ETV Bharat / state

ବିଶ୍ବକପ୍‌ ୨୦୨୩: ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌, ନୂଆ କରିବାକୁ ଚେଷ୍ଟା କଲେ ଫସିବ ଟିମ୍‌ ଇଣ୍ଡିଆ

author img

By ETV Bharat Odisha Team

Published : Nov 18, 2023, 6:58 PM IST

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ଚମ୍ପିଆନ୍‌ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ଟିମ୍‌ ଇଣ୍ଡିଆ । ତ୍ରୁଟିଶୂନ୍ୟ ପ୍ରଦର୍ଶନ ଭାରତକୁ ୩ୟ ବିଶ୍ବକପ୍‌ ଟ୍ରଫି ଆଣିଦେବ ବୋଲି କ୍ରୀଡ଼ା ସମୀକ୍ଷକ କହିଛନ୍ତି । ଫାଇନାଲ୍‌ ଭଳି ବଡ଼ ଷ୍ଟେଜ୍‌ରେ କିଛି ନୂଆ କରିବାର ଆବଶ୍ୟକତା ନଥିବା କହିଛନ୍ତି କ୍ରିକେଟ୍‌ ସମୀକ୍ଷକ । ଅଧିକ ପଢ଼ନ୍ତୁ

ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌
ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌

ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌

ଭୁବନେଶ୍ବର: ପାଖେଇ ଆସୁଛି ସମୟ, ବଢ଼ିବାରେ ଲାଗିଛି ଉତ୍କଣ୍ଠା । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲେଖାହେବ କ୍ରିକେଟ୍‌ର ନୂଆ ଇତିହାସ । ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ଏନ୍‌କାଉଣ୍ଟରରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ବକପ୍‌ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ ପୁରୁଣା ଦୁଇ ପ୍ରତିଦ୍ବନ୍ଦ୍ବୀ । ତେବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ରେ କିଏ ମାରିବ ବାଜି ? କଣ ରହିବ ରୋହିତ ବାହିନୀର ରଣନୀତି ? ତେବେ ଫାଇନାଲ୍‌ ପୂର୍ବରୁ କ୍ରୀଡ଼ା ସମୀକ୍ଷକମାନେ ଟିମ୍‌ ଇଣ୍ଡିଆକୁ ପ୍ରଥମ ପସନ୍ଦର ଦଳ ଭାବେ ଚୟନ କରିଥିବାବେଳେ ପୂର୍ବ ମ୍ୟାଚ୍‌ ଭଳି ରୋହିତ ବାହିନୀକୁ ସମାନ ରଣନୀତି ଆପଣେଇବା ସଠିକ ହେବ ବୋଲି କହିଛନ୍ତି ।

'ନୂଆ କରିବାକୁ ଚେଷ୍ଟା କଲେ ଫସିବ ଟିମ୍‌ ଇଣ୍ଡିଆ': ବରିଷ୍ଠ କ୍ରାଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି, "ଆମକୁ ପୂର୍ବ ୧୦ଟି ମ୍ୟାଚ୍‌ ଆଧାରରେ ଫାଇନାଲ୍‌ ଖେଳିବାକୁ ପଡିବ । କିଛି ନୂଆ କରିବାର ନାହିଁ । ଯେପରି ତ୍ରୁଟିଶୂନ୍ୟ କ୍ରିକେଟ ପୂର୍ବ ୧୦ଟି ମ୍ୟାଚ୍‌ରେ ଖେଳିଲେ, ସମାନ ଢଙ୍ଗରେ ଫାଇନାଲ ମ୍ୟାଚ୍‌ ମଧ୍ୟ ଖେଳିବାକୁ ପଡିବ । ବ୍ୟାଟିଂ, ବୋଲିଂ ଠିକ୍‌ ଅଛି । ଫିଲ୍ଡିଂରେ ସାମାନ୍ୟ ଦୁର୍ବଳତା ରହିଛି, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ବେସିକ୍‌ ଷ୍ଟ୍ରଙ୍ଗ୍‌ କରି ଭାରତୀୟ ଦଳ ଯେପରି ଖେଳ ପ୍ରଦର୍ଶନ କରୁଛି, ସେହି ଖେଳ ପ୍ରଦର୍ଶନ କରିବା ଜରୁରୀ । ସେହି ଲୟ ଓ ଦଳଗତ ପ୍ରଦର୍ଶନ ଦେବା ଦରକାର । ଭାରତ ପାଖରେ ଟ୍ରଫି ରହିଛି । ଭାରତ ନିଜକୁ ନିଜେ ହିଁ ହରାଇ ପାରିବ, ଅନ୍ୟ କେହି ନୁହେଁ । କିଛି ଗୋଟେ ବଡ଼ କରିବା ପାଇଁ ଯଦି ଦଳ ଚିନ୍ତା କରେ କିମ୍ବା ଏକ୍ସପେରିମେଣ୍ଟ କରିବା ପାଇଁ ପ୍ରୟାସ କରେ, ତେବେ ଫସିବାର ସମ୍ଭାବନା ରହିଛି । ନଚେତ୍‌ ଭାରତ ଝୁଲା ଭିତରେ ବିଶ୍ବକପ ଟ୍ରଫି ରହିଛି । ସ୍ଥିର ରହି ବ୍ୟାଟିଂ, ବୋଲିଂ ଓ ଫିଲଡିଂ କରିବା ଦରକାର ।"

ଏହା ମଧ୍ୟ ପଢ଼ନ୍ତୁ...ଅଷ୍ଟ୍ରେଲିଆକୁ ଶାମି ଭୟ, ଫାଇନାଲ ମ୍ୟାଚ ପୂର୍ବରୁ ଏମିତି କହିଲେ ପାଟ କମିନ୍

'ତ୍ରୁଟିଶୂନ୍ୟ ପ୍ରଦର୍ଶନ ଆମକୁ ଦେବ ୩ୟ ବିଶ୍ବକପ୍‌': ବରିଷ୍ଠ କ୍ରିକେଟ୍‌ ସମୀକ୍ଷକ ପବନ ଅଗ୍ରୱାଲ କହିଛନ୍ତି, "ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍‌ରେ ଦଳର ଦମଦାର ପ୍ରଦର୍ଶନ ଦେଇଛି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ବ୍ୟତୀତ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ମଧ୍ୟ ବେଶ ଶକ୍ତିଶାଳୀ ରହିଛି । ଟସ୍‌ ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ । କାରଣ ସେମିଫାଇନାଲ୍‌ ବା ଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ରେ ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ ଉପରେ କିଛିମାତ୍ରାରେ ଚାପ ରହିଥାଏ । ତେବେ ପୂର୍ବ ମ୍ୟାଚ୍‌ ଭଳି ସମସ୍ତ ବିଭାଗରେ ତ୍ରୁଟିଶୂନ୍ୟ ପ୍ରଦର୍ଶନ ଭାରତକୁ ୩ୟ ବିଶ୍ବକପ୍‌ ଆଣିଦେବ ।"

ହେଡ୍‌ ଟୁ ହେଡ୍‌ରେ ଅଷ୍ଟ୍ରେଲିଆ ଆଗରେ: ଅତୀତର ରେକର୍ଡ ଦେଖିଲେ ଅଷ୍ଟ୍ରେଲିଆ ଆଗରେ ରହିଛି । ଦିନିକିଆରେ ଉଭୟ ଦଳ ୧୫୦ ଥର ମୁହାଁମୁହିଁ ହୋଇଛନ୍ତି । ଅଷ୍ଟ୍ରେଲିଆ ୮୩ ମ୍ୟାଚ୍‌ରେ ଜିତିଥିବାବେଳେ ଭାରତ ୫୭ ମ୍ୟାଚ୍‌ରେ ବିଜୟୀ ହୋଇଛି । ଦିନିକିଆ ବିଶ୍ବକପ୍‌ରେ ଉଭୟ ଦଳ ୧୩ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ମଧ୍ୟ ଅଷ୍ଟ୍ରେଲିଆ ଆଗରେ ରହିଛି । ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ୫ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଅନ୍ୟପଟେ ୧୯୮୩ ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିକୁ ହରାଇଥିଲା ଭାରତ । ଫାଇନାଲରେ ମଧ୍ୟ ୱେଷ୍ଟଇଣ୍ଡିଜକୁ ହରାଇ ଚମ୍ପିଆନ୍‌ ହୋଇଥିଲା ଦଳ । ଏଥର ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍‌ ଇଣ୍ଡିଆ । ତେଣୁ ପୁଣିଥରେ ସେହି ଇତିହାସ ରଚିବେ ବୋଲି ଭାରତୀୟ ଦଳ ଉପରେ ବିଶ୍ବାସ ରଖିଛନ୍ତି ଦେଶବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ରେ ସର୍ବଶ୍ରେଷ୍ଠ ଆରମ୍ଭ କରିବ ଭାରତ, ଏମିତି ଇଚ୍ଛା କଲେ ରବି ଶାସ୍ତ୍ରୀ

ବିଶ୍ବକପ୍‌ ୨୦୨୩ରେ ଭାରତ ଆଗରେ: ଚଳିତ ବିଶ୍ବକପ୍‌ ୨୦୨୩ରେ ଅଷ୍ଟ୍ରେଲିଆ ଠାରୁ ବହୁ ଆଗରେ ରହିଛି ଟିମ୍‌ ଇଣ୍ଡିଆ । ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଦମଦାର ପାଳି ବଳରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଥିଲା ରେହିତ ବାହିନୀ । ଏହାଛଡ଼ା ଲିଗ୍‌ ପର୍ଯ୍ୟାୟରେ ଭାରତ ସମସ୍ତ ୯ ମ୍ୟାଚ୍‌ ଜିତି ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆ ୭ ବିଜୟ ସହ ୩ୟ ସ୍ଥାନରେ ରହି କ୍ବାଲିଫାଇ କରିଥିଲା । ତେଣୁ ଚଳିତ ବିଶ୍ବକପ୍‌ ଫଳାଫଳ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଠାରୁ ବେଶ ଆଗରେ ରହିଛି ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ସେହି ଅହମ୍ମଦାବାଦ ଷ୍ଟାଡିୟମ, 2011ରେ ଚିତପଟାଙ୍ଗ୍‌ ହୋଇଥିଲା ଅଷ୍ଟ୍ରେଲିଆ

ତେବେ ୧୯୮୩ ପରେ ୨୦୧୧, ଏବେ ୨୦୨୩ରେ ପୁଣି ସେହି ଇତିହାସ ରଚିବାର ସୁଯୋଗ । ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସା, ୧୧ ଜଣ ପ୍ଲେୟର । ସମସ୍ତଙ୍କ ଅପେକ୍ଷା ସୁପର ସନ୍‌ଡେର ସୁପର ଲଢ଼େଇ ଉପରେ । ଏଥର ବିଶ୍ବକପ ଆମର ବୋଲି ନାରା ଦେଉଛନ୍ତି ଭାରତୀୟ ପ୍ରଶଂସକ । ଏବେ ସମସ୍ତଙ୍କ ନଜର ସନ୍‌ଡେ' ସୁପର ଫାଇଟ୍‌ ଉପରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.