ETV Bharat / state

ବିଶ୍ବ ଘରଚଟିଆ ଦିବସ: ହଜିବାକୁ ବସିଲାଣି କିଚିରି ମିଚିରି ଶବ୍ଦ - ଘରଚଟିଆ ଦିବସ

ଦିନକୁ ଦିନ ବିଲୁପ୍ତ ହେବାକୁ ଗଲାଣି ଘରଚଟିଆ । ଆଉ ଦେଖିବାକୁ ମିଳୁନାହାଁନ୍ତି ସେମାନେ । ଘରଚଟିଆଙ୍କୁ ମନେ ପକାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି । ଏହାଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘରଚଟିଆ ଦିବସ
ଘରଚଟିଆ ଦିବସ
author img

By

Published : Mar 20, 2020, 9:13 PM IST

Updated : Mar 21, 2020, 4:24 PM IST

ଖୋର୍ଦ୍ଧା: କିଚିରି ମିଚିରି ଶବଦ କରେ, ଘରେ ଘରେ ନୀଡ ରଚନା କରେ । କହିକି ପାରିବ ତା ନାମ ପିଲେ । ସମସ୍ତେ ଏକା ସହ ପ୍ରଶ୍ନର ଉତ୍ତର ଦିଅନ୍ତି ‘ଘରଚଟିଆ’ । ହେଲେ ଏହି ଘରଚଟିଆ ଆଉ ଦେଖିବାକୁ ମିଳୁନାହାଁନ୍ତି । ହଜିବାକୁ ବସିଲେଣି ଘରଚଟିଆ । ଏବେ କାଁଭାଁ ଶୁଭୁଚି କିଚିରିମିଚିରି ଡାକ । ଆମ ସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେସ ଜଣାଶୁଣା ଏହି ପକ୍ଷୀ ଗାଁ ଗାଁରେ ଆଉ ଦେଖିବାକୁ ମିଳୁନାହିଁ । ତେଣୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ଘରଚଟିଆ ଦିବସ ଭାବେ ପାଳନ କରାଯାଇ ଅନ୍ୟମାନଙ୍କୁ ସଚେତନ କରାଯାଉଛି ।

ବିଶ୍ବ ଘରଚଟିଆ ଦିବସ: ହଜିବାକୁ ବସିଲାଣି କିଚିରି ମିଚିରି ଶବ୍ଦ

ସାନ ସିନା ଦାନତା ମହାନ । ଏହି କଥାର ଯଥାର୍ଥ ପ୍ରତିପାଦନ କରୁଥିବା ପକ୍ଷୀ ହେଉଛି ଘରଚଟିଆ, ଯାହା ଏବେ ବିଲୁପ୍ତ ହେବାକୁ ବସିଛି । ଘରଚଟିଆଙ୍କ ରହଣି ସ୍ଥଳ ଗାଁରେ ଥିବା ଚାଳ ଘର ଏବେ ନଥିବା କାରଣରୁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାର ମୁଖ୍ୟ କରଣ ବୋଲି ପରିବେଶବିତ କହିଛନ୍ତି । ସେହିପରି ସବୁଆଡେ କଂକ୍ରିଟ ଜଙ୍ଗଲ ଓ ପରିବେଶ ତାର ସନ୍ତୁଳନ ହରାଇବା ମଧ୍ୟ ଅନ୍ୟ ଏକ କାରଣ ବୋଲି ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସଚେତନତା ଅଭାବରୁ ଘର ଚଟିଆଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ । ଘରଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ ।

କିଚିରି ମିଚିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ସହ ଘରର ଚାଳରେ ଘରଚଟିଆ ବସା ବାନ୍ଧିଥାଏ । ଲୋକଙ୍କ ସହ ସତେ ଯେମିତି ତାର ସମ୍ପର୍କ ରହିଛି ସେଥିପାଇଁ ତ ବଣ ଜଙ୍ଗଲରେ ନରହି ନଡା ଛପର ଘର ମାନଙ୍କରେ ଏମାନେ ବସା ବାନ୍ଧିଥାନ୍ତି । ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି । ଲୋକଙ୍କ ଚଳଣି ସହ ବାସଗୃହ ମଧ୍ୟ ବଦଳିଗଲାଣି । ମୋବାଇଲ ଯୁଗ ସାଙ୍ଗକୁ କଚ୍ଚା ଘରକୁ ସରକାର ପକ୍କା ଘର କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ ଖୁସି ଆଣି ଦେଉଥିବା ବେଳେ ଘରଚଟିଆଙ୍କ ପାଇଁ ତାହା କାଳ ସାଜିଛି ।

ପ୍ରାୟ ଚାଳ ଘର ପକ୍କା ଘରରେ ପରିଣତ ହେବା ପରେ ଘରଚଟିଆଙ୍କ ସଂଖ୍ୟା ମଧ୍ୟ କମି ଯାଇଛି । ଖାଲି ସେତିକି ନୁହେଁ ବହୁଳ ମୋବାଇଲ ବ୍ୟବହାର ଦ୍ବାରା ଟାୱାରରୁ ବାହାରୁଥିବା ମାଇକ୍ରୋ ୱେଭ ତରଙ୍ଗ ଯୋଗୁଁ କୁଆଡେ ଘର ଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ପରିବେଶବିତ ମାନେ କହିଛନ୍ତି । ସେହିପରି ଘରଚଟିଆଙ୍କୁ ସୁରକ୍ଷା ତଥା ତାଙ୍କ ବଂଶ ବୃଦ୍ଧି ପାଇଁ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସୁଥିବା ବେଳେ ଏହି ପକ୍ଷୀଙ୍କ ପାଇଁ ସରକର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 21, 2020, 4:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.