ETV Bharat / state

ହାତୀ ସୁରକ୍ଷା ପାଇଁ ଲାଗିବ କୁମ୍ବି, ଶାଳିଆ ବାଉଁଶ - ହାତୀ ସୁରକ୍ଷା ପାଇଁ ପଦକ୍ଷେପ

Initiatives for Elephant Protection: କଲବଲ କରୁଥିଲା ହାତୀ ଉପଦ୍ରବ । ସାଙ୍ଗକୁ ଚିନ୍ତା ବଢ଼ାଉଥିଲା ହାତୀ ସୁରକ୍ଷା ପ୍ରସଙ୍ଗ । ତେବେ ସବୁ କଥାକୁ ଦୃଷ୍ଟିରେ ରଖି ହାତୀ ସୁରକ୍ଷା ପାଇଁ 84ଟି ରେଞ୍ଜ ଚିହ୍ନଟ ହୋଇଛି । ଆଗକୁ ପଢ଼ନ୍ତୁ...

ଚିହ୍ନଟ ହୋଇଛି 84ଟି ରେଞ୍ଜ
ଚିହ୍ନଟ ହୋଇଛି 84ଟି ରେଞ୍ଜ
author img

By ETV Bharat Odisha Team

Published : Dec 12, 2023, 5:26 PM IST

ଚିହ୍ନଟ ହୋଇଛି 84ଟି ରେଞ୍ଜ

ଭୁବନେଶ୍ବର : କଲବଲ କରୁଥିଲା ହାତୀ ଉପଦ୍ରବ । ସାଙ୍ଗକୁ ବଢୁଥିଲା ହାତୀ ସୁରକ୍ଷା ଚିନ୍ତା । ତେବେ ସବୁ କଥାକୁ ଦୃଷ୍ଟିରେ ରଖି ହାତୀ ସୁରକ୍ଷା ପାଇଁ 84ଟି ରେଞ୍ଜ ଚିହ୍ନଟ ହୋଇଛି । କୁମ୍ବି, ଶାଳିଆ ବାଉଁଶ ଭଳି ଅନେକ ଗଛ ଲାଗାଯିବ । ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ଯେଉଁ ରେଞ୍ଜ ଗୁଡିକରେ ହାତୀଙ୍କ ଚଳପ୍ରଚଳ ଅଧିକ ଅଛି ସେହି ରେଞ୍ଜ ଗୁଡ଼ିକକୁ ଚିହ୍ନଟ କରାଯାଇଛି । ତେବେ ଏନେଇ ଜଙ୍ଗଲ ବିଭାଗ ହାତୀ ସୁରକ୍ଷା ପାଇଁ 84ଟି ରେଞ୍ଜ ଚିହ୍ନଟ କରିଛନ୍ତି । ଏହି ଚିହ୍ନଟ ହୋଇଥିବା ରେଞ୍ଜ ଗୁଡିକରେ ଅଧିକ ଭାବରେ ହାତୀମାନଙ୍କର ଚଳପ୍ରଚଳ ରହିଥିବାରୁ, ତାଙ୍କ ଖାଦ୍ୟ ପ୍ରାପ୍ତି ପାଇଁ 25 ପ୍ରକାରର ଗଛ ଚୟନ କରାଯାଇଛି । କୁମ୍ବି, ଶାଳିଆ ବାଉଁଶ ଭଳି ଅନେକ ଗଛ ମଧ୍ୟ ଲଗାଯାଇଛି । ଆଗକୁ ଜଙ୍ଗଲରେ ତାଳ ଗଛ ଲଗାଯିବ ବୋଲି ସୂଚନା ମିଳିଛି । ଫଳରେ ହାତୀ ସେଠାରେ ସୁବିଧାରେ ରହିପାରିବେ । ଖୁବ ଶିଘ୍ର ସେଠାରେ ଜଳାଶ୍ରୟର ମଧ୍ୟ ବ୍ୟବସ୍ଥା କରାଯିବ । ଖାଦ୍ୟ ପେୟର ସୁବିଧା କାରଣରୁ ହାତୀମାନେ ସେଠାରେ ରହିବା ସହ ଆଉ ଗାଁ କିମ୍ବା ସହର ମୁଖା ହେବେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଆକ୍ରମଣରେ ଯୁବକ ମୃତ; ମାଆ-ଝିଅ ଗୁରୁତର

ହାତୀ ଜନିତ କ୍ଷତିର ଅନୁଦାନମୂଳକ ରାଜ୍ୟ ସରକାର ବଢାଇ ଦିଆଯାଇଛି । ଏହାରି ମଧ୍ୟରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ଏପରି ହେଲେ ହାତୀ ମଣିଷ ସଂଘର୍ଷ କମିବ। ହାତିଙ୍କୁ ଘଉଡାଇବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ମହୁ ମାଛି ଶବ୍ଦ ହେଲେ, ହାତୀ ଚାଲିଯିବ। ହେଲେ ବଡ଼ ମାତ୍ରାରେ ପରୀକ୍ଷା କରାଯାଇନି । ତେବେ ପରୀକ୍ଷଣ କରିବା ପରେ ଜଣାପଡିବ ଯେ କେତେ ମାତ୍ରାରେ କାମ କରୁଛି । ବର୍ତ୍ତମାନ ରାଜ୍ୟରେ ବାଘ ଗଣନା ଚାଲିଛି ।

ଏହା ପରେ ହାତୀ ଗଣନା ହେବ। ଅନ୍ୟପଟେ ହାତୀ ସ୍ୱାର୍ଡ ଲଢେଇରେ ସ୍ୱାର୍ଡଙ୍କ ମୃତ୍ୟୁ ଘଟଣାକୁ ନେଇ PCCF ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ’’କଳାହାଣ୍ଡିରେ ରେଞ୍ଜର ଲିଡ଼ କରୁଥିଲେ । ଦୁର୍ଭାଗ୍ୟବସତ ହାତୀ ଆସିବା ସମୟରେ ସେ ଦୌଡ଼ି ଯାଇ ପାରିଲେ ନାହିଁ ଓ ତାଙ୍କର ମୃତ୍ୟୁ ହେଲା ।’’

ସେପଟେ ଅବସରପ୍ରାପ୍ତ ଫରେଷ୍ଟ ଅଧିକାରୀ ଜିତଶତ୍ରୁ ମହାନ୍ତି କହିଛନ୍ତି, ’’ହାତୀ ଓ ମଣିଷ ଲଢେଇରେ ଜନସଚେତନ ଅତ୍ୟନ୍ତ ଆବଶ୍ୟକ । ହାତୀ ରହୁଥିବା ଜଙ୍ଗଲରେ କିଭଳି ଭାବରେ ବାଉଁଶ ବୃଦ୍ଧି ପାଇବ ସେନେଇ ବ୍ୟବସ୍ଥା କରାଯାଉଛି । ଅତ୍ୟଧିକ ଶାଳିଆ ବାଉଁଶ ଗଛ ଚାରା ଜଙ୍ଗଲରେ ଲଗାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.