ETV Bharat / state

ରାଜ୍ୟର ଟପ୍ ୧୦ ସ୍ବଂୟଶାସିତ କଲେଜ ତାଲିକା ପ୍ରକାଶ, ପ୍ରଥମ ସ୍ଥାନରେ ଶୈଳବାଳା କଲେଜ - ସରକାରୀ ସ୍ୱୟଂଶାସିତ ତାଲିକାରେ ପ୍ରଥମ ଶୈଳବାଳା କଲେଜ

ପ୍ରକାଶ ପାଇଲା ରାଜ୍ୟର ଟପ୍ ୧୦ ସ୍ୱୟଂଶାସିତ କଲେଜ ତାଲିକା । ପ୍ରଥମ ସ୍ଥାନରେ କଟକର ଶୈଳବାଳା କଲେଜ । ଅଧିକ ପଢନ୍ତୁ

ରାଜ୍ୟର ଟପ୍ ୧୦ ସ୍ବଂୟଶାସିତ କଲେଜ ତାଲିକା ପ୍ରକାଶ

author img

By

Published : Apr 18, 2023, 2:24 PM IST

ଭୁବନେଶ୍ବର: ଭାରତ ଉଚ୍ଚଶିକ୍ଷା ମାନ୍ୟତା 2022-23ରେ ଓଡ଼ିଶାର ଶୀର୍ଷ ମାନ୍ୟତାପ୍ରାପ୍ତ ସରକାରୀ ସ୍ୱୟଂଶାସିତ କଲେଜଗୁଡିକର ତାଲିକା ପ୍ରକାଶ ପାଇଛି । ଟପ୍‌ 10 ସ୍ବଂୟଶାସିତ କଲେଜ ମଧ୍ୟରେ ଆଗରେ ରହିଛି କଟକର ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ । ତେବେ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଛି ଭୁବନେଶ୍ବରର ବିଜେବି ସ୍ୱୟଂଶାସିତ କଲେଜ । ଏଥର ବିଜେପି କଲେଜ ରାଙ୍କ ୬ରେ ରହିଛି । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଏହାମଧ୍ୟ ପଢନ୍ତୁ: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ

ରାଜ୍ୟର ନାମୀଦାମୀ ସ୍ୱୟଂଶାସିତ ମହାବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଟପ୍ 10 ମାନ୍ୟତାପ୍ରାପ୍ତ ସରକାରୀ ସ୍ୱୟଂଶାସିତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି କଟକର ଶୈଳବାଳା ମହିଳା ସ୍ୱୟଂଶାସିତ କଲେଜ । ଏହାପଛକୁ ଦ୍ବିତୀୟରେ ରହିଛି ପୁରୀର ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ କଲେଜ । ଏହି କ୍ରମରେ ତୃତୀୟରେ ସ୍ଥାନରେ ଢେଙ୍କାନାଳ ସ୍ୱୟଂଶାସିତ କଲେଜ, ଚତୁର୍ଥରେ ବାଲେଶ୍ବରର ଫକୀର ମୋହନ ସ୍ୱୟଂଶାସିତ କଲେଜ, ପଞ୍ଚମରେ ପୁରୀର ନିମାପଡା ସ୍ୱୟଂଶାସିତ କଲେଜ, ଷଷ୍ଠରେ ବ୍ରହ୍ମପୁରର ଏସବିଆରଜି ସ୍ୱୟଂଶାସିତ କଲେଜ ଓ ବିଜେବି ସ୍ୱୟଂଶାସିତ କଲେଜ, ସପ୍ତମରେ କଳାହାଣ୍ଡି ସରକାରୀ ସ୍ୱୟଂଶାସିତ କଲେଜ, ଅଷ୍ଟମରେ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜ, ନବମରେ କେନ୍ଦୁଝରର ଧରଣୀଧର ସ୍ୱୟଂଶାସିତ କଲେଜ ଓ ଦଶମରେ ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜ ରହିଛି ।

ଏହାମଧ୍ୟ ପଢନ୍ତୁ: ଚାରିଟି ଟ୍ରଷ୍ଟ ଆଳରେ କଳାରୁ ଧଳା ହେଉଥିଲା ଠକେଇ ଟଙ୍କା, ଅନଲାଇନ ପଞ୍ଜି ସ୍କାମରେ ଆଉ ଜଣେ ଗିରଫ

ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ବିଜେବି ସ୍ୱୟଂଶାସିତ କଲେଜ ଏକ ନମ୍ବର ରହି ଆସୁଥିଲେ ମଧ୍ୟ 2022-23 ବର୍ଷରେ ଓଡ଼ିଶା ଶୀର୍ଷ ମାନ୍ୟତା ପ୍ରାପ୍ତ ସରକାରୀ ସ୍ୱୟଂଶାସିତ କଲେଜଗୁଡିକର ତାଲିକାରେ 6 ନମ୍ବର ରାଙ୍କ୍‌କୁ ଖସି ଆସିଛି । ଏପଟେ ପୁରୀ ଜିଲ୍ଲାରେ ଦୁଇଟି ସ୍ୱୟଂଶାସିତ କଲେଜର ଭଲ ରାଙ୍କରେ ରହିଥିବା ବେଳେ ବାକି 9ଟି ଜିଲ୍ଲାର ଗୋଟିଏ ଲେଖାଏଁ ସ୍ୱୟଂଶାସିତ କଲେଜ ରହିଛି ।

ଏହାମଧ୍ୟ ପଢନ୍ତୁ: Sambalpur Violence: ଆଉ 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା

ଏହାମଧ୍ୟ ପଢନ୍ତୁ: ୨୦୨୩ ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ମିଳିବ ୫ଟି ମୌଳିକ ସୁବିଧା: ଜି ମାଥିଭାଥାନନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.