ETV Bharat / state

ସାରୁଆ ଜମି କେଳେଙ୍କାରୀ, ତଦନ୍ତରେ ମିଳୁନି ସହଯୋଗ

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣାରେ ପୋଲିସର ତନନ୍ତରରେ ସହଯୋଗ ମିଳୁନି । ଦୀର୍ଘ ଘଣ୍ଟା ଅପେକ୍ଷା ପରେ, ଘରୋଇ ଗଣମାଧ୍ୟମ ସଂସ୍ଥା ଏମଡିଙ୍କ ବାପାଙ୍କୁ ଜେରା ନକରି ପାରି ଫେରି ଆସିଲା ପୋଲିସ । ଅଧିକ ପଢନ୍ତୁ..

author img

By

Published : Oct 15, 2020, 8:31 PM IST

ସାରୁଆ ଜମି କେଳେଙ୍କାରୀ ମାମଲା, ତଦନ୍ତରେ ମିଳୁନି ସହଯୋଗ

ଖୋର୍ଦ୍ଧା: ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣାର ତଦନ୍ତରେ ପୋଲିସକୁ ମିଳୁନି ସହଯୋଗ । ଗୋଟିଏ ପଟେ ପ୍ରଶାସନ, ପୋଖରୀ ଏବଂ ଜମି ସଂଲଗ୍ନ ପାଚେରୀକୁ ଭାଙ୍ଗୁଥିବା ବେଳେ ଅନ୍ୟପଟେ ସଂସ୍ଥାର ଏମଡିଙ୍କ ବାପା ରଣଧୀର ସିଂଙ୍କୁ ଜେରା କରିବାକୁ ଯାଇ ନିରାଶ ହୋଇ ଫେରିଛି ଖୋର୍ଦ୍ଧା ପୋଲିସ ।

ରଣଧୀରଙ୍କ ନାମରେ ଜାତିକୁ ନେଇ ଆକ୍ଷେପ, ଜମି ଜବରଦଖଲ, ଧମକ ଦେବା ଅଭିଯୋଗରେ ବାଘମାରି ଥାନାରେ ଅଭିଯୋଗ ହୋଇଥିଲା । ତେବେ ବୟସ୍କ ହୋଇଥିବାରୁ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଆଜି ଏହି ମାମଲାର ଜେରା ପାଇଁ ସାରୁଅ ସ୍ଥିତ ଷ୍ଟୁଡିଓ ଭିତରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲା ।

ହେଲେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିଥିଲା ବେଳେ ଦେଖା ହୋଇନଥିବାରୁ ନିରାଶ ହୋଇ ପୋଲିସ ଫେରିଛି । ତେବେ ଶୁକ୍ରବାର ଦିନ 11ଟା ସମୟରେ ପୁନଃ ଜେରା କରିବା ପାଇଁ ନୋଟିସ ଦିଆଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.