ଖୋର୍ଦ୍ଧା:ପଥର ବୋଝେଇ ଟ୍ରାକ୍ଟର ଜବତ । ସୋମବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଞ୍ଚଳରୁ ଏକ ଚୋରା ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି।
ଘଟଣାରୁ ପ୍ରକାଶ, ସରକାରୀ ରାଜସ୍ବକୁ ଠକି ପଥରକୁ ମାଫିଆମାନେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଭଲ ମୁନାଫା ଉଠାଉଛନ୍ତି।
ଏନେଇ ବେଗୁନିଆ ତହସିଲଦାର ନିଦ୍ଦେର୍ଶକ୍ରମେ ସିକୋ ରାଜସ୍ୱ ନିରୀକ୍ଷକ ହଜ ଅଞ୍ଚଳରୁ ବେଗୁନିଆ ଆସୁଥିବା ଏକ ପଥର ବୋଝେଇ ଟ୍ରାକ୍ଟର ଗାଡିକୁ ଜବତ କରିଛନ୍ତି । ଏଥିସହ ସିକୋ ପୋଲିସକୁ ଜିମା ଦେଇଛନ୍ତି।
ଆଗକୁ ଏହି ମାଫିଆଙ୍କ ଏପରି ବେଆଇନ ବାଲି, ମାଟି, ପଥର, ମୋରମ ଚାଲାଣକୁ ରୋକିବା ନିମନ୍ତେ ଚଢ଼ାଉ ଜୋରଦାର କରାଯିବ ବୋଲି ବେଗୁନିଆ ତହସିଲଦାର କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ