ETV Bharat / state

ଓଡିଶା ପୋଲିସ ପୋଷିଛି ଏମିତି ପାରା, ଯେଉଁଠି ଛାଡିଲେବି ଉଡି ଆସନ୍ତି ଡିଜି ଅଫିସ - ପାରା ଛଡ଼ା ଯିବାର ଦୃଶ୍ୟ

ରାଜ୍ୟ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ହେଉ କି ସ୍ବାଧୀନତା ଦିବସ ସ୍ବାଧୀନ ଭାରତର ବାର୍ତ୍ତାକୁ ଦେବାକୁ ଏହି ସମୟରେ ପାରା ଉଡି ଯିବାର ଦୃଶ୍ୟ ଦେଖିବାକୁ ମିଳେ। ଏହି ପାରାଗୁଡିକୁ ଓଡ଼ିଶା ପୋଲିସ ପାଳିଥିବା ବେଳେ ଏମାନଙ୍କ ବାବଦରେ ମାସିକ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଏ । ଅଧିକ ପଢନ୍ତୁ

odisha police pigeon
ଓଡିଶା ପୋଲିସ ପୋଷିଛି ଏମିତି ପାରା
author img

By

Published : Jan 26, 2023, 2:09 PM IST

odisha police pigeon group

ଭୁବନେଶ୍ବର: ଆଜି ସାରା ଦେଶରେ ପାଳିତ ହୋଇଛି 74ତମ ସାଧାରଣତନ୍ତ୍ର ଦିବସ। ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ ସହ ପରେଡ ଅନୁଷ୍ଠିତ ହୋଇଛି। ପରେଡରେ ମୁଖ୍ୟ ଅତିଥି ଯୋଗ ଦେଇ ଅଭିବାଦନ ଗ୍ରହଣ କରିଛନ୍ତି । ଏହାରି ମଧ୍ୟରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ମଧ୍ୟ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ତେବେ ସାଧାରଣତନ୍ତ୍ର ଦିବସ ହେଉ କି ସ୍ବାଧୀନତା ଦିବସ ସ୍ବାଧୀନ ଭାରତର ବାର୍ତ୍ତାକୁ ଦେବାକୁ ଏହି ସମୟରେ ପାରା ଛଡ଼ା ଯିବାର ଦୃଶ୍ୟ ଦେଖିବାକୁ ମିଳେ । ଏହାକୁ ନେଇ ଗାନ୍ଧୀ ମାର୍ଗରୁ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ପାରାଗୁଡ଼ିକ ଓଡ଼ିଶା ପୋଲିସ ପାଳିଛି । କଟକ ଡିଜି ଅଫିସ ନିକଟରେ ଏହି ପାରଗୁଡ଼ିକଙ୍କ ଲାଳନପାଳନ ବ୍ୟବସ୍ଥା ରହିଛି । ଏମାନଙ୍କ ବାବଦରେ ମାସିକ 3 ଲକ୍ଷ ଟଙ୍କା ଖର୍ଚ୍ଚ କରେ ପୋଲିସ ପ୍ରଶାସନ । ପ୍ରତିବର୍ଷ ଗାନ୍ଧୀ ମାର୍ଗରେ 25ଟି ପାର ପିଞ୍ଜରାକୁ ମୁକ୍ତ କରି ଦିଆଯାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନଙ୍କୁ ଯେଉଁଠି ବି ଛାଡିଲେ ଏମାନେ ଉଡ଼ି ଉଡ଼ି ପୁଣି କଟକର ଡିଜି ଅଫିସରେ ପହଞ୍ଚି ଯାଆନ୍ତି।

କଟକରେ ଏଭଳି 100ଟି ପାରା ରହିଛନ୍ତି । କୁହାଯାଉଛି ଏହି ପାରାଗୁଡ଼ିକୁ ଦିଲ୍ଲୀରେ ମଧ୍ୟ ଛଡ଼ା ଯାଇଥିଲା କିନ୍ତୁ ଏମାନେ ପୁନଃ ଉଡ଼ି ଆସି କଟକରେ ପହଞ୍ଚିଥିଲେ। କେବଳ ସାଧାରଣତନ୍ତ୍ର ଓ ସ୍ବାଧୀନତା ଦିବସ ନୁହେଁ ବରଂ ଏହି ପାରାଗୁଡ଼ିକ ପୋଲିସର ମେସେଞ୍ଜର ଭାବରେ ମଧ୍ୟ କାର୍ଯ୍ୟ କରି ଥାଆନ୍ତି । ପୋଲିସ ପିଜନ ନାମରେ ଏହି ପାରାଗୁଡ଼ିକର ଲାଳନପାଳନ ପାଇଁ ସ୍ବତନ୍ତ୍ର ଫଣ୍ଡିଂ ବ୍ୟବସ୍ଥା ରହିଛି । ଯାହାକୁ ପୋଲିସ ପିଜିୟନ ଫଣ୍ଡିଂ କୁହାଯାଏ । ଏମାନଙ୍କ ଦେଖାରଖା ପାଇଁ 25 ଜଣ ପୋଲିସ କର୍ମୀ ମଧ୍ୟ ନିୟୋଜିତ ଅଛନ୍ତି। ଏହି ପାରାଗୁଡ଼ିକ ପାଇଁ ସ୍ବତନ୍ତ୍ର ଡାଏଟ ରହିଛି। ଦିନକୁ ଦୁଇ ଓଳା ଏମାନଙ୍କ ସ୍ବତନ୍ତ୍ର ଖାଦ୍ୟ ଦିଆଯାଏ । ଏହି ପାରାଗୁଡିକର ଜୀବନ ଧାରଣ କ୍ଷମତା 15 ବର୍ଷ ରହିଛି । ତେବେ ଓଡ଼ିଶା ପୋଲିସ ପାଖରେ ଏଭଳି ପାରା ମଧ୍ୟ ରହିଛନ୍ତି ଯେଉଁମାନଙ୍କ ବୟସ 10 ବର୍ଷ । ସମସ ସହିତ ଏଠାରେ ପାରାଗୁ଼ଡ଼ିକ ବଂଶ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.