ETV Bharat / state

cyclone mandous: ଦୁର୍ବଳ ହେଲା ବାତ୍ୟା, ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି - ଭୁବନେଶ୍ବର ନ୍ୟୁଜ

ଦୁର୍ବଳ ହୋଇ ଲଘୁଚାପର ରୂପ ନେଲା ବାତ୍ୟା ମାଣ୍ଡସ । ଏହାର ପ୍ରଭାବରେ 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି । ଅଧିକ ପଢନ୍ତୁ

cyclone mandous: ଦୁର୍ବଳ ହେଲା ବାତ୍ୟା,  ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି

author img

By

Published : Dec 11, 2022, 3:57 PM IST

ଭୁବନେଶ୍ବର: ଦୁର୍ବଳ ହୋଇ ଲଘୁଚାପର ରୂପ ନେଲା ବାତ୍ୟା ମାଣ୍ଡସ । ଏହାର ପ୍ରଭାବରେ 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଭଦ୍ରକରେ ସର୍ବାଧିକ 10.6 ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଆଗାମୀ 24 ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା , ଗଞ୍ଜାମ, ଗଜପତି, ନୂଆପଡା, କଳାହାଣ୍ଡି ଜିଲ୍ଲା ସମେତ ବିଶେଷ କରି ଦକ୍ଷିଣ ଓଡିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

cyclone mandous: ଦୁର୍ବଳ ହେଲା ବାତ୍ୟା, ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି

ଆଗାମୀ 13, 14, 15 ଡିସେମ୍ବର ପର୍ଯ୍ଯନ୍ତ ମୁଖ୍ୟତଃ ଶୁଖିଲା ପାଗ ରହିବ । ଅନ୍ୟପଟେ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.