ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଲକ ଅଧିନସ୍ଥ ବାଘମାରୀ ବିଦ୍ୟୁତ୍ ସବୁ ଷ୍ଟେସନ ଅଧିନରେ ଥିବା କଣ୍ଟାବାଡ, କେନ୍ଦୁପଲ୍ଲୀ, ମଲ୍ଳୀପଦର, କାଚେରା, ତଣ୍ଡାଳ, କାନପୁର, ମୁକୁନ୍ଦପୁର ,ବଡ଼ବେରଣା,ଗୋବିନ୍ଦପୁର ଆଦି ଗ୍ରାମରେ ଅଘୋଷିତ ବିଦ୍ୟୁତକାଟ । ଯାହା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏନେଇ ସ୍ଥାନୀୟ ଅଧିବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାର ପ୍ରତିବାଦରେ ବୁଧବାର କେନ୍ଦୁପଲ୍ଳୀ ଗ୍ରାମବାସୀଙ୍କ ପକ୍ଷରୁ ବାଘମାରୀ ସ୍ଥିତ ସେସୁର ବିଦ୍ୟୁତ୍ ସବ ଷ୍ଟେସନକୁ ଘେରାଉ କରାଯାଇଛି। କୌଣସି କାମ ନଥାଇ ବାରମ୍ବାର ବିଦ୍ୟୁତକାଟ କରାଯାଉଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ଯୋଗୁ ସବୁ ସମୟରେ ଲୋ ଭୋଲଟେଜ ସମସ୍ୟା ଦେଖାଦେଉଛି । ଯାହା ପିଲାଙ୍କ ପାଠପଢାରେ ବ୍ୟାହତ ସୃଷ୍ଟି କରୁଛି ।
ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ ସଂଯୋଗକୁ ବନ୍ଦ କରି ଦିଆଯାଉଛି । ତୁରନ୍ତ ବିଦ୍ୟୁତ୍ କାଟ ବନ୍ଦ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିଦ୍ୟୁତ ବିଭାଗର ଏଭଳି ମାନମୁଖୀ କାର୍ଯ୍ୟ ବିରୁଦ୍ଧରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ