ETV Bharat / state

ରାଜଧାନୀ ଉପକଣ୍ଠରେ ଭୟଙ୍କର ଅଗ୍ନିକାଣ୍ଡ, ଘର ସାମ୍ନାରେ ଜଳିଗଲା ୬ଟି ବାଇକ୍

author img

By

Published : Apr 22, 2023, 12:05 PM IST

Updated : Apr 22, 2023, 12:33 PM IST

ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆ ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ଘର ସାମ୍ନାରେ ଜଳି ପାଉଁଶ ହୋଇଗଲା ୬ଟି ବାଇକ୍ । ଅଧିକ ପଢନ୍ତୁ

six Bike catches fire in Bhubaneswar
six Bike catches fire in Bhubaneswar
six Bike catches fire in Bhubaneswar

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଭୟଙ୍କର ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଘର ସାମ୍ନାରେ ଜଳିପୋଡି ପାଉଁଶ ହୋଇଗଲା ୬ଟି ବାଇକ । ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆ ଗାଁରେ ଏହି ଘଟଣା ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଆସି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । କମିସନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତ୍ରିରେ ସିମେଣ୍ଟ ବ୍ୟବସାୟୀ ପ୍ରଶାନ୍ତ ବଡ଼ଜେନାଙ୍କ ଘର ସାମ୍ନାରେ ବାଇକ ପାର୍କିଂ ହୋଇଥିଲା । ରାତିରେ ହଠାତ୍ ବାଇକ ଜଳୁଥିବା ନେଇ ଘର ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ୧୧୨କୁ ଫୋନ କରି ଜଣାଇଥିଲେ । ତେବେ ଫୋନ କରିବାର ୩୦ ମିନିଟ ପରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସବୁ ବାଇକ ଜଳିପୋଡି ପାଉଁଶ ହୋଇଯାଇଥିଲା । ଜଳି ଯାଇଥିବା ବାଇକ ମଧ୍ୟରୁ ମୋଟ ୫ଟି ପେଟ୍ରୋଲ ବାଇକ ଥିବାବେଳେ‌ ଗୋଟିଏ ଇ-ବାଇକ ଥିଲା । ହିରୋ ପାସନ ପ୍ରୋ ଗାଡି ସମେତ ୨ଟି ହୋଣ୍ଡା ଗ୍ଲାମର, ହୋଣ୍ଡା ସାଇନ୍ , ହିରୋ‌ ପ୍ଲେଜର ଓ ଗୋଟିଏ ଇ-ବାଇକ ରହିଛି । ତେବେ ନିଆଁ ଲିଭିଲା ବେଳକୁ ବାଇକ ୬ଟି ପୋଡି ପାଉଁଶ ହୋଇଯାଇଥିବା ବେଳେ ଗାଡ଼ି ଜଳିବା ସହ ଘରର ଅଧିକାଂଶ ଜିନିଷ ମଧ୍ୟ ଜଳିପୋଡ଼ି ଯାଇଛି । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି । ଏନେଇ ଖବର ପାଇ କମିସନରେଟ ପୋଲିସ ଟିମ୍ ପହଞ୍ଚି ଛାନଭିନ କରୁଛି । ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଏପରି ୬ଟି ଗାଡି ପୋଡିଯିବା ପୋଲିସର ସନ୍ଦେହ ବଢ଼ାଇଛି ।

ତେବେ ନିଆଁ କିଏ ଲଗାଇଲା ନା କେଉଁ କାରଣରୁ ଅଘଟଣ ଘଟିଛି ସେନେଇ ପୋଲିସ ବି ସନ୍ଦେହରେ ରହିଛି । ସେପଟେ କମିସନରେଟ ପୋଲିସର ସାଇଣ୍ଟିଫିକ୍ ଏକ୍ସପର୍ଟ ଛାନଭିନ ପରେ ଘଟଣାସ୍ଥଳରୁ ମିଳିଥିବା ନମୁନାରୁ ଜଣାପଡ଼ିବ ଏହା ମନୁଷ୍ୟକୃତ ନା ଆକସ୍ମିକ । କାରଣ ଦୁଇଟି କାରଣ ଆଡ଼କୁ ଏହା ଇସାରା କରୁଛି । ଯେହେତୁ ଘର ମାଲିକ ଜଣେ ସିମେଣ୍ଟ ବ୍ୟବସାୟୀ ଏବଂ ତାଙ୍କ ପରିବାରରେ 13 ଜଣ ସଦସ୍ୟ ଅଛନ୍ତି ତେଣୁ ହୁଏତ ପାରିବାରିକ ଶତ୍ରୁତା ନଚେତ୍ ବ୍ୟବସାୟିକ ଶତ୍ରୁତା ପାଇଁ କେହି ଏପରି ନିଆଁ ଲଗାଇ ଥାଇପାରେ ।

ନଚେତ ଅନ୍ୟ ଏକ ଦିଗଟି ହେଉଛି ଯେହେତୁ ପୋଡି ଯାଇଥିବା ଗାଡି ଭିତରେ ଗୋଟିଏ ଇ-ବାଇକ ରହିଛି ହୁଏତ ସେଥିଯୋଗୁଁ ନିଆଁ ଲାଗି ନିଆଁଟି ଅନ୍ୟ ଗାଡ଼ିକୁ ବ୍ୟାପି ଥାଇପାରେ । ଏନେଇ ଘର ମାଲିକ ପ୍ରଶାନ୍ତ ବଡ଼ଜେନାଙ୍କ ପୁଅ କହିଛନ୍ତି," ବ୍ୟାଟେରି ଗାଡି ଚାର୍ଜ ଲାଗି ନଥିଲା କି ଗାଡି ସେପରି କିଛି ଫୁଟିବାର ଶବ୍ଦ ଆମେ ଶୁଣିନାହୁଁ । ଆଗ ଯଦି ବ୍ୟାଟେରି ଗାଡିରୁ ନିଆଁ ଲାଗିବା ଆରମ୍ଭ ହେବ ଟିକେ ଧୂଆଁ ବାହାରିଥାନ୍ତି କି ବ୍ୟାଟେରି ପୋଡିବାର ଗନ୍ଧ ଆସିଥାନ୍ତା । ହେଲେ ସେଭଳି କିଛି ହୋଇନାହିଁ । ଆମେ ସନ୍ଦେହ କରୁଛୁ କେହି ଆସି ନିଆଁ ଲଗାଇ ଦେଇଛନ୍ତି । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 22, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.