ପିଲା ପାସ କରିଥିବା ବେଳେ ୧୪୭୦ ଏକ୍ସରେଗୁଲାରରେ ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ବିଜ୍ଞାନରେ ପାସହାର ୮୪.୯୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ମୋଟ ୮୧.୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ନୟାଗଡରେ ପାସହାର ସର୍ବାଧିକ ରହିଛି ।

ତେବେ ଏନେଇ ଜଣେ ମେଧାବୀ ଛାତ୍ର କହିଛନ୍ତି, "ଯେତିକି ରହିବା ନେଇ ଆଶା କରିଥିଲୁ, ସେହି ଅନୁସାରେ ଅଧିକା ରହିଛି । ଭଲ ରେଜଲ୍ଟ ହୋଇଛି । ଆଗକୁ ମଧ୍ୟ ଯୁକ୍ତ ତିନି ପଢ଼ିବି ।" ଡିଜି ଲକରରେ ସାର୍ଟିଫିକେଟ ବ୍ୟବସ୍ଥାକୁ ସେ ସ୍ଵାଗତ କରିବା ସହ ଅନେକ ପିଲାମାନେ ଏହାଦ୍ବାରା ସହଯୋଗ ପାଇପାରିବେ ବୋଲି କହିଛନ୍ତି । ଏପଟେ ଅନ୍ୟ ଜଣେ ଛାତ୍ରୀ କହିଛନ୍ତି, "୯୦% ଆଶା ରହିଥିବା ବେଳେ ୮୮% ମାର୍କ ରହିଛି । ତେବେ କେଉଁଠି ମାର୍କ କମିଛି ତାହା ଜଣାପଡ଼ିନାହିଁ । ମେଡିକାଲ ପଢିବା ପାଇଁ ଇଚ୍ଛା ରଖିଛି ।"

ଆଗକୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ କହିଛନ୍ତି ଛାତ୍ରୀ । ଏହାସହ ଡିଜି ଲକରକୁ ବ୍ୟବସ୍ଥାକୁ ମଧ୍ୟ ସେ ସ୍ଵାଗତ କରିଛନ୍ତି । ସାର୍ଟିଫିକେଟ ପାଇଁ ପିଲାମାନେ ଯେଉଁଭଳି ଦୀର୍ଘ ସମୟ ଧରି ଅପେକ୍ଷା କରୁଥିଲେ, ତାହା ଏବେ ହାତ ପାହାନ୍ତାରେ ମିଳିବ । ଏପଟେ ଆଉ ଜଣେ ମେଧାବୀ ଛାତ୍ର କହିଛନ୍ତି, "ଆଶା ଥଲା ଅଧିକ ମାର୍କ ଆଣିବା ପାଇଁ, କିନ୍ତୁ ୯୩% ମାର୍କ ରହିଛି । କୋଭିଡ ପାଇଁ ଆମେ ଦଶମ ଶ୍ରେଣୀ ପରୀକ୍ଷା ଦେଇନଥିଲୁ । ତେଣୁ ଏଭଳି ପରୀକ୍ଷାର ମଜା ଜାଣିନାହିଁ । କିନ୍ତୁ ଯୁକ୍ତ ୨ ରେଜଲ୍ଟକୁ ନେଇ ଯେତେବେଳେ ଫଳ ପ୍ରକାଶ ପାଇଲା, ତାହା ଜୀବନର ପ୍ରଥମ ପରୀକ୍ଷା ବା ପ୍ରଥମ ସୋପାନ ଅଟେ । ଆଗକୁ ମଧ୍ୟ ଅନେକ ପାହାଚ ଚଢ଼ିବାର ଅଛି । ତେଣୁ ତାହା ଉପରେ ଅଧିକ ଫୋକୋସ କରିବି ।" ଆଗକୁ ଆଇଏଏସ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.