ETV Bharat / state

Flood Threat: ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

author img

By

Published : Aug 3, 2023, 3:09 PM IST

Updated : Aug 3, 2023, 3:54 PM IST

ଉପର ମୁଣ୍ଡରେ ବର୍ଷା ଫଳରେ ଫୁଲୁଛି ମହାନଦୀ । ବନ୍ୟା ସ୍ଥିତି ମୁକାବିଲା ନେଇ ୭ ଜିଲ୍ଲାକୁ ଆଲର୍ଟ ଜାରି କଲେ ଏସଆରସି । ଅଧିକ ପଢନ୍ତୁ

Flood Threat in Odisha
Flood Threat in Odisha

Flood Threat: ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବନ୍ୟାଜଳ ପ୍ରବାହ ବଢ଼ୁଛି । କଟକ ମୁଣ୍ଡୁଳିରେ ଜଳସ୍ତର ବଢ଼ୁଥିବାରୁ ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି । ଏଣୁ ବନ୍ୟା ସ୍ଥିତି ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକ ପରେ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏହି ୭ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି ।

ତଳିଆ ଅଞ୍ଚଳଗୁଡ଼ିକୁ ଏନଡିଆରଏଫ, ଓଡ୍ରାଫ୍‌ ଟିମ୍‌ ପଠାଯାଇଛି । ଅନୁଗୋଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଅଞ୍ଚଳ ପାଇଁ ଅତିରିକ୍ତ ଟିମ୍‌ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି । ଏସ୍‌ଆର୍‌ସି ସୂଚନା ଦେଇଛନ୍ତି, "୬୨ଟି ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ସେବା ଟିମ୍‌ ସହ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ସମସ୍ତ ଦଳକୁ ୭ଟି ଜିଲ୍ଲା ପଠାଯାଇଛି । କେନ୍ଦ୍ରାପଡ଼ାକୁ ୧୦, କଟକ ସଦରକୁ ୧୦, ଆଠଗଡ଼କୁ ୮, ଜଗତସିଂହପୁରକୁ ୯, ଖୋର୍ଦ୍ଧାକୁ ୫, ନୟାଗଡ଼କୁ ୮, ପୁରୀକୁ ୧୨ଟି ଦଳ ପଠାଯାଇଛି । ୧୫ ଜିଲ୍ଲାରେ ୮ଟି NDRF ଟିମ୍‌, ୧୩ଟି ଓଡ୍ରାଫ୍‌ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀର ଟିମ୍‌ ପଠାଯାଇଛି ।"

ଏହା ବି ପଢନ୍ତୁ- ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା, ସତର୍କ ରହିବାକୁ ନିର୍ଦ୍ଦେଶ

ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ଫୁଲୁଛି । ଆଜି ୩ଟା ସୁଦ୍ଧା ମୁଣ୍ଡୁଳୀରେ ୯ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯିବ । ତେଣୁ ଦୁର୍ବଳ ନଦୀ ବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପୋଲିସ, ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି । ନିରାପଦ ବିଲ୍ଡିଂରେ ରହିବା ଓ ଖାଇବାର ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- Watch: ବନ୍ୟାପାଣିରେ ଫସିଲା ଥାର୍‌, ଉଦ୍ଧାର କଲେ ଲୋକେ

ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ସ୍କୁଲ ମଧ୍ୟ ଛୁଟି ଘୋଷଣା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 3, 2023, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.