ETV Bharat / state

ସିଏସ୍‌ ଓ ଡିସିଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ସଚିବ, ଅଧିକାରୀ ଓ କର୍ମଚାରୀ

author img

By ETV Bharat Odisha Team

Published : Jan 1, 2024, 10:45 PM IST

New Year 2024: ନୂଆବର୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଅଧିକାରୀ ଓ କର୍ମଚାରୀ । ଅଧିକ ପଢ଼ନ୍ତୁ...

ସିଏସ୍‌ ଓ ଡିସିଙ୍କୁ ନବବର୍ଷର ଶୁଭେଚ୍ଛା
ସିଏସ୍‌ ଓ ଡିସିଙ୍କୁ ନବବର୍ଷର ଶୁଭେଚ୍ଛା
ସିଏସ୍‌ ଓ ଡିସିଙ୍କୁ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅଧିକାରୀ ଓ କର୍ମଚାରୀ । ଲୋକସେବା ଭବନସ୍ଥିତ ସେମାନଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀମାନେ ସାକ୍ଷାତ କରି ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଆଜି ମୁଖ୍ୟ ଶାସନ ସଚିବଙ୍କର ଜନ୍ମଦିନ ହୋଇଥିବାରୁ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସେହିଭଳି ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ, ଅଧିକାରୀ ଓ କର୍ମଚାରୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇ ସେମାନଙ୍କର ସୁଖ, ସମୃଦ୍ଧି କାମନା କରିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପ୍ରମୁଖ ଶାସନ ସଚିବ ଜି ମାଥି ଭାଥାନନ, ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ ଊଷା ପାଢୀ, ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, କମିଶନର ତଥା ଶାସନ ସଚିବ ଆସ୍ବତୀ ଏସ୍‌, କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଶାସନ ସଚିବ, ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ, ବିଭିନ୍ନ ବିଭାଗର ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀ, ଅନ୍ୟ ନିଗମ ଓ ଅନୁଷ୍ଠାନର କର୍ତ୍ତୃପକ୍ଷମାନେ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ନବବର୍ଷ ଓ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜିରୋ ନାଇଟ୍ ସେଲିବ୍ରେସନ ବେଳେ କେମିତି ଥିଲା ସୁରକ୍ଷା ବ୍ୟବସ୍ଥା ? ଏମିତି କହିଲେ ଡିସିପି ...

ସମାନ ଭାବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମଧ୍ୟ ଅନ୍ୟ ସଚିବ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀମାନେ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଆଜି ଲୋକସେବା ଭବନରେ ଅନ୍ୟ ସଚିବ, ଅଧିକାରୀ ତଥା କର୍ମଚାରୀମାନେ ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.