ETV Bharat / state

ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବି କଲା ସ୍ନେକ ହେଲ୍ପଲାଇନ - snake helpline demands to withdrawal guidelines

ସାପ ଉଦ୍ଧାର ଗାଇଡଲାଇନରେ ଆଇନଗତ ତ୍ରୁଟି । ଏହି ଗାଇଡଲାଇନକୁ ପ୍ରତ୍ୟାହାର କରିବା ସହ ଆଇନଗତ ତ୍ରୁଟି ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ଅଧିକ ପଢନ୍ତୁ

ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବୀ କଲା ସ୍ନେକ ହେଲ୍ପଲାଇନ

author img

By ETV Bharat Odisha Team

Published : Nov 16, 2023, 8:36 PM IST

ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବୀ କଲା ସ୍ନେକ ହେଲ୍ପଲାଇନ

ଭୁବନେଶ୍ୱର: ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବି କରିଛି ସ୍ନେକ ହେଲ୍ପଲାଇନ । ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରିବା ସହ ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ହୋଇଛି ଦାବି । ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାବି ଜଣାଇଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସାପ ଉଦ୍ଧାର ଓ ଥଇଥାନ ନିମନ୍ତେ ଗାଇଡଲାଇନ ଜାରି କରାଯାଇଛି । ଗାଇଡ ଲାଇନରେ ଡିଏଫଓ ମାନେ ବନ୍ୟପ୍ରାଣୀ ଆଇନର ଧାରା ୧୧ ଅନୁଯାୟୀ ସାପ ଧରାଳିମାନଙ୍କୁ ସାର୍ଟିଫିକେଟ ଦିଆଯିବ ବୋଲି ଦର୍ଶାଯାଇଛି । ତାହା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ।

ଗତ ଏପ୍ରିଲ ୧ ରେ ସଂଶୋଧିତ ଆଇନ ଲାଗୁ ହେବା ଦିନ ଠାରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପମାନଙ୍କୁ ତଫସିଲ ୧ ତାଲିକାରେ ରଖାଯାଇଛି । ଏଥିନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ କ୍ଷମତା ପ୍ରାପ୍ତ । ସେହିପରି ବନ୍ୟ ପ୍ରାଣୀ ଆଇନର ଧାରା ୧୨ର ଉପଧାରା (BB)ର (I) ଅନୁସାରେ ହିଁ ସାପ ଉଦ୍ଧାର ପାଇଁ ଅନୁମତି ଦିଆ ଯାଇପାରିବ । ତାହା କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ କ୍ଷମତା ଅନ୍ତର୍ଭୁକ୍ତ । ଡିଏଫଓଙ୍କର ଆଇନଗତ କ୍ଷମତା ନାହିଁ । ତେଣୁ ଗାଇଡଲାଇନଟି ଅସିଦ୍ଧ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ,"ଗତକାଲି ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କ ଅଫିସରୁ ଏକ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି । ନିୟମ ଦୃଷ୍ଟିରୁ ପ୍ରଥମେ ପୁରୁଣା ଗାଇଡଲାଇନରେ ସଂଶୋଧନ କରି ଡିଏଫଓ ସ୍ଥାନରେ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଏବଂ ବନ୍ୟପ୍ରାଣୀ ଆଇନର ଧାରା ୧୧ ବଦଳରେ ଧାରା ୧୨ ଅନୁଯାୟୀ ନୂତନ ଗାଇଡଲାଇନ ଜାରୀ କରି ଏହାକୁ କାର୍ଯ୍ୟକାରୀ କରିବା କଥା । ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା ୧୧ର ପ୍ରୟୋଗ କରାଯାଇଥାଏ । ତେଣୁ ଏହି ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରିବା ସହ ଆଇନଗତ ତ୍ରୁଟି ସଂଶୋଧନ କରିବାର ଆବଶ୍ୟକତା ରହିଛି । "

ଏହା ମଧ୍ୟ ପଢନ୍ତୁ ......ବନ ବିଭାଗ ଗାଇଡଲାଇନ ଆଇନତଃ ଅସିଦ୍ଧ ! ପ୍ରତ୍ୟାହାର ସହ ସଂଶୋଧନ ଦାବି କଲା ସ୍ନେକ ହେଲ୍ପଲାଇନ

ପୁନର୍ବାର ନୂତନ ଗାଇଡଲାଇନ ଜାରି କରିବା ଦରକାର । ତେଣୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପୁନଃ ଦାବି ଜଣାଇଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଆଜିର ଅଭିଯୋଗ ପତ୍ରର ନକଲ ଇ-ମେଲ ଯୋଗେ ରାଜ୍ୟର ମୁଖ୍ୟ ଶାସନ ସଚିବ, ୫ଟି ଚେୟାରମ୍ୟାନ, ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପିସିସିଏଫ ଏବଂ ହଫ, ବନ୍ୟ ପ୍ରାଣୀ ପିସିସିଏଫ ଏବଂ ଓସଡମାର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ପଠାଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି," ଗତ ଅଗଷ୍ଟ ୩୧ ତାରିଖରେ ମୁଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲି । ଏହା ପରେ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ଉଭୟ ବନ୍ୟ ପ୍ରାଣୀ ପିସିସିଏଫ ଏବଂ ଓସଡମାର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି କରି ମୋ ତଥ୍ୟ ଉପରେ ମତାମତ ଦେବା ପାଇଁ କହିଥିଲେ । କୌଣସି ଗାଇଡଲାଇନ କେବେହେଲେ ବି ବୈଧାନିକ ପ୍ରବଧାନ ଉପରକୁ ଯାଇ ପାରିବ ନାହିଁ । ତେଣୁ ଗାଇଡଲାଇନରେ ବନ୍ୟପ୍ରାଣୀ ଆଇନର ଉଲ୍ଲଘଂନ ହେଉଥିବା ତ୍ରୁଟିକୁ ସଂଶୋଧନ କରି ଏକ ନୂଆ ଗାଇଡଲାଇନ ଜାରୀ ହେବ ବୋଲି ଆଶାବାଦୀ ଥିଲୁ । କିନ୍ତୁ ତାହା ହେଲାନାହିଁ ।"

ସାପକୁ ଯେଉଁମାନେ ଧରିବା ପାଇଁ ଯିବେ, ସେମାନେ ମାଗଣାରେ କାମ କରିବେ, ଯାହା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ । ସେହିପରି ସାପ ଧରିବା ବେଳେ ଉପସ୍ଥିତ ଦେଖଣାହାରୀଙ୍କୁ ଯଦି ସାପ କାମୁଡ଼ିଲା, ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରେଇବା ଦାୟିତ୍ଵ ସାପ ଧରାଳିଙ୍କ ମୁଣ୍ଡରେ ଲଦିବା ଅତ୍ୟନ୍ତ ହାସ୍ୟାସ୍ପଦ । ସେଥିପାଇଁ ସାପ ଧରାଳିମାନଙ୍କୁ ଆମ୍ବୁଲାନ୍ସ ଧରି ସାପ ଧରିବା ପାଇଁ ଯିବା ଜରୁରୀ ହେବ । ଯାହାକି ଅସମ୍ଭବ ବୋଲି କହିଛନ୍ତି ସେ ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.