ETV Bharat / state

ବିଶ୍ୱ ଦେଖିବ ଓଡିଶା ଭାସ୍କର୍ଯ୍ୟ କଳାର ନିଦର୍ଶନ, ଉଦଘାଟିତ ହେଲା ଭାସ୍କର୍ଯ୍ୟ କଳା ଶିବିର - ଉଦଘାଟିତ ହେଲା ଭାସ୍କର୍ଯ୍ୟ କଳା ଶିବିର

ଆରମ୍ଭ ହୋଇଛି ଭାସ୍କର୍ଯ୍ୟ କଳା ଶିବିର । ନିଆରା କଳା କୃତିରେ ଭୁବନେଶ୍ବର ସହର ସଜେଇ ହେବ । ଫଳରେ ବିଶ୍ବ ଦେଖିବା ଓଡ଼ିଶା ଭାସ୍କର୍ଯ୍ୟ କଳାର ନିଦର୍ଶନ । ଅଧିକ ପଢନ୍ତୁ

ବିଶ୍ବ ଦେଖିବ ଓଡି଼ଶା ଭାସ୍କର୍ଯ୍ୟ କଳାର ନିଦର୍ଶନ, ଉଦଘାଟିତ ହେଲା ଭାସ୍କର୍ଯ୍ୟ କଳା ଶିବିର

author img

By

Published : Dec 3, 2022, 6:39 PM IST

Updated : Dec 3, 2022, 9:54 PM IST

ଭୁବନେଶ୍ବର: ଆସନ୍ତା ଜାନୁଆରୀରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ହକି ମହାକୁମ୍ଭ । ମହାକୁମ୍ଭରେ ସାମିଲ ହେବେ ଦେଶ ବିଦେଶର ଖେଳାଳି ଦର୍ଶକ ଓ ପର୍ଯ୍ୟଟକ ସାମିଲ ହେବାକୁ ଯାଉଥିବାରୁ ଭୁବନେଶ୍ବର ସଜେଇ ହେବାକୁ ଯାଉଛି । ଏଥିଲାଗି ଉଦଘାଟିତ ହୋଇଛି ଭାସ୍କର୍ଯ୍ୟ କଳା ଶିବିର । ମେୟର ସୁଲୋଚନ ଦାସ ଓ ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ ଏହି ଶିବିରର ଉଦଘାଟନ କରିଛନ୍ତି ।

ଶିଳ୍ପୀଙ୍କ ନିହାଣରେ ଜୀବନ୍ତ ହେବ ପଥର, ଆଉ ପଥରର ବି କଥା କହିବ ତାହା ପୁଣି ଓଡ଼ିଶାର କଳା ଭାସ୍କର୍ଯ୍ୟ ଓ ପରମ୍ପରାରର କଥା । ଏଭଳି କିଛି ନିଆରା କଳା କୃତିରେ ଭୁବନେଶ୍ବର ସହରକୁ ସଜେଇବାକୁ ଆରମ୍ଭ ହୋଇଛି ଭାସ୍କର୍ଯ୍ୟ କଳା ଶିବିର । ଭୁବନେଶ୍ବର ମେୟର ସୁଲୋଚନ ଦାସ ଓ ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ ଏହି ଶିବିରର ଉଦଘାଟନ କରିଛନ୍ତି । ଗଣ୍ଡାମୁଣ୍ଡାସ୍ଥିତ କଳାଭୁମି ଠାରେ ଏହି ଉଦଘାଟନ ଶିବିରର ଆୟୋଜନ କରାଯାଇଥିବା ବେଳେ ୩ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।

ବିଶ୍ୱ ଦେଖିବ ଓଡିଶା ଭାସ୍କର୍ଯ୍ୟ କଳାର ନିଦର୍ଶନ, ଉଦଘାଟିତ ହେଲା ଭାସ୍କର୍ଯ୍ୟ କଳା ଶିବିର

୧୦ ଦିନ ଭିତରେ ପ୍ରସ୍ତର, ସ୍କ୍ରପ, ଟେରାକୋଟା ଓ ବାଲିରେ ଓଡ଼ିଶାର ପ୍ରତିଭା ସମ୍ପନ୍ନ ୩୫ ଶିଳ୍ପୀ ନିଜର କାରିଗରୀର ଚାତୁରୀକୁ ପ୍ରସ୍ଫୁଟିତ କରିବେ ବା ସୁନ୍ଦର ଭାସ୍କର୍ଯ୍ୟ ମାନ ଗଢିବେ। ଆଉ ନିଜ ଅନ୍ତର୍ନିହିତ କଳାକୁ ନେଇ ଓଡିଶା ସଂସ୍କୃତିର ବିଭିନ୍ନ କଲାକୃତିକୁ ଜୀବନ୍ତ କରିବେ । ଏନେଇ ଶିଳ୍ପୀଙ୍କୁ ପଥର ଯୋଗାଇ ଦିଆଯାଇଥିବା ବେଳେ ସୁଦର୍ଶନ ସାହୁଙ୍କ ନିହାଣର ଆୟମାରମ୍ଭରେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ଶିଳ୍ପୀ । ଆଉ ଏହି ଶିବିର ମାଧ୍ୟମରେ ବିଶ୍ବ ଦେଖିବ ଓଡିଶା ଭାସ୍କର୍ଯ୍ୟ କାଳର କାରିଗରୀ । କାରଣ ଜାନୁଆରୀରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ହକିର ମହାକୁମ୍ଭ ।

ଏହା ବି ପଢନ୍ତୁ- Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ଆଉ ଏହି ମହାକୁମ୍ଭରେ ସାମିଲ ହେବେ ଦେଶ ବିଦେଶର ଖେଳାଳି ଦର୍ଶକ ଓ ପର୍ଯ୍ୟଟକ। ଏହାକୁ ନେଇ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ଭାସ୍କର୍ଯ୍ୟ କଳାର ପ୍ରତିଟି ଝଲକକୁ ପ୍ରଦର୍ଶିତ କରାଯିବ । ଯାହା ବିଶ୍ବର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକ ଦେଖିପାରିବେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଖଣି ନିଗମ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ବିଏମସି ଓ ଓଡି଼ଶା ଲଳିତ କାଳ ଏକାଡେମୀର ମିଳିତ ସହଯୋଗରେ ବିଶ୍ବକପ ହକି ପାଇଁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏହି ଭାସ୍କର୍ଯ୍ୟ କଳା ଶିବିର ହୋଇଛି । ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣର ବଛାବଛା ୩୦ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇ ପଥରକୁ ଖୋଳି ଖୋଳି ନିଜ ଭାବନାର ରୂପକୁ ଏକ ଜୀବନ୍ତ ପ୍ରତିକୃତିର ରୂପ ଦେବେ ।

ଏହା ଶେଷ ହେବା ପରେ ସହରର ଛକ ବଜାର ଓ ପାର୍କରେ ରଖାଯିବ ବା ଏହାକୁ ପ୍ରଦର୍ଶିତ କରାଯିବ। ତେଣୁ ନିଜର ଏହି କଳାକୃତିକୁ ବା ସେମାନଙ୍କର ଭାବନାକୁ ବିଶ୍ବର ପର୍ଯ୍ୟଟକଙ୍କ ପାଇଁ ଶିଳ୍ପୀ ମାନେ ସୁଯୋଗ ପାଇଥିବାରୁ ଖୁସି ଅଛନ୍ତି । ତେବେ ଏଭଳି ଶିବିର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ନିଜ ମନର ଭାବନାକୁ ଆଙ୍କି ଧରିବାର ସେମାନଙ୍କୁ ପ୍ରୋତ୍ସାହନ ମିଳିଥିବାରୁ ସେମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ୧୦ ଦିନ ଭିତରେ ନିହାଣ ମୁନର ସ୍ପର୍ଶରେ ବା ହାତରେ କାରିଗରୀରେ ଓଡ଼ିଶାର ସଂସ୍କୃତିକୁ ସେତେ ସୁନ୍ଦର ଭାବେ ତୋଳି ଧରି ହେବ ନାହିଁ ତଥାପି ସେମାନେ ଏହି ପ୍ରୟାସକୁ ସମୟସୀମା ଭିତରେ ସାରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଏହି ଅବସରରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ କୃଷି ହସ୍ତତନ୍ତ ବୟନ ଓ ହସ୍ତର ପ୍ରମୁଖ ସଚିବ ଶିଳ୍ପ ଅରବିନ୍ଦ ପାଢ଼ୀ, ଓଡିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସ୍ଥପତି ସୁଦର୍ଶନ ସାହୁ ଓଡ଼ିଆ ଭାଷା ସଂସ୍କୃତିର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଡେପୁଟି କମିଶନର ମୟୁର ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 3, 2022, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.