ETV Bharat / state

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନା ଶୁଭାରମ୍ଭ: କୁଶଳୀ ହେବେ ୨.୫ ଲକ୍ଷ ଯୁବକ ଯୁବତୀ

ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଶଳୀ ହେବେ ଉତ୍ତର ପୂର୍ବ ରାଜ୍ୟର ୨.୫ ଲକ୍ଷ ଯୁବକ ଯୁବତୀ । ଅଧିକ ପଢନ୍ତୁ

author img

By

Published : Aug 9, 2023, 7:15 AM IST

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନା ଶୁଭାରମ୍ଭ

ଭୁବନେଶ୍ବର: ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ ହୋଇଛି । ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ସ୍ବତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ଉତ୍ତର-ପୂର୍ବ ରାଜ୍ୟର ୨.୫ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରାଯିବ । ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରହିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଏହି ଯୋଜନାରେ ୨୦୨୩-୨୪ ବର୍ଷ ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯେଉଁଥିରେ ୨.୫ ଲକ୍ଷ ପ୍ରାର୍ଥୀଙ୍କୁ କୁଶଳୀ କରାଯିବ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ(ପିଏମକେଭିୱାଇ) ମଧ୍ୟ ୨ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆଗାମୀ ଦିନରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଉତ୍ତର-ପୂର୍ବ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଉଦ୍ୟୋଗୀ କରିବା ସହ ନିଯୁକ୍ତି ଯୋଗାଇ ଦେବାକୁ ଯୋଜନା କରାଯାଉଛି । ସମସ୍ତଙ୍କୁ ଅପ୍ ସ୍କିଲ, ରି-ସ୍କିଲ ଓ ଜୀବନବ୍ୟାପୀ ଶିକ୍ଷାରେ ଯୋଡିବାର ଆବଶ୍ୟକତା ରହିଛି ।''

ଏହାମଧ୍ୟ ପଢନ୍ତୁ: କଳା ବଞ୍ଚିଲେ କଳାକାର ବଞ୍ଚିବ, ଦୈନିକ ଜୀବନରେ ହସ୍ତତନ୍ତକୁ ସାମିଲ କରନ୍ତୁ: ଶାସନ ସଚିବ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ବିଶ୍ୱର ଦକ୍ଷତା କ୍ଷେତ୍ରର ରାଜଧାନୀ ହେବ । ଦେଶରେ ରୋଜଗାର କରୁନଥିବା ଯୁବକ ଯୁବତୀଙ୍କ ମନରୁ ବେରୋଜଗାର ଶବ୍ଦକୁ ହଟାଇବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ସହ ସମସ୍ତଙ୍କୁ ଆତ୍ମନିର୍ଭର କରିବାକୁ ପଡିବ । ବାହାର ଦେଶକୁ ଯାଇ ଅନେକ ଛାତ୍ରଛାତ୍ରୀ ନିଜର କୌଶଳ ଦେଖାଉଛନ୍ତି । ପିଲାମାନେ ଆମ ଦେଶରେ ରହି କିଭଳି ଭାବରେ ନିଜର କୌଶଳ ଦେଖାଇ ପାରିବେ ସେନେଇ ପଦକ୍ଷେପ ନିଆଯାଉଛି ।

ଏପଟେ ରାଜ୍ୟରେ ମଧ୍ୟ ପିଲାମାନଙ୍କୁ ଦକ୍ଷତା ବିକାଶ ଶିକ୍ଷାଦାନ ଏବଂ ଭଲ ସ୍ଥାନରେ ନିଯୁକ୍ତି ପାଇବା ସହ ନିଜେ କିଭଳି ଭାବରେ କୁଶଳୀ ହୋଇପାରିବେ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟର ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ରରେ ପିଲାଙ୍କର କାମ କରିବାର ମନବୃତ୍ତି ରହିଛି । ବିଭିନ୍ନ ସମୟରେ ପିଲାମାନେ ଅଦରକାରୀ ଜିନିଷରେ ଅନେକ କିଛି ପ୍ରସ୍ତୁତ କରିଥାନ୍ତି, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.