ETV Bharat / state

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଉପେକ୍ଷା, ନିଯୁକ୍ତି ଅପେକ୍ଷାରେ ୬ ହଜାର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ

author img

By

Published : Feb 26, 2023, 8:59 PM IST

ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦେଶ ରହିଛି । ହେଲେ ରାଜ୍ୟ ସରକାର ସ୍ବତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ଅଧିକ ପଢନ୍ତୁ

special teacher
special teacher
special teacher

ଭୁବନେଶ୍ବର: ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଉପେକ୍ଷା । ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ୨୦୨୧ ଅକ୍ଟୋବର ୨୮ ରେ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ବେଖାତିର କରି ସରକାର ଏ ପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତ କରିନାହାନ୍ତି ।

ରାଜ୍ୟରେ ଏବେ ବି ବିନା ସ୍ବତନ୍ତ୍ର ଶିକ୍ଷକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଅନେକ ସ୍ଥାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଛି ସତ, ହେଲେ ସେମାନେ ବିଦ୍ୟାଳୟକୁ ଆସୁ ନଥିବା ଜଣାପଡ଼ିଛି । ରାଜ୍ୟରେ ୬୪ ହଜାରରୁ ଅଧିକ ବିଦ୍ୟାଳୟରେ ୮୨ ହଜାରରୁ ଅଧିକ ଦିବ୍ୟାଙ୍ଗ ପିଲା ରହିଛନ୍ତି । ସ୍ବତନ୍ତ୍ର ଶିକ୍ଷକ ନ ଥିବାରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଛି । ସରକାରୀ ବିଦ୍ୟାଳୟଠୁ ନେଇ ଘରୋଇ ଯାଏଁ ସବୁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ସ୍ବତନ୍ତ୍ର ଶିକ୍ଷକ ବା ଦିବ୍ୟାଙ୍ଗ ଲାଗି ତାଲିମପ୍ରାପ୍ତ ଶିକ୍ଷକ ନ ଥିବାରୁ ସାଧାରଣ ପିଲାଙ୍କ ସହ କ୍ଲାସରେ ଏମାନେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି । ନୂଆ ଶିକ୍ଷା ନୀତି ଅନୁଯାୟୀ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥାର ପ୍ରାବଧାନ ରହିଛି ।

ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ‌ୁପ୍ରିମକୋର୍ଟ ଅନୁପାତ ସ୍ଥିର କରିଛନ୍ତି । ଏପରିକି ଯଦି ଗୋଟିଏ ବିଦ୍ୟାଳୟରେ ଜଣେ ବି ଭିନ୍ନକ୍ଷମ ପିଲା ଅଛି ସେଠି ମଧ୍ୟ ଜଣେ ସ୍ବତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ରହିଛି ।

ଏନେଇ ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡେରସନ୍ ଫର୍ ଦିବ୍ୟାଙ୍ଗ (ଓଏସ୍‌ଇଏଫଡି) ପକ୍ଷରୁ କୁହାଯାଇଛି ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅନୁପାଳନ କରାଗଲେ ଓଡ଼ିଶାର ପ୍ରାୟ ୬ ହଜାର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ । ସର୍ବୋଚ୍ଚ ନ୍ୟାୟାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଯେଉଁ ଅନୁପାତ ସ୍ଥିର କରିଛନ୍ତି, ତାହାକୁ ରାଜ୍ୟ ସରକାର ପାଳନ କରି ସଠିକ୍ ପଦକ୍ଷେପ ନେବାକୁ ନିବେଦନ କରିଛି ସଂଘ ।

ଏନେଇ ଜଣେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ କହିଛନ୍ତି ଯେ," ବହୁ ବର୍ଷ ଧରି ଦିବ୍ୟାଙ୍ଗ ପିଲାମାନେ କିପରି ପାଠ ପଢୁଥିଲେ । ଏକଥା କେହି ବି ଜାଣୁ ନଥିଲେ । କେବଳ ସେମାନେ ପ୍ରାଥମିକ ସ୍କୁଲ ଯାଇ ସେଠାରେ ଅଣ୍ଡା ଚାଉଳ ଖାଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ଘଟଣାକୁ ନେଇ ବଡ ଅଭିଯାନ ହେଉଛି ଯେଉଁଥିରେ ସୁପ୍ରିମକୋର୍ଟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଆମ ରାଜ୍ୟରେ ଏପର୍ଯ୍ୟନ୍ତ କିଛି ହୋଇ ପାରିଲା ନାହିଁ । ଆମେ ଓଡିଶାରେ 5 ହଜାର ପିଲା ଅଛୁ କିନ୍ତୁ ଆମ କଥା ସରକାର ଶୁଣନ୍ତିନି । କିନ୍ତୁ ଯେଉଁ ଲକ୍ଷେ ଉପରେ ଦିବ୍ୟାଙ୍ଗ ପିଲା ଅଛନ୍ତି ସେମାନଙ୍କ କଥା ସରକାର ଶୁଣିବା ଦରକାର। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.