ETV Bharat / state

Paika Rebellion: ପାଇକ ସ୍ମରକୀକୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜାଗା ଦିଆଯିବ କହିଲେ ଜିଲ୍ଲାପାଳ - ଖୋର୍ଦ୍ଧା ପାଇକ ବିଦ୍ରୋହ

ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାରଙ୍କ ଥିବା ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ

ପାଇକ ସ୍ମରକୀକୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜାଗା ଯୋଗାଯିବ: ଜିଲ୍ଲାପାଳ

author img

By

Published : Dec 17, 2021, 10:34 PM IST

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଉଷ୍ମ ହେଉଛି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି । ରାଜ୍ୟର ଏହି ଦାବି ଦଳ ମତ ନିର୍ବିଶେଷରେ ସମସ୍ତେ ଉଠାଇବାରେ ଲାଗିଛନ୍ତି । ଏପଟେ ବରୁଣେଇ ପାଦଦେଶରେ ଦୁଇ ବର୍ଷ ତଳେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ପାଇକ ସ୍ମୃତି ସ୍ମାରକୀ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରିନି ।

ପାଇକ ସ୍ମରକୀକୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜାଗା ଯୋଗାଯିବ: ଜିଲ୍ଲାପାଳ

ତେବେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାରଙ୍କ ଥିବା ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିପରି ଜାଗା ପାଇଁ ନିର୍ଦ୍ଦିଷ୍ଟ ଫର୍ମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦୁଇଦିନ ପୂର୍ବେ ଆବେଦନ କରିଛି ଏବଂ ରାଜ୍ୟ ସରକାର ଏହି ଜାଗାକୁ ମାଗଣା ଯୋଗାଇଦେବାକୁ ନିବେଦନ କରିଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ ଏହି ଆବେଦନକୁ ତର୍ଜମା କରାଯାଇ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜାଗା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.