ETV Bharat / state

ପୁରୁଣା ଗାଡିରେ କେମିତି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ? ଅନ୍‌ଲାଇନରେ ହୋଇପାରୁନି ପଞ୍ଜୀକରଣ - ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସମସ୍ୟା

ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଅନେକ ସମସ୍ୟା ରହିଛି । ଏହାରି ଭିତରେ ସାଧାରଣ ଲୋକଟିଏ ମନରେ ପ୍ରଶ୍ନ । ପୁରୁଣା ଗାଡ଼ିରେ ନମ୍ବର ପ୍ଲେଟ୍‌ ଲାଗିବ କେମିତି ? ଅଧିକ ପଢ଼ନ୍ତୁ

several problems rises for high security number plate in new and old vehicle
ପୁରୁଣା ଗାଡିରେ କେମିତି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ? ଅନ୍‌ଲାଇନରେ ହୋଇପାରୁନି ପଞ୍ଜୀକରଣ
author img

By

Published : Nov 22, 2022, 10:29 PM IST

Updated : Nov 23, 2022, 5:36 PM IST

ଭୁବନେଶ୍ବର: ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଏବେ ଆଇନଗତ ଲଢେଇ ଜାରି ରହିଛି । ଏହାରି ଭିତରେ ସାଧାରଣଲୋକଟିଏ ମନରେ ପ୍ରଶ୍ନ, ଯଦି ତା ପାଖରେ ପୁରୁଣ ଗାଡି ଅଛି ଅର୍ଥାତ 01.4.2019 ପୂର୍ବରୁ ଯଦି ସେ ଗାଡି କଣିଛି ସେଥରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବ କେମିତି ?

ପୁରୁଣା ଗାଡିରେ କେମିତି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ? ଅନ୍‌ଲାଇନରେ ହୋଇପାରୁନି ପଞ୍ଜୀକରଣ

ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଅନେକ ସମସ୍ୟା ରହିଛି । ଯେପରିକି ଅଫିସରେ ଯଥେଷ୍ଟ ଷ୍ଟାଫ୍‌ ନ ରହିବା, ଅନଲାଇନରେ ରେଜିଷ୍ଟ୍ରେସନ ନହୋଇପାରିବା, ବରିଷ୍ଠ ନାଗରିକଙ୍କ ପଞ୍ଜୀକରଣ(registration) ପାଇଁ ସୁବିଧା ନରହିବା ଏବଂ ଗ୍ରାମାଞ୍ଚଳରେ ସେପରି କୌଣସି ସୁବିଧା ଉପଲବ୍ଧ ନ ହେବା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ ।

ଆଇନଜୀବୀ କହିଛନ୍ତି, "ଆଇନ କହୁଛି, 01.4.2019 ପରେ କିଣା ହୋଇଥିବା ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ । ରାଜ୍ୟ ସରକାର କଣ ପାଇଁ 01.4.2019 ପୂର୍ବରୁ କିଣା ଯାଇଥିବା ଗାଡି ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ କରୁଛନ୍ତି ତାହା ବୁଝା ପଡୁନାହିଁ । କର୍ଣ୍ଣାଟକରେ ସରକାର ଯାହା କରିଛନ୍ତି ରାଜ୍ୟରେ ସରକାର ସେପରି କିଛି ନିଷ୍ପତ୍ତି ନେବେ କି ?"

ଅନ୍ୟପଟେ RTOଙ୍କ କହିବା କଥା ହେଲା, 01.4 2019 ପୂର୍ବରୁ ଯେଉଁମାନେ ଗାଡ଼ି କିଣିଛନ୍ତି ଅର୍ଥାତ ପୁରୁଣା ଗାଡିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇବା ପାଇଁ ଯେଉଁ ଅସୁବିଧା ହେଉଥିଲା, ତାର ସମାଧାନର ବାଟ ବାହାରିଛି । ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୦1.4.2019 ପରେ ଯେଉଁ ଗାଡି ଗୁଡିକ ଆସୁଛି ସେଥିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି । ବିନା ନମ୍ବରପ୍ଲେଟରେ ଗାଡି ରାସ୍ତାକୁ ହିଁ ଆସିବ ନାହିଁ । ସେପଟେ ସାଧାରଣ ଜନତା କହିଛନ୍ତି ପୁରୁଣା ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାରେ ଅସୁବିଧା ହେଉଛି ସତ । କିନ୍ତୁ ଏହା ଲଗାଇଲେ ଭବିଷ୍ୟତରେ ଅନେକ ସୁବିଧା ମିଳିବ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ପରିବହନ ବିଭାଗ ଏକ ମାସ ଅବଧି ବୃଦ୍ଧି କରିଛି । ଏହାକୁ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଥିଲା । ଆସନ୍ତା 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ ବ୍ୟବସ୍ଥା ନଥିବାରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବୁକ୍‌ କରିବା ମଧ୍ୟ ସମ୍ଭବ ହେଉନାହିଁ । ଏହାରି ଭିତରେ ପରବର୍ତ୍ତୀ ଶୁଣାଣିରେ କୋର୍ଟ କି ରାୟ ଶୁଣାଉଛନ୍ତି ତାହାକୁ ଅପେକ୍ଷା ।

Last Updated : Nov 23, 2022, 5:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.