ETV Bharat / state

ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ରାଜଧାନୀରେ ପହଞ୍ଚିଲା ଅକ୍ଷତ କଳସ - ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର

Ayodha Ram Mandir Invitation: ଅଯୋଧ୍ୟାରୁ ଅକ୍ଷତ କଳସ ଆସି ପହଞ୍ଚିଲା ଓଡ଼ିଶା । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର । ଏନେଇ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅକ୍ଷତ କଳସ ଦେଇ ନିମନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗକୁ ପଢ଼ନ୍ତୁ

ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ
ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ
author img

By ETV Bharat Odisha Team

Published : Dec 9, 2023, 6:50 AM IST

ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ

ଭୁବନେଶ୍ବର: ଅଯୋଧ୍ୟାରୁ ଅକ୍ଷତ କଳସ ଆସି ପହଞ୍ଚିଲା ଓଡ଼ିଶା । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର । ଏନେଇ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅକ୍ଷତ କଳସ ଦେଇ ନିମନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ସାରା ଓଡ଼ିଶାବାସୀଙ୍କୁ ଦେଇ ରାମ ମନ୍ଦିର ପୂଜାରେ ସାମିଲ ହେବା ସହ ରାମ ଲାଲାଙ୍କ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ଏହି ଭବ୍ୟ କଳସକୁ ସହ ସହ ଭକ୍ତ ସ୍ବାଗତ କରିଛନ୍ତି ।

ବହୁ ପ୍ରତିକ୍ଷୀତ ଜାନୁଆରୀ ମାସ ୨୨ ତାରିଖରେ ହେବାକୁ ଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିମନ୍ତେ ସହଭାଗୀତାପୂର୍ଣ୍ଣ ସହଯୋଗ ଲୋଡ଼ିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ । ଅଯୋଧ୍ୟାରୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେବା ସହ ରାମଲାଲାଙ୍କ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ଦେଇ ଅକ୍ଷତ କଳସ ପଠାଯାଇଛି । ଗତକାଲି ଅପରାହ୍ନରେ ଅକ୍ଷତ କଳସ ଆସି ଭୁବନେଶ୍ବରରେ ପହଞ୍ଚିଛି । ପ୍ରାତଃ କାଳରେ କଟକ ସ୍ଥିତ କାର୍ଯ୍ୟାଳୟରେ ପୂଜା ଅର୍ଚ୍ଚନା ଯଜ୍ଞାଦି ପରେ ବିଭିନ୍ନ ଜିଲ୍ଲାମାନଙ୍କୁ ଏହି କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ଅପରାହ୍ନରେ ଭୁବନେଶ୍ଵରରେ ଅକ୍ଷତ କଳସ ଆସି ପହଞ୍ଚିଲା ପରେ ସ୍ଥାନୀୟ ଜନସାଧାରଣ ଏହାର ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.... ଆସନ୍ତାବର୍ଷ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ

ଏକ ଭବ୍ୟ ସମାରୋହରେ ଏହି ଅକ୍ଷତ କଳସକୁ ପାଛୋଟି ଆଣି ୟୁନିଟ୍ ୩ ସ୍ଥିତ ରାମ ମନ୍ଦିର ସମ୍ମୁଖରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଆବାହକ ଲକ୍ଷ୍ମୀ ନାରାୟଣ ରଥ ଏହି ସ୍ଵାଗତ ସମାରୋହକୁ ସମ୍ବୋଧନ କରି ଏହି ଐତିହାସିକ ମୁହୂର୍ତ୍ତର ମହତ୍ତ୍ଵ ଉପରେ ଅବଗତ କରାଇଥିଲେ । ସେ କହିଛନ୍ତି ଯେ, ‘‘ଦୀର୍ଘ ପାଞ୍ଚଶତାବ୍ଦୀର ପ୍ରତୀକ୍ଷା ପରେ ଆମେ ସମସ୍ତେ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ପାଇଛେ ଏବଂ ମହାପ୍ରଭୁ ଶ୍ରୀରାମଙ୍କ ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ସମର୍ଥ ହେଉଛେ । ଏହି ପୁଣ୍ୟକାର୍ଯ୍ୟରେ ଲାଗି ପଡ଼ିଥିବା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଏହି ପବିତ୍ର ଅକ୍ଷତ କିପରି ସମସ୍ତଙ୍କ ପରିବାରରେ ପହଞ୍ଚି ପାରିବ ସେ ନେଇ ଦାୟିତ୍ଵ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।’’ ଆଗାମୀ ମାସ ଅର୍ଥାତ୍ ଜାନୁଆରୀ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ପନ୍ଦର ଦିନ ମଧ୍ୟରେ ଏହି ଅକ୍ଷତ ପ୍ରତ୍ୟେକ ପରିବାରରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି । ଏଥିରେ ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି | ଏହା ଆମ ସମସ୍ତଙ୍କର କାମ ଏବଂ ଏଥିରେ ଅଧିକରୁ ଅଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍ବୟଂସେବକ ବନ୍ଧୁମାନେ ଯୋଗଦେଇ ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.