ETV Bharat / state

Chandrayaan3: ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡର ଗୋଡରେ ହେବା ଦରକାର, ଭୁଲ ହେଲେ ସଜାଡିବ ସେନ୍ସର

author img

By

Published : Aug 17, 2023, 6:11 PM IST

Updated : Aug 17, 2023, 7:17 PM IST

ଆଜି ଲ୍ୟାଣ୍ଡର ବିକ୍ରମ ପ୍ରପଲସନ ମଡ୍ୟୁଲଠାରୁ ଅଲଗା ହୋଇଥିବା ବେଳେ ଆଗକୁ କିପରି ଲ୍ୟାଣ୍ଡ କରିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢନ୍ତୁ

Chandrayaan 3
Chandrayaan 3

Chandrayaan3: ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡର ଗୋଡରେ ହେବା ଦରକାର, ଭୁଲ ହେଲେ ସଜାଡିବ ସେନ୍ସର

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ଆଜି ପ୍ରପଲସନ ମଡ୍ୟୁଲଠାରୁ ସଫଳତାର ସହ ଅଲଗା ହୋଇ ଚନ୍ଦ୍ର ଆଡ଼କୁ ଅଗ୍ରଗତି କରୁଛି ଲ୍ୟାଣ୍ଡର । ସମସ୍ତେ ଏହି ମିଶନ ସଫଳ ହେବା ନେଇ ଆଶା ରଖିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀ ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡରର ଗୋଡ଼ରେ ହେବା ଆବଶ୍ୟକ । ଏଥିଲାଗି ସମସ୍ତ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

ଏନେଇ ପଟ୍ଟନାୟକ କହିଛନ୍ତି, "ସଫ୍ଟ ଲ୍ୟାଣ୍ଡିଂ ସମୟରେ ଲ୍ୟାଣ୍ଡର ବିକ୍ରମ ନିଜ ଗୋଡରେ ଲ୍ୟାଣ୍ଡ୍‌ କରିବା ଦରକାର । ଯଦି ଢଳି କରି କିମ୍ବା ଅନ୍ୟ କୌଣସି ଉପାୟରେ ଲ୍ୟାଣ୍ଡ କରେ ତେବେ ଅସୁବିଧା ହେବ । ବଡ଼ କଥା ହେଲା ଏଥର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଲ୍ୟାଣ୍ଡରର ଗୋଡକୁ ଶକ୍ତିଶାଳୀ କରିଦିଆଯାଇଛି । ଯାହା ଚନ୍ଦ୍ରାୟନ-2 ସମୟରେ ହୋଇନଥିଲା । ଲ୍ୟାଣ୍ଡିଂ ସମୟରେ ଲ୍ୟାଣ୍ଡର ଯେପରି ଢଳି ନଯାଏ ସେଥିପାଇଁ ସେନ୍ସର ଲଗାଯାଇଛି । ଧୀରେ ଧୀରେ ଲ୍ୟାଣ୍ଡିଂ ସମୟରେ ଯଦି କୌଣସି ତ୍ରୁଟି ହୁଏ ତେବେ ଲ୍ୟାଣ୍ଡରରେ ଲାଗିଥିବା ସେନ୍ସର ଏହାକୁ ସଜାଡି ନେବ । ଫଳରେ ଚନ୍ଦ୍ରାୟନ-୨ ସମୟରେ ଯେପରି କ୍ରାସ ଲ୍ୟାଣ୍ଡିଂ ହୋଇଥିଲା ସେପରି ହେବ ନାହିଁ ।"

ଏହା ବି ପଢନ୍ତୁ- Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

ଗତ ଜୁଲାଇ ୧୪ ତାରିଖରେ ଲଞ୍ଚ ହୋଇଥିବା ଚନ୍ଦ୍ରାୟନ-୩ ଏବେ ୧୫୩/୧୬୫ କିଲୋମିଟର ଉପରେ କକ୍ଷପଥରେ ବୁଲୁଛି । ଆଜି ପ୍ରପଲସନ ମଡ୍ୟୁଲଠାରୁ ଲ୍ୟାଣ୍ଡର ଅଲଗା ହୋଇଛି । ପ୍ରପଲସନ ମଡ୍ୟୁଲ ୧୦୦ କିଲୋମିଟର ଉପରେ କକ୍ଷ ପଥରେ ଘୁରିବୁ ଲିବ । କିନ୍ତୁ ଲ୍ୟାଣ୍ଡର ୩୦/୧୦୦ କିଲୋମିଟର କକ୍ଷ ପଥରେ ଅଣ୍ଡାକୃତିର କକ୍ଷପଥରେ ଘୁରି ବୁଲିବ । ବଡ଼ କଥା ହେଲା ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିବା ସମୟରେ ଏହାର ବେଗ କମାଇବ । ଚନ୍ଦ୍ରାୟନ-୨ରେ ବେଗ କମାଇବା ପାଇଁ ନିର୍ଦ୍ଦେଶ ଗଲା ବେଳେ ଯୋଗସୂତ୍ର କଟିବାରୁ କ୍ରାସ ଲ୍ୟାଣ୍ଡିଂ ହୋଇଥିଲା ।

ଏହା ବି ପଢନ୍ତୁ- Chandrayaan-3: ଲ୍ୟାଣ୍ଡିଂର ନିକଟତର ଚନ୍ଦ୍ରଯାନ-3, ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

କିନ୍ତୁ ଚନ୍ଦ୍ରଯାନ-୩ରେ ବେଗ କମାଇବା ପାଇଁ ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ବ୍ୟବସ୍ଥା କରାଯାଇଛି । ତେଣୁ ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରି ପୃଥିବୀରେ ଏକ ମାଇଲ ଷ୍ଟୋନ ହାସଲ କରିବାକୁ ଯାଉଛି । ଚନ୍ଦ୍ରଯାନ-୩ର ଏହି ସଫ୍ଟ ଲ୍ୟାଣ୍ଡିଂ ଯଦି ସଫଳ ହୁଏ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ବିଶ୍ବରେ ହେବ ଚତୁର୍ଥ ରାଷ୍ଟ୍ର । ଏବେ ଅପେକ୍ଷା ଅଗଷ୍ଟ ୨୩ ତାରିଖକୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2023, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.