ETV Bharat / state

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଅଭିଯୋଗ ଭିତ୍ତିହୀନ - କଲେଜରେ ସେକ୍ସ ରାକେଟ

Sex Racket In College: ନିକଟରେ ଏକ ସରକାରୀ କଲେଜରେ ସେକ୍ସ ରାକେଟ ଚାଲୁଥିବାର ସାଂଘାତିକ ଅଭିଯୋଗ ଆସିଥିଲା । ଉଚ୍ଚଶିକ୍ଷା ବିଭାଗର ତଦନ୍ତ ପରେ ତାହା ଭିତ୍ତିହୀନ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ, ସ୍ପଷ୍ଟ କଲା ଉଚ୍ଚଶିକ୍ଷା ବିଭାଗ

author img

By ETV Bharat Odisha Team

Published : Dec 29, 2023, 9:31 AM IST

ଭୁବନେଶ୍ବର: ନିକଟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିଲା ନୋଟିସ । ଯେଉଁଥିରେ ଥିଲା ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କଳା କାରନାମା । ଏହା ମଧ୍ୟରେ ନାମକରା ସରକାରୀ କଲେଜରେ ସେକ୍ସ ରାକେଟ ଚାଲୁଥିବାର ସାଂଘାତିକ ଅଭିଯୋଗ ଆସିଥିଲା । ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ଉଚ୍ଚ ଶିକ୍ଷା ବିଭାଗ । କିଛି ମହିଳା ଅଧିକାରୀ ଅନୁସନ୍ଧାନ କରିବା ପରେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାପଡିଛି । ଏହି ଅଭିଯୋଗର କୌଣସି ପ୍ରମାଣ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ଏପଟେ ଅଭିଯୋଗ ଆବେଦନ ମଧ୍ୟ ଏକ ଯୋଜନାବଦ୍ଧ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି କୌଣସି ଏପରି ଅଭିଯୋଗକାରୀ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ସେହି କଲେଜର ଥିବା ଷ୍ଟାଫ୍ କାଉନସିଲ୍, ଆଲୁମିନି ଆସୋସିଏସନ୍, ଶିକ୍ଷକ, ଛାତ୍ରଛାତ୍ରୀ, ଏହାସହ ହଷ୍ଟେଲର ଅନ୍ତେବାସୀମାନେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି ଏବଂ ଅନୁଷ୍ଠାନକୁ ଖରାପ କରିବା ପାଇଁ ଏଭଳି ଅଭିଯୋଗ କରାଯାଇଥିବା କହିଛି ଉଚ୍ଚ ଶିକ୍ଷା ବିଭାଗ । ସୂଚନା ଅନୁଯାୟୀ, କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ପହଞ୍ଚିଥିଲା ଉଚ୍ଚଶିକ୍ଷା ବିଭାଗ ପାଖରେ । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ସେକ୍ସ ରାକେଟର ଏଭଳି ସାଂଘାତିକ ଅଭିଯୋଗ ଆସିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂଶାସିତ ସାଇନ୍ସ କଲେଜରୁ । ତେବେ ଉଚ୍ଚଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଯାଇଥିଲା ଯେ, ଗତ ଦୁଇ ବର୍ଷ ହେଲା ଏଭଳି ସେକ୍ସ ରାକେଟ କାରବାର ଚାଲୁଛି କଲେଜ କ୍ୟାମ୍ପସ ମଧ୍ୟରେ । ଏହାସହ କଲେଜର ଅନେକ ଦୁର୍ନୀତି ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ବୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ରାତି ସମୟରେ ସେକ୍ସ ରାକେଟ ଚାଲୁଛି । ଏନେଇ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.