ETV Bharat / state

ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ, ବିଟେକରେ ସର୍ବାଧିକ ରାଙ୍କ କାର୍ଡ

author img

By

Published : Jul 21, 2023, 8:15 PM IST

ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ । ojee.nic.in/odishajee.comରେ ରେଜଲ୍ଟ ଉପଲବ୍ଧ । ଅଧିକ ପଢ଼ନ୍ତୁ

ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ
ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ । ojee.nic.in/odishajee.comରେ ରେଜଲ୍ଟ ଉପଲବ୍ଧ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିଲା ସ୍ପେଶାଲ OJEE ପରୀକ୍ଷା । ବିଟେକରେ 8655, ଏଲଇଟେକ୍ ଡିପ୍ଲୋମାରେ 4568, ଏଲଇଟେକ୍ ବିଏସରେ 64, ବିଫର୍ମାରେ 2442, ଏମବିଏରେ 4287, ଏମସିଏରେ 1743 । ତେବେ ପରୀକ୍ଷା ପାଇଁ 21 ହଜାର 867 ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା 33 ଟି ସ୍ଥାନରେ 47 ଟି କେନ୍ଦ୍ରରେ ହୋଇଥିଲା । ତେବେ ଦିଆଯାଇଥିବା ରାଙ୍କ ଗୁଡିକ ଛାତ୍ରଛାତ୍ରୀମାନେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ojee.nic.in/odishajee.com ରୁ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ବି.ଟେକ ବିଭାଗ ସମେତ ଲାଟେରାଲ ଏଣ୍ଟ୍ରି-ଟେକ ଡିପ୍ଲୋମା, ଏମବିଏ, ଏମସିଏ ଏବଂ ବିଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆରମ୍ଭ ହୋଇଥିଲା । ଜୁନ ୨୬ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଏବଂ ୨୯ ତାରିଖରେ ହୋଇଥିଲା ପରୀକ୍ଷା। ଏକ ଘଣ୍ଟା ଧରି ହୋଇଥିଲା ସ୍ଵତନ୍ତ୍ର ଓଜେଇଇ ପରୀକ୍ଷା । ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ସିବିଟି ମାଧ୍ୟମରେ ହୋଇଥିଲା । ବିଶେଷ ଭାବରେ ୪ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: OJEE Results: ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ

ତେବେ ସକାଳ ୯ ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ସହ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ପରୀକ୍ଷା ସମୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମଧ୍ୟରେ ୪୪ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ରାଜ୍ୟ ବାହାରେ ଆଉ ୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ପରୀକ୍ଷର୍ଥି । ରାଞ୍ଚି, ପାଟଣା ଏବଂ କଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଥିଲା। ପରୀକ୍ଷାକୁ କିଭଳି ଭାବରେ ଶୃଙ୍ଖଳିତ ଭାବରେ କରିଯିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ଓଜେଇଇ ପକ୍ଷରୁ ଗ୍ରହଣ କରାଯାଇଥିଲା ।

ତେବେ ଜୁନ୍ 2 ତାରିଖରେ ମଧ୍ୟ OJEE ରେଜଲ୍ଟ ପ୍ରକାଶ ପାଇଥିଲା । ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା । ସିବିଟି ମୋଡ୍‌ରେ ହୋଇଥିଲା ପରୀକ୍ଷା । ମୋଟ ୨୩ଟି ବର୍ଗରେ ନାମଲେଖା ପାଇଁ ପ୍ରାୟ ୫୬ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ପ୍ରତ୍ୟେକ ସିଫ୍ଟରେ ଛାତ୍ରଛାତ୍ରୀ ୨ ଘଣ୍ଟାର ପରୀକ୍ଷା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.