ETV Bharat / state

କମଳାଙ୍କ କାର୍ଯ୍ୟ ମାଆ ମାନଙ୍କୁ ପ୍ରେରଣା ଯୋଗାଇବ: ସମୀର ମହାନ୍ତି - ସମୀର ମହାନ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ୯୮ତମ କାର୍ଯ୍ୟକ୍ରମକୁ ଭୁବନେଶ୍ବରର ୪୮ ନମ୍ବର ୱାର୍ଡରେ ଶୁଣିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି କାର୍ଯ୍ୟକ୍ରମ ଶୁଣିବା ପରେ ସେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ବେଶ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

Mann Ki Baat
Mann Ki Baat
author img

By

Published : Feb 26, 2023, 7:32 PM IST

Mann Ki Baat: ଭୁବନେଶ୍ବରର ୪୮ ନମ୍ବର ୱାର୍ଡରେ କାର୍ଯ୍ୟକ୍ରମ ଶୁଣିଲେ ସମୀର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୮ତମ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜଧାନୀର ୪୮ ନମ୍ବର ୱାର୍ଡରେ ଏହି କାର୍ଯ୍ୟକ୍ରମ ଶୁଣିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ସମ୍ପର୍କରେ ଆଲୋଚନା କରିବା ସହ ପ୍ରେରଣାଦାୟୀ କାର୍ଯ୍ୟ ଲାଗି ତାଙ୍କୁ ପ୍ରଶଂସା କରିଥିଲେ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସମୀର । କମଳାଙ୍କ କାହାଣୀ ଏହି ୱାର୍ଡର ମାଆମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଖାଇରାବାଦ ଅଞ୍ଚଳର ବୃଦ୍ଧା କମଳା ମହାରଣା ଅଦରକାରୀ ପଲିଥିନରୁ ସୁନ୍ଦର ସୁନ୍ଦର ବ୍ୟବହାର ଉପଯୋଗୀ ଝୁଡ଼ି ତିଆରି କରିଛନ୍ତି । ଏପରି କରି ସେ ସ୍ବଚ୍ଛ ଭାରତ ଅଭିଯାନରେ ୱେଷ୍ଟ ଟୁ ୱେଲ୍‌ଥର ମହତ୍ତ୍ବପୂର୍ଣ୍ଣ ଆହ୍ବାନ ଦେଇଥିବା ମୋଦି କହିଥିଲେ । କମଳା ପଲିଥିନ, କ୍ଷୀର ପ୍ୟାକେଟ ଅନ୍ୟାନ୍ୟ ପ୍ଲାଷ୍ଟିକ ପ୍ୟାକେଟରୁ ରଙ୍ଗ ବେରଙ୍ଗର ପାତ୍ର, ଡାଲା, ପାଚିଆ ଆଦି ତିଆରି କରିଛନ୍ତି । ନିଜସ୍ବ ଉଦ୍ୟମ ଓ ଭାବନାକୁ ସେ ଏପରି ରୂପ ଦେଇଛନ୍ତି । ଯାହାକୁ ନେଇ କାର୍ଯ୍ୟକ୍ରମରେ ବେଶ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ବି ପଢନ୍ତୁ- Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ

୬୦ ବର୍ଷୀୟ କମଳା ଏପରି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାଙ୍କ ଘର ଓ ଆଖପାଖ ମହିଳାମାନେ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ଫଳରେ ଏହି ଗୃହିଣୀମାନେ ହୋଇପାରିଛନ୍ତି ସ୍ବାବଲମ୍ବୀ । କମଳାଙ୍କ ଏହି ପ୍ରୟାସ ଦ୍ବାରା ସ୍ବଚ୍ଛ ଭାରତ ଧୀରେ ଧୀରେ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ମୋଦି କହିଛନ୍ତି । ଆଜି ରାଜ୍ୟ ବିଜେପି ସଭାପତି ସମୀର ୪୮ନଂ ୱାର୍ଡରେ ମନ କି ବାତ ପ୍ରୋଗ୍ରାମ ଶୁଣିବା ପରେ ଏହି ମାସିକିଆ କାର୍ଯ୍ୟକ୍ରମ ସମେତ କମଳାଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ଏ ନେଇ ସେ କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 'ମନ କି ବାତ' କାର୍ଯ୍ୟକ୍ରମରେ ଓଡ଼ିଶାର କମଳା ମହାରାଣାଙ୍କ କଥା ଉଲ୍ଲେଖ ରହିଛି । ଯାହା ଏକ ପ୍ରେରଣାଦାୟୀ କାହାଣୀ । କଚରାରୁ ସମ୍ବଳ ତିଆରି କରି ସେ ନିଜକୁ ଓ ଅନ୍ୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି । ଏପରି କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହା ଭୁବନେଶ୍ବର ୪୮ ନମ୍ବର ୱାର୍ଡର ମାଆମାନଙ୍କୁ ବହୁତ ପ୍ରେରଣା ଯୋଗାଇବ ବୋଲି ମୋର ଆଶା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.