ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ନା ପରାମର୍ଶ ! ବିରୋଧୀ ଦଳର ଭାଷା କହୁଛନ୍ତି ସୌମ୍ୟ ବାବୁ: ପ୍ରତାପ

author img

By ETV Bharat Odisha Team

Published : Sep 10, 2023, 7:00 AM IST

ପ୍ରତାପ କହିଛନ୍ତି ଯେ, ପୂର୍ବାହ୍ନରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ମୁଁ କିଛି ଟିପ୍ପଣୀ ରଖିଥିଲି । ସମ୍ପାଦକୀୟରେ ଯେଉଁଭଳି ଭାବେ ସେ ଆଲୋଚନା ଓ ସମାଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ତାକୁ ନେଇ ଆଲୋଚନା ଓ ସମାଲୋଚନା କରୁଛନ୍ତି, ତା ଉପରେ ଟିପ୍ପଣୀ ରଖିଥିଲି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ନା ପରାମର୍ଶ ! ବିରୋଧୀ ଦଳର ଭାଷା କହୁଛନ୍ତି ସୌମ୍ୟ ବାବୁ: ପ୍ରତାପ
ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ନା ପରାମର୍ଶ ! ବିରୋଧୀ ଦଳର ଭାଷା କହୁଛନ୍ତି ସୌମ୍ୟ ବାବୁ: ପ୍ରତାପ
ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ନା ପରାମର୍ଶ ! ବିରୋଧୀ ଦଳର ଭାଷା କହୁଛନ୍ତି ସୌମ୍ୟ ବାବୁ: ପ୍ରତାପ

ଭୁବନେଶ୍ବର: ସୌମ୍ୟ ବାବୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ, ମୁଖ୍ୟମନ୍ତ୍ରୀ ତାଙ୍କୁ ସମୟ ଦେଇନାହାନ୍ତି କହିବା ଗ୍ରହଣୀୟ ନୁହେଁ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା, ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୀତରେ ଯେମିତି ଥିଲା, ଭବିଷ୍ୟତରେ ସେମିତି ରହିବ ବୋଲି ସୌମ୍ୟ ସ୍ବୀକାର କରିଛନ୍ତି । ବିରୋଧୀ 2000 ମସିହାରୁ ଯେପରି ସମାଲୋଚନା କରିଆସୁଥିଲେ ସୌମ୍ୟ ବାବୁ ସେମିତି କରୁଛନ୍ତି । ସୌମ୍ୟଙ୍କ ଭାଷା ଓ ବିରୋଧିଙ୍କ ଭାଷା ସମାନ । ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି ନା ସମାଲୋଚନା କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ସୌମ୍ୟଙ୍କ ଜବାବ ପରେ ପୁଣି ଥରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଏହାବି ପଢନ୍ତୁ- ଦଳୀୟ ଅନୁଶାସନ ଭାଙ୍ଗୁଛନ୍ତି ସୌମ୍ୟ, ଦଳ ଛାଡି ସମ୍ପାଦକୀୟ ଲେଖନ୍ତୁ: ପ୍ରତାପ ଦେବ

ପ୍ରତାପ କହିଛନ୍ତି ଯେ, ପୂର୍ବାହ୍ନରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ମୁଁ କିଛି ଟିପ୍ପଣୀ ରଖିଥିଲି । ସମ୍ପାଦକୀୟରେ ଯେଉଁଭଳି ଭାବେ ସେ ଆଲୋଚନା ଓ ସମାଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ତାକୁ ନେଇ ଆଲୋଚନା ଓ ସମାଲୋଚନା କରୁଛନ୍ତି, ତା ଉପରେ ଟିପ୍ପଣୀ ରଖିଥିଲି । ତତ୍କାଳ ସୌମ୍ୟ ବାବୁ ତାହା ଉପରେ ତାଙ୍କ କାଉଣ୍ଟର ରଖିଛନ୍ତି । ତିନୋଟି ଜିନିଷ ଏଥିରେ ସେ କହିଛନ୍ତି । ଯାହା ମୋତେ ଆଶ୍ଚର୍ଯ୍ୟ ଓ ବିସ୍ମିତ କରିଛି । ତେଣୁ ମୁଁ ପୁନର୍ବାର ମୋ ପ୍ରତିକ୍ରିୟା ରଖିବାକୁ ଚାହୁଁଛି ।

ପ୍ରଥମ କଥା ସୌମ୍ୟ ବାବୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସେ ଦେଖା ପାଉନାହାନ୍ତି । ଏ କଥା ଉପରେ ମୁଁ ତାଙ୍କ ସହିତ ଏକମତ ହୋଇପାରୁନାହିଁ । ଆମେ ମନ୍ତ୍ରୀ ଓ ବିଧାୟକ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛୁ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ଲୋକ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅନୁମତି ମାଗିଲେ ମିଳୁଛି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମଧ୍ୟ ଦେଖା କରୁଛନ୍ତି । ବିଧାୟକ ଓ ମନ୍ତ୍ରୀମାନେ ନିଶ୍ଚୟ ଭାବେ ଦେଖା କରୁଛନ୍ତି । ସୌମ୍ୟ ବାବୁଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଭେଟିବା ପାଇଁ ଅନୁମତି ମାଗିଲେ, ମୁଖ୍ୟମନ୍ତ୍ରୀ ଦେଲେ ନାହିଁ, ଏହା ଆଦୌ ଗ୍ରହଣୀୟ ନୁହେଁ ।

ଏହାବି ପଢନ୍ତୁ- ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ; କହିଲେ ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି

ଦ୍ଵିତୀୟ କଥା ସୌମ୍ୟ ବାବୁ ତାଙ୍କ ଟିପ୍ପଣୀରେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ଜନପ୍ରିୟ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତୀତରେ ଏମିତି ଜନ ସମର୍ଥନ କେହି ପାଇ ନାହାନ୍ତି । କିମ୍ବା ଭବିଷ୍ୟତରେ କେହି ପାଇବେ ବୋଲି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ମୋତେ ବିସ୍ମିତ କରୁଛି ଯେ, 23 ବର୍ଷ ହେଲା ନବୀନ ବାବୁ ଓଡ଼ିଶାକୁ ଶାସନ କରିଛନ୍ତି । ସୁଶାସନ ଉପରେ ଥରେ ନୁହେଁ 5 ଥର ତାଙ୍କୁ ଲୋକ ନିର୍ବାଚିତ କରିସାରିଲେଣି । ସୌମ୍ୟ ବାବୁ ମଧ୍ୟ ତାଙ୍କ ସମର୍ଥନରେ ନିର୍ବାଚିତ ହୋଇ ଆସିଛନ୍ତି । ବାସ୍ତବରେ ସୌମ୍ୟ ବାବୁ ଗଣମାଧ୍ୟମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାକୁ ଚାହୁଁଛନ୍ତି ନା ପ୍ରକୃତରେ ସମାଲୋଚନା କରୁଛନ୍ତି । 2000 ମସିହାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟ ପରିଚାଳନା ଉପରେ ବିରୋଧୀ ଦଳଙ୍କର ଯାହା ଆଲୋଚନା ଓ ସମାଲୋଚନା ପରିଭାଷା ରହି ଆସିଛି, ସେହି ଭାଷା ଆଜି ସୌମ୍ୟ କହିଛନ୍ତି ।

ଏହାବି ପଢନ୍ତୁ- ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ, ଦଳ ଛାଡ଼ିବିନି: ସୌମ୍ୟ

ପ୍ରଥମଥର ବିଧାୟକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି । ଅନ୍ୟପଟେ କହୁଛନ୍ତି ଭେଟିବା ଲାଗି ଅନୁମତି ମିଳୁନାହିଁ । ଦଳ ଭିତରେ ଅନେକ ଫୋରମ ଅଛି ସୌମ୍ୟ ବାବୁ ଏ କଥା କହିପାରିବେ । ହିତେଷୁ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସୌମ୍ୟ ବାବୁ ପରାମର୍ଶ ଦେଉଛନ୍ତି ନା ବିରୋଧୀ ଦଳଙ୍କ ସହ ସ୍ବର ମିଶାଉଛନ୍ତି । କେଉଁ କଥା ଠିକ ତାହା ଓଡ଼ିଶାର ଜନସାଧାରଣ ସ୍ପଷ୍ଟ ଭାବେ ଜାଣିବା ଉଚିତ । କେତେକ ସ୍ଥାନରେ ଆଲୋଚନା ହେଉଛି ଯେ, ସୌମ୍ୟ ବାବୁ ବୋଧେ ମନ୍ତ୍ରୀ ହେବାକୁ ଚାହୁଁଥିଲେ । ତାଙ୍କୁ ମନ୍ତ୍ରୀ ନକରିବାରୁ ସେ ଏ କଥା କହୁଛନ୍ତି । ବାସ୍ତବ ଚିତ୍ର ସ୍ପଷ୍ଟ ହେବା ଦରକାର । ବିଧାୟକ ଭାବେ ଯଦି ପରାମର୍ଶ ଦେବାର ଅଛି, ତେବେ ମୁଖ୍ୟମନ୍ତ୍ରୀ ଭେଟି କହିପାରନ୍ତି । କିଛି ଅସୁବିଧା ନାହିଁ । ତା ସ୍ବତେ ସୌମ୍ୟ ବାବୁ ଯଦି ଭାବୁଛନ୍ତି ତାଙ୍କ କଥା ରହୁନାହିଁ । ତାଙ୍କ ଚିନ୍ତାଧାରା ସରକାର ଓ ପ୍ରଶାସନର ଚିନ୍ତାଧାରାରେ ଏକମତ ନୁହଁନ୍ତି, ତାହାଲେ ସୌମ୍ୟ ବାବୁଙ୍କ ଚିନ୍ତାଧାରା ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.