ETV Bharat / state

ରାଜଧାନୀରେ ବୃଦ୍ଧଙ୍କୁ ବ୍ଲେଡ୍ ମାରି ଲୁଟ

author img

By ETV Bharat Odisha Team

Published : Jan 2, 2024, 9:36 PM IST

Senior Citizen attacked : ପୁଣି ରାଜଧାନୀରେ ଘଟିଛି ଲୁଟେରାଙ୍କ ଆତଙ୍କ । ଘର ବାହାରେ ବେକରେ ବ୍ଲେଡ ମାରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

ରାଜଧାନୀରେ ବୃଦ୍ଧଙ୍କୁ ବ୍ଲେଡ୍ ମାରି ଲୁଟ
ରାଜଧାନୀରେ ବୃଦ୍ଧଙ୍କୁ ବ୍ଲେଡ୍ ମାରି ଲୁଟ

ଭୁବନେଶ୍ବର : ରାଜଧାନୀ ରେ ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ । ଘର ବାହାରେ ବୃଦ୍ଧ ବେକରେ ବ୍ଲେଡ ମାରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏପରି ଘଟଣା ଘଟିଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଡମଣା ଗାଁ ରେ । ସେହି ଗାଁର ୬୫ ବର୍ଷୀୟ ଶିବାନନ୍ଦ‌ ବାରିକ ସକାଳ ଭୋର‌ ପ୍ରାୟ ୬ଟା ସମୟରେ ନିଜ‌ ଘରୁ ବାହାରି ଡମଣା ଛକରେ ଥିବା ଓମଫେଡ ଷ୍ଟଲ ଯାଉଥିଲେ । ସେହି ସମୟରେ ଘରର ଗ୍ରିଲ ଖୋଲି ବାହାରିବା ବେଳେ ପୁର୍ବରୁ ଛକିଥିବା ଲୁଟେରା ତାଙ୍କ ବେକକୁ ଏକ ବ୍ଲେଡ ଯୋଗେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ

ଏହି ଆକ୍ରମଣ ଫଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ବୃଦ୍ଧଙ୍କ ନିକଟ ରେ ଥିବା ୬ ହଜାର‌ ଟଙ୍କାକୁ ନେଇ ଲୁଟେରା ଛୁ ମାରିଥିଲା । ପରେ ଆହତ ‌ବୃଦ୍ଧଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ବର୍ତମାନ ସେ ସୁସ୍ଥ ଅଛନ୍ତି କିନ୍ତୁ ଏହି ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏ ନେଇ ଗାଁର ଶତାଧିକ ଲୋକ ଏକାଠି ହୋଇ ଏଭଳି ଘଟଣାକୁ କଡ଼ା ବିରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ୨୦୨୩ର ଚର୍ଚ୍ଚିତ ହତ୍ୟାକାଣ୍ଡ ଓ ଡେଥ୍‌ ମିଷ୍ଟ୍ରି: ବୋହିଥିଲା ରକ୍ତ ନଦୀ, ଦୋହଲାଇ ଥିଲା ପାଓ୍ବାର କରିଡର

ବିଗତ କିଛି ଦିନ ଧରି ଚୋରି ଛିନତାଇ ଠୁ ଆରମ୍ଭ କରି ଲୁଟ ପର୍ଯ୍ୟନ୍ତ ଅପରାଧ ଘଟିଚାଲିଛି ରାଜଧାନୀ ରେ । ଏବେ ରାଜ୍ୟ ବାହାରର ଅପରାଧୀ ଗ୍ୟାଙ୍ଗ ପାଇଁ ରାଜଧାନୀ ଅସୁରକ୍ଷିତ ହୋଇ ପଡିଛି । ବିଭିନ୍ନ ଅପରାଧ ଭୁବନେଶ୍ବର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରୁ ବାଥ୍ ରୁମ ଭିତରେ ପରିବାର ଲୋକଙ୍କୁ ଲକ୍ କରି ଟଙ୍କା ଓ ଗହଣା ଲୁଟପାଟ ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ମଧ୍ୟ ସ୍ପ୍ରେ ମାରି ଏଟିଏମ୍ ତାଡି କ୍ୟାସ ଲୁଟ ଘଟଣା ସବୁଠି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ରାଜ୍ୟ ବାହାରର ଅପରାଧିଙ୍କୁ ଠାବ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.