ETV Bharat / state

ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର - khordha

ମନ୍ଦିର ଭିତରେ ସାପ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରେ ଥିବା ବୃନ୍ଦାବନ ଦେବଙ୍କ ମନ୍ଦିରରୁ ଏକ ପାଞ୍ଚ ଫୁଟ ଲମ୍ବର ନାଗସାପ ଉଦ୍ଧାର । ଅଧିକ ପଢନ୍ତୁ...

snake-rescue-inside-temple-in-khurdha
ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର
author img

By

Published : Nov 4, 2020, 11:21 AM IST

ଖୋର୍ଦ୍ଧା: ମନ୍ଦିର ଭତରୁ ଉଦ୍ଧାର ହେଲା ନାଗ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରେ ଥିବା ବୃନ୍ଦାବନ ଦେବଙ୍କ ମନ୍ଦିରରୁ । ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍କଲରେ ଛାଡି ଦିଆଯାଇଛି ।

ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର

ସୂଚନାନୁସାର ବୁଧବାର ସକାଳୁ ଦାମୋଦର ଓଷା ପାଇଁ ହବିଶ୍ୟାଳି ମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହା ପରେ ସେମାନେ ଏକ ପାଞ୍ଚ ଫୁଟ ଲମ୍ବର ନାଗ ସାପଟିକୁ ମନ୍ଦିର ଭିତରେ ଦେଖିବାକୁ ପାଇଥିଲେ।

ସାପଟିକୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ବେଗୁନିଆର ସାପ ଧରାଳି ସୂର୍ଯ୍ୟକାନ୍ତ ବିଶୋଇକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି ସୂର୍ଯ୍ୟକାନ୍ତ ଆସି ସାପଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ । ସାପଟିକୁ ଦେଖିବାକୁ ଗାଁରେ ଲୋକଙ୍କ ଭିଡ ଲାଗିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.