ETV Bharat / state

କଟ ଅଫ୍ ମାର୍କ ନେଇ ଚାଲିଛି ଅଙ୍କକଷା, ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ

author img

By

Published : May 20, 2023, 7:51 PM IST

କଟ ଅଫ ମାର୍କ ନେଇ ଛାତ୍ରଛାତ୍ରୀଙ୍କ ବଢିଲା ଚିନ୍ତା । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଫଳ ପ୍ରକାଶ ପାଇଥିବାରୁ ମନ ପସନ୍ଦର କଲେଜରେ ପଢିବା ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ପ୍ରକଟ । ଅଧିକ ପଢ଼ନ୍ତୁ

plus two cut off marks
ଯୁକ୍ତ ଦୁଇ କଟ ଅଫ ମାର୍କ
ଯୁକ୍ତ ଦୁଇ କଟ ଅଫ ମାର୍କ

ଭୁବନେଶ୍ବର: ଯୁକ୍ତ ଦୁଇ କଟ ଅଫ ମାର୍କକୁ ନେଇ ଚାଲିଛି ଅଙ୍କକଷା। ନିଜ ପସନ୍ଦର କଲେଜରେ ନାମ ଲେଖିବା ନେଇ ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଫଳ ପ୍ରକାଶ ପାଇଥିବାରୁ କଟ ଅଫ ମାର୍କ ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କଟ ଅଫ ମାର୍କ ଅଧିକ ଯିବାର ଅନୁମାନ କରାଯାଉଛି । ଯାହା ଫଳରେ 90ରୁ ଅଧିକ ପ୍ରତିଶତ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କଲେଜରେ ପଢିବା ପାଇଁ ଚିନ୍ତାରେ ପଡିଛନ୍ତି ।

ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସହାର ଗତ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ପାସ ହାର୯୬.୪୦ ପ୍ରତିଶତ ମାର୍କ ରହିଛି। ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ରେଜଲ୍ଟ ମଧ୍ୟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, "ଚଳିତ ଶିକ୍ଷା ବର୍ଷରେ ଆବଶ୍ୟକ ହେଲେ ଯୁକ୍ତ ଦୁଇ ସିଟ ସଂଖ୍ୟା ବଢ଼ାଯିବ । ଉପାନ୍ତ ଜିଲ୍ଲା ଗୁଡିକରେ ଆବଶ୍ୟକତା ଦେଖି ସିଟ ବୃଦ୍ଧି କରାଯିବ। ପିଲାମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାରର ପଦକ୍ଷେପ ସରକାର ଗ୍ରହଣ କରିବେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ସିଟ ବୃଦ୍ଧିକୁ ନେଇ ସୋମବାର ଦିନ ବିଭାଗୀୟ ଅଧିକାରୀଙ୍କ ଏକ ବୈଠକ ବସିବ । ସେଥିରେ ଯାହା ନିଷ୍ପତ୍ତି ନିଆଯିବ ତାହା ଲାଗୁ କରାଯିବ।"

ସୂଚନା ଅନୁଯାୟୀ, ଚାଲିବ ବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ସବୁ ପିଲା ଯୁକ୍ତ ଦୁଇ ସିଟ ନପାଇବା ନେଇ ଆଶଙ୍କା ସୃଷ୍ଟି ହେଲାଣି । ଚଳିତ ମାସ ୧୦ ତାରିଖରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। CBSE ରେଜଲ୍ଟକୁ ପଛରେ ପକାଇଛି ରାଜ୍ୟ ବୋର୍ଡ । CBSE ବୋର୍ଡ ପରୀକ୍ଷାର ପାସହାର ୯୩.୧୨ ପ୍ରତିଶତ ମାର୍କ ରହିଥିବା ବେଳେ BSEରେ ପାସହାର ୯୬.୪୦ ପ୍ରତିଶତ ରହିଛି ।

ଗତ ବର୍ଷ ରାଜ୍ୟରେ ଥିବା ପ୍ରମୁଖ ଯୁକ୍ତ ଦୁଇ କଲେଜ ଗୁଡିକର କଟ ଅଫ ମାର୍କର ତଥ୍ୟ

ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାପୀଠରେ କଳାରେ 80%, ବାଣିଜ୍ୟରେ 74.64% ଓ ବିଜ୍ଞାନରେ 91.00% କଟ ଅଫ ମାର୍କ ରହିଥିଲା। ସେହିଭଳି ରମାଦେବୀ କଲେଜରେ କଳାରେ କଟ ଅଫ ମାର୍କ ରହିଥିଲା 77.33%, ବିଜ୍ଞାନରେ 86.83 ଓ ବାଣିଜ୍ୟରେ 54.83% । ସେହିଭଳି ଭାବରେ କଟକର ରେଭେନ୍ସା ଜୁନିଅର କଲେଜରେ କଳାରେ ଥିଲା 82.17%, ବାଣିଜ୍ୟରେ 81.83% ଓ ବିଜ୍ଞାନରେ ଥିଲା 92.67% । ଶୈଳବାଳା କଲେଜରେ କଳାରେ 77.67%, ବିଜ୍ଞାନରେ 86.17% ଓ ବାଣିଜ୍ୟରେ 75% କଟ ଅଫ ମାର୍କ ରହିଥିଲା । ବାଲେଶ୍ଵର ଫକୀର ମୋହନ କଲେଜରେ କଳାରେ 80.17%, ବିଜ୍ଞାନରେ 91.17% ଓ ବାଣିଜ୍ୟରେ 33.33 ପ୍ରତିଶତ ମାର୍କ ରହିଥିଲା ।

ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ସହ ହଜାର ହଜାର ଛାତ୍ରଛାତ୍ରୀ ମାନେ ଡିପ୍ଲୋମା ଏବଂ ଆଇଟିଆଇରେ ମଧ୍ୟ ନାମ ଲେଖାଇଥାନ୍ତି । ତେଣୁ ଅନେକ ପିଲାମାନେ ଡିପ୍ଲୋମା ଏବଂ ଆଇଟିଆଇରେ ନାମ ଲେଖାଇବା ପାଇଁ ପସନ୍ଦ କରିବେ । ତେବେ ଏନେଇ ଯୁକ୍ତ ଦୁଇରେ ସିଟ ସଂଖ୍ୟା କମିଯାଇପାରେ । ଅର୍ଥାତ ଯୁକ୍ତ ଦୁଇରେ ସିଟ ଖାଲି ପଡ଼ିବ ବୋଲି ଆଶା କରାଯାଉଛି । ତେବେ ରାଜ୍ୟରେ 2067 ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ରହିଛି ୫ ଲକ୍ଷ ୯ ହଜାର । ଅନ୍ୟପଟେ ରାଜ୍ୟରେ 476ଟି ଆଇଟିଆଇ କଲେଜ ରହିଥିବା ବେଳେ ମୋଟ ସିଟ ରହିଛି 80 ହଜାର 560 ଓ 159ଟି ଡିପ୍ଲୋମା କଲେଜରେ ମୋଟ ସିଟ ସଂଖ୍ୟା 76 ହଜାର 109ଟି ସିଟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.