ETV Bharat / state

ରାଜ୍ୟର ଅନ ଟ୍ରେଣ୍ଡ ଶିକ୍ଷକଙ୍କ ତାଲିକା ମାଗିଲା ଗଣଶିକ୍ଷା ବିଭାଗ - ଅନ ଟ୍ରେଣ୍ଡ ଶିକ୍ଷକତା

ବିଦ୍ୟାଳୟ ଓ ଗଣଶିକ୍ଷା ( School and mass education ) ବିଭାଗରେ ଯେଉଁମାନେ ଅନ ଟ୍ରେଣ୍ଡ ଶିକ୍ଷକତା କରୁଛନ୍ତି ସେମାନଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ରାଜ୍ୟର ଅନ ଟ୍ରେଣ୍ଡ ଶିକ୍ଷକଙ୍କର ତାଲିକା ମାଗିଲା ଗଣଶିକ୍ଷା ବିଭାଗ

author img

By

Published : Sep 9, 2022, 10:41 PM IST

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ( School and mass education ) ବିଭାଗରେ ଯେଉଁମାନେ ଅନ ଟ୍ରେଣ୍ଡ ଶିକ୍ଷକତା କରୁଛନ୍ତି ସେମାନଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ପୂର୍ବରୁ ଏସଟି, ଏସସିର ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଜକୁ ପ୍ରସ୍ତୁତ କରିପାରିଲେ ନାହିଁ । ଅନ୍ୟ ଶିକ୍ଷକ ମାନଙ୍କ ଠାରୁ ଆଗକୁ ଯାଇପାରିନାହାଁନ୍ତି । ତେବେ ସେହି ମାନଙ୍କୁ ଏକ ସୁଯୋଗ ଦେବା ପାଇଁ ଏକ ବିଭାଗ ପକ୍ଷରୁ ଏକ ବିଚାର ହୋଇଛି । କିନ୍ତୁ ବିଭାଗ ଜାଣିବାକୁ ଚାହୁଁଛି ଯେ କେତେ ଜଣ ଏଭଳି ଶିକ୍ଷକ ରାଜ୍ୟରେ ରହିଛନ୍ତି । ଏନେଇ ଅନ ଟ୍ରେଣ୍ଡ ଶିକ୍ଷକଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ରାଜ୍ୟର ଅନ ଟ୍ରେଣ୍ଡ ଶିକ୍ଷକଙ୍କର ତାଲିକା ମାଗିଲା ଗଣଶିକ୍ଷା ବିଭାଗ

ଅନ୍ୟପଟେ ଏ ଘଟଣା ବାବଦରେ ଶିକ୍ଷକ ସଂଘର ସଭାପତି ପ୍ରକାଶ ମିଶ୍ର କହିଛନ୍ତି, "ରାଜ୍ୟ ସରକାରଙ୍କର ବିଭିନ୍ନ ବିଦ୍ୟାଳୟରେ ଅନଟ୍ରେଣ୍ଡ ଶିକ୍ଷକ ପୋଷ୍ଟିଂ ହୋଇଛନ୍ତି । ତେବେ ସେମାନଙ୍କର ଲିଷ୍ଟ ମାଗିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । କାରଣ ସେମାନଙ୍କୁ ଟ୍ରେନିଂ ଦିଆଯିବାର ଆବଶ୍ୟକତା ରହିଛି । କିଛି ବର୍ଷ ପୂର୍ବେ ଯେତେବେଳେ ସ୍କୁଲରେ ବିଜ୍ଞାନ ପଢାଇବା ପାଇଁ ବିଜ୍ଞାନ ଶିକ୍ଷକଙ୍କର ଅଭାବ ଘଟିଲା ସେତେବେଳେ ଟ୍ରେଣ୍ଡ ଶିକ୍ଷକ ମିଳି ନଥିଲେ । ସେତେବେଳେ ରାଜ୍ୟ ସରକାର ଦ୍ବାରା ମାର୍କ ଆଧାରରେ ବିଏ ଓ ବିଏସସି ପିଲାଙ୍କୁ ଅନ ଟ୍ରେଣ୍ଡ ଶିକ୍ଷକ ଭାବରେ ପୋଷ୍ଟିଂ କରାଯାଇଥିଲା । ତେଣୁ କେନ୍ଦ୍ର ସରକାରଙ୍କର 2009 ରାଇଟ ଟୁ ଏଜୁକେସନ ଅନୁଯାୟୀ କୌଣସି ବିଦ୍ୟାଳୟରେ ଅନ ଟ୍ରେଣ୍ଡ ଶିକ୍ଷକ ରହିବା ଆବଶ୍ୟକ ନୁହେଁ । ଯଦି କୌଣସି ବିଦ୍ୟାଳୟରେ ଅନ ଟ୍ରେଣ୍ଡ ଶିକ୍ଷକ ରହିଛନ୍ତି ସେମାନଙ୍କୁ ଟ୍ରେନିଂ ଦେବା ପାଇଁ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଏକ ଉଚିତ ପଦକ୍ଷେପ । ଏନେଇ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଵାଗତ କରାଯାଉଛି । ଯେଉଁମାନେ ଅନ ଟ୍ରେଣ୍ଡ ରହିଛନ୍ତି ସେମାନଙ୍କୁ ଗ୍ରୀଷ୍ମ ଅବକାଶ ସମୟରେ ଯେଭଳି ଟ୍ରେଣ୍ଡ କରାଯାଉଥିଲା ବର୍ତ୍ତମାନ ସେହିପରି କୌଣସି ଆଧାରରେ ସେମାନଙ୍କୁ ଟ୍ରେଣ୍ଡ କରିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.