ETV Bharat / state

Raja 2023: ରଜରେ ମିଠା ପାନର ପସରା, ସାରୁଅରେ ଜମୁଛି ବେପାର - ରଜରେ ରଜପାନର ପସରା

ବରଷକ ଥରେ ଆସିଛି ରଜ । ପାନ ପାଇଁ ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲାର ସାରୁଅରେ ଜମୁଛି ପାନର ପସରା । ଅଧିକ ପଢନ୍ତୁ

Raja 2023
Raja 2023
author img

By

Published : Jun 14, 2023, 11:05 AM IST

Raja 2023

ଖୋର୍ଦ୍ଧା: ରଜ ପର୍ବ ସହ ଅଙ୍ଗାଙ୍ଗି ଭାବେ ଜଡିତ ପାନର ସମ୍ପର୍କ । ରଜରେ ରଜପାନର ସ୍ବାଦ ସତରେ ନିଆରା । ଚଳିତ ବର୍ଷ ରଜ ପର୍ବ ଆରମ୍ଭ ହୋଇ ଯାଇଥିବା ବେଳେ ପାନ ପାଇଁ ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲାର ସାରୁଅକୁ ଲୋକେ ଭୁଲିଯିବେ ବା କିପରି । ରଜରେ ପୋଡ଼ ପିଠାର ଚାହିଦା ପରି ପାନର ଚାହିଦା ବି ଏଠାରେ କମ୍‌ ନ ଥାଏ । ସାରୁଅ ବଜାରରେ ମେଲିଛି ୧୬ରୁ ଅଧିକ ଭଳିକି ଭଳି ପାନର ପସରା । ରଜରେ ପାନ ଖାଇ ମଜା ନେଉଛନ୍ତି ଲୋକେ ।

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ । ଗାଁ ଠାରୁ ସହର ଯାଏଁ ସବୁଠି ଲାଗି ରୁହେ ରଜରେ ମିଠାର ଅନୁଭୂତି । ଝିଅବୋହୂ ମିଳିତ ହୋଇ ପିଠାପଣା ଓ ରଜ ପାନ ଖାଇ ବିଭିନ୍ନ ପଲ୍ଲୀଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି । ତେବେ ରଜ ଅବସରରେ ଏବେ ପାନର ଚାହିଦା ବଢ଼ିବାରେ ଲାଗିଛି । ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି । ପୂର୍ବେ ଘରେ ଖଟିରେ ପାନ ଭଙ୍ଗା ଯାଉଥିଲା । ଏବେ ରଜ ଆସିଲେ ଖୋର୍ଦ୍ଧା ନିକଟସ୍ଥ 57ନଂ ଜାତୀୟ ରାଜପଥର ସାରୁଅ ବଜାରରେ ପାନର ପସରା ପଡୁଛି ।

ସାରୁଅ ବଜାର ଦେଇ ଗଲାବେଳେ ପାନର ପସରା ଦେଖି ଗାଡି ଆପେ ଅଟକି ଯାଏ ରଜ ପାନ କିଣିବା ପାଇଁ । ତେବେ ରଜ ବଜାରରେ ମିଠା ପାନର ଚାହିଦା ଅଧିକ ରହୁଛି । ସାରୁଅ ବଜାରରେ ମିଠା ପାନ ବ୍ୟବସାୟୀ ମାନେ 20ରୁ ଉର୍ଦ୍ଧ୍ବ ଦୋକାନ ପ୍ରସ୍ତୁତ କରିଛନ୍ତି । କେବଳ ରଜରେ ନୁହେଁ ବରଂ ବର୍ଷ ତମାମ ଏଠାରେ ମିଠାପତ୍ର ବନାରାସୀ ପାନ ବିକ୍ରି ହୁଏ । ତେବେ ରଜକୁ ଦୃଷ୍ଟିରେ ରଖି ଏଠାରେ ସ୍ବତନ୍ତ୍ର ଭାବେ ରଜପାନ ପ୍ରସ୍ତୁତ କରାଯାଏ । ଏଥିପାଇଁ ରଜର ୧୦ ଦିନ ପୂର୍ବରୁ କଲିକତା,ବମ୍ବେ ଯାଇ ମିଠା ପାନ ପତ୍ର ସାଙ୍ଗକୁ ମିଠା ପାନ ମସଲା ଆଣିବାକୁ ପଡିଥାଏ ।

ଏନେଇ ଦୋକାନ ଆଗରେ ଗୁଲକନ୍‌, ଚେରୀ, ଜେଲି ଆଦି ୮୦ ପ୍ରକାରର ମିଠା ମସଲା ସଜେଇ ହୋଇ ରହିଛି । ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଓ ପାତି ଗୁଆ, ଛୁଞ୍ଚି ଗୁଆ, ପ୍ରସାଦ, ନିଲମ, ଚଟଣୀ, ଲବଙ୍ଗ, ଗୁଜୁରାତି ଓ ହୀରାମୋତି ପରି ମସଲା ପଡୁଛି । ଲବଙ୍ଗ ପାନ, ସିଙ୍ଗଡ଼ା ପାନ, ଗୁଜୁରାତି ପାନ, ଫାୟାର ପାନ, କୋନ ପାନ ଭଳି ଅନେକ ଭେରାଇଟିର ପାନ ପ୍ରସ୍ତୁତ ହୋଇଥାଏ। ସବୁ ପାନର ସ୍ବାଦ ମଧ୍ୟ ଅଲଗା । ରଜରେ ଦୋକାନୀଙ୍କ ହାତକୁ ଫୁରସତ ନ ଥିବା ବେଳେ ସାରୁଅ ପାନ ବଜାରରେ ଚଳିତ ବର୍ଷ 10 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ପାନର ଦାମ ରହିଥିବା ବ୍ୟବସାୟୀ କହିଛନ୍ତି । ସେହିପରି ଚଳିତ ବର୍ଷ ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ମିଠା ପାନ ବ୍ୟବସାୟୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.