ETV Bharat / state

ଖୋଲିବ ଛୋଟା ସାମ୍ରାଜ୍ୟର ଗୁମର, 3 ଦିନିଆ ରିମାଣ୍ଡରେ ଛୋଟା - 3 ଦିନିଆ ରିମାଣ୍ଡରେ ଛୋଟା

କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ଛୋଟାକୁ 3 ଦିନିଆ ରିମାଣ୍ଡରେ ନେଇଛି ଏସଟିଏଫ । ଖୋଲିବ ତାର କଳା ସାମ୍ରାଜ୍ୟର ଗୁମର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 18, 2019, 4:49 PM IST

ଖୋର୍ଦ୍ଧା: ଖୋଲିବ ବେଆଇନ ନିଶା ଓ ଖଣି କାରବାରର ଗୁମର । ପଦାକୁ ଆସିବ ଛୋଟା ସାମ୍ରାଜ୍ୟର ଅଦେଖା ସତ । ତିନି ଦିନିଆ ରିମାଣ୍ଡରେ ଆସିଛି କୁଖ୍ୟାତ ଡ୍ରଗ୍ସ ମାଫିଆ ଶୁଭ୍ରାଂଶୁ ପରିଡା ଓରଫ ଛୋଟା । ଖୋର୍ଦ୍ଧା ଏସଟିଏଫ ଡିଏସପି ପ୍ରବୀଣ କୁମାର ତ୍ରିପାଠୀ ଛୋଟାକୁ 3 ଦିନିଆ ରିମାଣ୍ଡରେ ନେଇଛନ୍ତି । ତାକୁ 7 ଦିନିଆରେ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା ମାତ୍ର କୋର୍ଟ 3 ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଗତ 9 ତାରିଖରେ କୋର୍ଟରେ ଆତ୍ମହତ୍ୟା ସମର୍ପଣ କରିଛି ଛୋଟା । ପୂର୍ବରୁ ଜୁନ 31 ତାରିଖରେ ଏକ ହୋଟେଲ ନିକଟରୁ ନିଜ ସହଯୋଗୀଙ୍କ ସହ ଡକାୟତି ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ଏସଟିଏଫ । ହେଲେ ପୋଲିସ ଆଖିରେ ଚକମା ଦେଖାଇ ଖସି ଯିବାରେ ସଫଳ ହୋଇଥିଲା ଛୋଟା । ପରେ ସେ ଆତ୍ମସମର୍ପଣ କରିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଡ୍ରଗ୍ସ ମାଫିଆ ଛୋଟାକୁ ତିନିଦିନ ରିମାଣ୍ଡରେ ନେଲା ଏସ୍ଟିଏଫ

ଖୋର୍ଦ୍ଧା : ଏସ୍ଟିଏଫ ନଜରରେ ଲୁଚକାଳି ଖେଳୁଥିବା ନିଶା ମାଫିଆ ଛୋଟା ଶେଷରେ ଗତ 9 ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଆଜି ଛୋଟାକୁ ୩ଦିନ ପାଇଁ ରିମାଣ୍ଡ ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିଜେଏମ କୋର୍ଟ ।

Body:ଗତ 31 ମେ ମାସରେ ଛୋଟା ସମେତ 9ଜଣ ସହଯୋଗୀ 16ନଂ ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଏସ୍ଟିଏଫ ଚଢ଼ାଉ କରିଥିଲା କିନ୍ତୁ ଛୋଟା ଖସିଯାଇଥିଲା । କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଛୋଟାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ମାତ୍ର ଛୋଟା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏସ୍ଟିଏଫ ଡ଼ିଏସପି ପ୍ରବୀଣ କୁମାର ତ୍ରିପାଠୀ ଛୋଟାକୁ ସାତ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲେ ମାତ୍ର କୋର୍ଟ ମାତ୍ର ତିନିଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

Conclusion:ଏହାପରେ ଆଜି ଖୋର୍ଦ୍ଧା ସବଜେଲରୁ ଛୋଟା ରିମାଣ୍ଡରେ ନେଇଛି ଏସ୍ଟିଏଫ । ଛୋଟା ରିମାଣ୍ଡରେ ଯିବାପରେ ବେଆଇନ ନିଶା ଏବଂ ଖଣି କାରବାରର ଗୁମର ଖୋଲିବ ବୋଲି ଆଶାକରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.