ETV Bharat / state

ଭଦ୍ରକରୁ ଚେନ୍ନାଇ ଯିବ ସ୍ପେଶାଲ ଟ୍ରେନ, ମୃତଦେହ ସମ୍ପର୍କରେ ଜାଣିବାକୁ BMCର ସ୍ୱତନ୍ତ୍ର ବ୍ୟବସ୍ଥା

author img

By

Published : Jun 4, 2023, 11:56 AM IST

ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡ଼ିବ ଏକ ସ୍ପେଶାଲ ଟ୍ରେନ୍। ଏହି ରୁଟରେ ଥିବା କଟକ, ଭୁବନେଶ୍ୱର ସହ ଅନ୍ୟ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଏହି ସ୍ଵତନ୍ତ୍ର ଟ୍ରେନ୍ । ଫସି ରହିଥିବା ଯାତ୍ରୀ ଏଥିରେ ଯାତ୍ରା କରିବେ । ଅଧିକ ପଢନ୍ତୁ

special train will run from Bhadrak to Chennai

ଭୁବନେଶ୍ବର: ଆଜି ଭଦ୍ରକରୁ ଚେନ୍ନାଇ ଗଡ଼ିବ ଏକ ସ୍ପେଶାଲ ଟ୍ରେନ । ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ବାହାରିବ ଏହି ଟ୍ରେନ୍। କଟକ, ଭୁବନେଶ୍ୱର ସହ ଅନ୍ୟ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଏହି ସ୍ଵତନ୍ତ୍ର ଟ୍ରେନ୍‌ । ଫସି ରହିଥିବା ଯାତ୍ରୀ ଓ ପରିବାର ବର୍ଗ ଏଥିରେ ଉପକୃତ ହେବେ । ଆବଶ୍ୟକ ହେଲେ ଟ୍ରେନ୍‌ରେ ପାର୍ସଲ ଭ୍ୟାନର ବ୍ୟବସ୍ଥା ରହିବ । ପାର୍ସଲ ଭ୍ୟାନରେ ମୃତଦେହ ବହନ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିବ । ଗତକାଲି ଏକ ସ୍ବତନ୍ତ୍ର ଯୋଗେ 190 ଜଣ ଯାତ୍ରୀ ବାଲେଶ୍ଵର, କଟକ ଏବଂ ଭୁବନେଶ୍ବରରୁ ଯାତ୍ରା କରିଥିଲେ ।

ବିଏମ୍‌ସି ଜାରି କଲା ହେଲ୍ପ ଲାଇନ ନମ୍ବର: ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ ୧୯୨୯ ଜାରି କରାଯାଇଛି । ହେଲ୍ପ ଲାଇନକୁ ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ 160ଟି ମୃତଦେହ ସଂରକ୍ଷିତ ଭାବରେ ରଖାଯାଇଛି । ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରେନ୍‌ ଟ୍ରାଜେଡିର ଆହତଙ୍କୁ ଭେଟିବେ । ଏହାପରେ କଟକ ଏସସିବି ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରେ ପହଞ୍ଚିଲା 160 ମୃତଦେହ: ଏପଟେ ଆଜି ସକାଳ ସମୟରେ ବାଲେଶ୍ବରରୁ ଭୁବନେଶ୍ୱରକୁ 160 ଟି ମୃତଦେହ ଆସି ପହଞ୍ଚିଛି । ରାଜଧାନୀର ବିଭିନ୍ନ ହସ୍ପିଟାଲରେ ରଖାଯିବ ଏହି ମୃତଦେହ । ଏପରିକି ଏମ୍ସରେ 100 ମୃତଦେହ ରଖିବାର ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ପ୍ରାୟ ସନ୍ଧ୍ୟା ବେଳେ ବାଲେଶ୍ୱରର ବାହାନଗା ନିକଟରେ ହୋଇଥିଲା ଟ୍ରେନ୍‌ ଦୁର୍ଘଟଣା । ଏହି ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦୦ ଜଣ ଆହତ ହୋଇଛନ୍ତି । ଆହତମାନେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ଘଟିଥିବା ରେଳ ଧାରଣାରେ ମରାମତି କାର୍ଯ୍ୟ ଜାରି ରହିଛି । ଆଜି ସକାଳ ସମୟରେ ରେଳମନ୍ତ୍ରୀ ପୁଣିଥରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଟ୍ରେନ୍‌ ଦୁର୍ଘଟଣା ନେଇ ସକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ବରିଷ୍ଠ ନେତା ଟେଲିଫୋନରେ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ତ୍ବରିତ ପଦକ୍ଷେପ ଯୋଗୁଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.