ETV Bharat / state

ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ, ବାରଙ୍ଗର ବାଜିମାତ - ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ କଚେରୀ ବର କବାଡି ଖେଳ ପଡିଆରେ ମା’ ରାମଚଣ୍ଡୀ କବାଡି ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟର ବାଜି ମାରି ନେଇଛି ବାରଙ୍ଗ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ, ବାରଙ୍ଗର ବାଜିମାତ

author img

By

Published : Oct 6, 2022, 12:45 PM IST

ଖୋର୍ଦ୍ଧା: ମା’ ରାମଚଣ୍ଡୀ ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏଥିରେ ଟ୍ରଫି ହାତେଇଛି ବାରଙ୍ଗ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ କଚେରୀ ବର କବାଡି ଖେଳ ପଡିଆରେ ମା’ ରାମଚଣ୍ଡୀ କବାଡି ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବେଣାପଞ୍ଜରି କବାଡି ଟିମକୁ 9 ପଏଣ୍ଟରେ ହରାଇ ବାରଙ୍ଗ କବାଡି ଟିମ ଚମ୍ପିଆନ ହୋଇଛି ।

ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ, ବାରଙ୍ଗର ବାଜିମାତ

ଏହି ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ବର, ନୟାଗଡ଼ ,ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ମୋଟ 7ଟି ମ୍ୟାଚ ଖେଳାଯାଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଏବଂ ସ୍ଥାନୀୟ ସରପଞ୍ଚ ରଶ୍ମିତା ରାଉତରାୟ ଯୋଗ ଦେଇଥିଲେ। ଚମ୍ପିଆନ ବାରଙ୍ଗ ଟିମକୁ ଚମ୍ପିଆନ ଟ୍ରଫି ସହ ରନର୍ସ ଅପ ବେଣାପଞ୍ଜରି ଟିମକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥଲେ ।

ଏହା ବି ପଢନ୍ତୁ..TT World Championship: ଭାରତୀୟ ମହିଳା ଦଳର ଅଭିଯାନ ଶେଷ

ରେଫରୀ ଭାବେ ନୀଳକଣ୍ଠ ବେହେରା, ଗୋପାଳ ମାହାନ୍ତି ଏବଂ କାହ୍ନୁ ଚରଣ ସାମନ୍ତରାୟ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ମ୍ୟାଚ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କବାଡି ପ୍ରେମୀ ଦଳଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଟିମକୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.