ETV Bharat / state

ଗାନ୍ଧୀମାର୍ଗରେ ଶିକ୍ଷକଙ୍କ ରଣହୁଙ୍କାର, ଅଧିକାର ନମିଳିବା ଯାଏଁ ଆନ୍ଦୋଳନ ଚେତାବନୀ - ପୁଣି ରାଜରାସ୍ତାକୁ ଓହ୍ଲାଇଲା ଶିକ୍ଷକ ସଂଘ

ଗାନ୍ଧୀମାର୍ଗରେ ଗର୍ଜିଲେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ ଦାବି ସହ ପୁରୁଣା ପେନସେନ ପୁନଃପ୍ରଚଳନ କରାଯାଉ ବୋଲି ଦାବି କରି ଧାରଣାରେ ବସିଲେ ଶହଶହ ଶିକ୍ଷକ । ଅଧିକ ପଢ଼ନ୍ତୁ

secondary teacher association stages protest
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆନ୍ଦୋଳନ
author img

By

Published : Aug 16, 2023, 10:55 PM IST

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆନ୍ଦୋଳନ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ ଦାବି ସହ ପୁରୁଣା ପେନସେନ ପୁନଃପ୍ରଚଳନ କରାଯାଉ ବୋଲି ଦାବି କରି ଧାରଣାରେ ବସିଲେ ଶହଶହ ଶିକ୍ଷକ । ସରକାର ପ୍ରତିଶୃତି ପାଳନ ନ କରିନଥିବା ଅଭିଯୋଗ କରି ଶିକ୍ଷକ ସଂଘ ଧାରଣାରେ ବସିଛି । କଂଗ୍ରେସ ଭବନ ଠାରୁ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚି ଏକ ପ୍ରତିବାଦ ସଭା କରି ସଂଘ ନିଜର ଦାବି ଉପସ୍ଥାପନା କରିଛି । ଏଥର ଦାବି ପୂରଣ ନହେଲେ ଆନ୍ଦୋଳନରୁ ଆଉ ହଟିବେ ନାହିଁ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ରାଜ୍ୟ ସରକାର ୨୬୦୮ଟି ବିଦ୍ୟାଳୟକୁ ନୂତନ ଅନୁଦାନ ପ୍ରଦାନ କରିଥିଲେ । କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇଲା ବେଳକୁ ସେଥିରେ ଚାକିରୀ ସର୍ତ୍ତାବଳୀ, ଅବସରକଳୀନ ସୁବିଧା, ପେନସନ, ସପ୍ତମ ବେତନ ହାରରେ ଦରମା ଭଳି କୈାଣସି ଯୋଜନା ନଥିଲା । ପରେ ୨୦୨୧ ମସିହାରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଲାଗି କ୍ୟାବିନେଟରେ ନିଷ୍ପତ୍ତି ନିଆଗଲା । କିନ୍ତୁ ସରକାର ଶିକ୍ଷକମାନଙ୍କ ମଧ୍ୟରେ ବିଭାଜନ କରିବା ଲାଗି ୨୨୬ ଓ ୩୯୯ ବର୍ଗ ସ୍କୁଲ ଗୁଡିକୁ ଅନୁଦାନରୁ ବଞ୍ଚିତ କଲେ । ତେଣୁ ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବାଦପଡ଼ିଥିବା ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ ପ୍ରଦାନ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ପେନସେନ ଓ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀ କରଣ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା, ୨୦୦୪ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ୨୮୦୦ ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ, ପୁରୁଣା ପେନସେନ ପୁନଃପ୍ରଚଳନ, ଯୋଗ୍ୟତା ଭିତ୍ତିକ ପଦୋନ୍ନତି ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ନେଇ ଶିକ୍ଷକ ସଂଘ ଅଡ଼ି ବସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲରେ ପଡ଼ିବ ତାଲା, ଆସନ୍ତା 16ରୁ ରାଜରାସ୍ତାରେ ଗର୍ଜିବେ ଶିକ୍ଷକ

ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, "ଦାବି ପୂରଣ ନହେଲେ ସମସ୍ତ ଶିକ୍ଷାଧିକାରୀ ଅଫିସ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବୁ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ସରକାର ଦାୟୀ ରହିବେ । ତଥାପି ଯଦି ସରକାର ଆମ କଥା ନଶୁଣନ୍ତି ତେବେ ସମସ୍ତ ଶିକ୍ଷକ ପରିବାରସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ରହିବୁ । ତେଣୁ ଯେ ପର୍ଯ୍ୟନ୍ତ ଆମକୁ ଆମର ହକ ନମିଳିଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ।"

ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସଂଘର ରହିଥିବା ବିଭିନ୍ନ ଦାବୀ ସଂପର୍କରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ବିଭାଗୀୟ ସଚିବଙ୍କ ପୌରାହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗର ପଦାଧିକାରୀମାନଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ନିଜର ଦାବି ଉପସ୍ଥାପନ କରିଥିଲେ । ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସମସ୍ତ ଦାବୀଗୁଡିକୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଉପସ୍ଥାପନ କରାଯିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସଂଘ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.