ETV Bharat / state

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରରେ 144 ଧାରା ଲାଗୁ

କୋରୋନା ପାଇଁ ଫିକା ପଡିଲା ପଣା ସଂକ୍ରାନ୍ତି । ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରରେ 144 ଧାରା ଲାଗୁ । ଅଧିକ ପଢନ୍ତୁ...

Section 144 applies to various temples in Khordha
ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରରେ 144 ଧାରା ଲାଗୁ
author img

By

Published : Apr 13, 2020, 7:43 AM IST

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଦେବାଳୟ ଗୁଡିକରେ 144 ଧାରା ଜାରି କରାଯାଇଛି । ସୋମବାର ପଣା ସଂକ୍ରାନ୍ତି , ଲୋକଙ୍କ ସମାଗମ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମହାମାରୀ କୋରୋନା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ ବର୍ଷ ଏହି ପର୍ବକୁ ମହା ଆଡମ୍ବରରେ ପାଳନ କରାଯାଉଥିଲା କିନ୍ତୁ ମହାମାରୀ କରୋନା ପାଇଁ ଏହା ଫିକା ପଡିଛି ।

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରରେ 144 ଧାରା ଲାଗୁ

ପ୍ରତ୍ୟକ ଶିବ ,ହନୁମାନ ଓ କାମନା ମନ୍ଦିର ଗୁଡିକରେ ଆସନ୍ତା 13 ଓ 14 ତାରିଖ ଦୁଇଦିନ ପାଇଁ 144 ଧାରା ଲାଗୁ କରାଯାଇଥିବା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି । ଏହି ଦୁଇଦିନ କୌଣସି ମନ୍ଦିରରେ ପଣା ଯାତ୍ରା କିମ୍ବା ଝାମୁ ଯାତ୍ରା ଅନୁଷ୍ଠିତ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.