ଖୋର୍ଦ୍ଧା: ଜିଲ୍ଲାପାଳଙ୍କୁ ଦାବିପତ୍ର ମହାମାରୀ କୋରୋନା ପାଦୁର୍ଭାବରୁ ସୁରକ୍ଷା ପାଇଁ ସରକାର ମଠ ମନ୍ଦିର ବନ୍ଦ କରିଛନ୍ତି । ମଠ ମନ୍ଦିର ବନ୍ଦ ଯୋଗୁ ପୂଜକ ଓ ସେବାୟତ ମାନେ ରୋଜଗାର ହରାଇ ପରିବାର ପ୍ରତିପୋଷଣ କରିବା କଷ୍ଟ ହୋଇପଡିଛି ।
ମଠ ମନ୍ଦିର ଖୋଲିବା ପାଇଁ ସେବାୟତମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ସେବାୟତମାନେ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ନ୍ୟାୟାଳୟ ସେବାୟତ ମାନଙ୍କ ବାସ୍ତବ ଦୁର୍ଦ୍ଦଶା ହୃଦୟଙ୍ଗମ କରି ସରକାରଙ୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ସରକାର ରାଜ୍ୟର ୪ଟି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେବାପରେ ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ମଠର ସେବାୟତମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ