ETV Bharat / state

ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ ଭଲ ସୁଯୋଗ: ମୁଖ୍ୟମନ୍ତ୍ରୀ - ଲୋକସେବା ଭବନରେ ସର୍ଗିଫୁଲ କାର୍ଯ୍ୟକ୍ରମ

CM Naveen on Sargiful 2023: ଲୋକସେବା ଭବନରେ ଆଜି ଆୟୋଜିତ ହୋଇଛି ସର୍ଗିଫୁଲ କାର୍ଯ୍ୟକ୍ରମ । ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ ଭଲ ସୁଯୋଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢନ୍ତୁ

Sargiful 2023
Sargiful 2023
author img

By ETV Bharat Odisha Team

Published : Dec 23, 2023, 8:41 PM IST

ଭୁବନେଶ୍ବର: ଭଲ ପାଠ ପଢ । ତୁମ ପିତାମାତାଙ୍କ ସ୍ବପ୍ନକୁ ସାକାର କର । ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ । ଲୋକସେବା ଭବନରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଦ୍ୟାଳୟର ପିଲାଙ୍କ ପାଇଁ ଆୟୋଜିତ ସର୍ଗିଫୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, " ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ । ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ । ପିଲାମାନେ ସର୍ଗିଫଲ ପାଇଁ ଭୁବନେଶ୍ଵର ଆସିଛନ୍ତି । ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି । ଏହା ଦ୍ବାରା ସେମନଙ୍କର ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି । ପିଲା ମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ ।"

ଏହା ବି ପଢନ୍ତୁ- ନବରଙ୍ଗପୁରରେ ଜମୁଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ

ଆଗକୁ ବଢିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା । ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର । ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ ସଫଳ ହେବା ବୋଲି ସେ କହିଛନ୍ତି । ଜନଜାତି ବିଦ୍ୟାଳୟର ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ପିଲାମାନଙ୍କ ପାଇଁ କମ୍ପୁଟର ଶିକ୍ଷା, ସ୍ବାସ୍ଥ୍ୟ ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ସ୍କୁଲ ତୁମ ନିଜ ଘର ପରି । ସହପାଠୀ ମାନେ ତୁମ ପରିବାର ସଦସ୍ୟ ପରି । ସେଥିପାଇଁ ରାଜ୍ୟ ସରକାର ସେମାନଙ୍କ ପିତାମାତା ମାନଙ୍କୁ ସ୍କୁଲର ପାର୍ଟନର କରିଛନ୍ତି । ତେଣୁ ପିଲାମାନେ ଖୁସିରେ ପାଠ ପଢିବା ଉଚିତ । ପୁରସ୍କାର ପାଉଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ସରଗି ଫୁଲ ହେଉଛି ଆସ୍ଥାର ପ୍ରତୀକ, ପ୍ରଗତିର ପ୍ରତୀକ, ସୃଜନର ପ୍ରତୀକ । ଏହି ଆସ୍ଥା, ପ୍ରଗତି ଓ ସୃଜନକୁ ନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭିନ୍ନ ଜନଜାତି ବିଦ୍ୟାଳୟଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ନେଇ ସରଗି ଫୁଲ ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଏହି ସମାରୋହକୁ ଆହୁରି ବ୍ୟାପକ କରିବା ପାଇଁ ଦୁଇଟି ଜୋନରେ ଆୟୋଜିତ କରାଯାଇଥିଲା । ପ୍ରଥମ ଜୋନ ସୁନ୍ଦରଗଡ ଜିଲ୍ଲାର ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ୧୫ଟି ଜିଲ୍ଲାରୁ ଛାତ୍ରଛାତ୍ରୀ ଭାଗ ନେଇ ଡିସେମ୍ବର ୬ ଓ ୮ ତାରିଖରେ ନିଜର ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢନ୍ତୁ- ନିଆରା ଢଙ୍ଗରେ ହେବ ସର୍ଗିଫୁଲ କାର୍ଯ୍ୟକ୍ରମ

ସେହିପରି ଗଜପତି ଜିଲ୍ଲାର ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ୟ ୧୫ଟି ଜିଲ୍ଲାର ଛାତ୍ରଛାତ୍ରୀ ଡିସେମ୍ବର ୧୨ ଓ ୧୪ ତାରିଖରେ ପ୍ରତିଯୋଗିତାରେ ଯୋଗ ଦେଇ ନିଜ ପ୍ରତିଭାକୁ ପ୍ରତିଫଳିତ କରିଛନ୍ତି । ବିଭିନ୍ନ କଳାରେ ପାରଦର୍ଶିତା ରଖିଥିବା ଜନଜାତି ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ ସେମାନଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟୀର । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବା ସେହି ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି । ପିଲାଙ୍କ ପ୍ରତିଭାର ପ୍ରସ୍ଫୁଟନ ଓ ବିକାଶ ପାଇଁ ସରଗି ଫୁଲ ଏକ ବହୁତ ଭଲ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, "ଜନଜାତି ପିଲାଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି । କମ୍ପ୍ୟୁଟର ସହିତ ଇଂଲିସ ଭାଷାରେ ଶିକ୍ଷା ଦେବ ପାଇଁ ବ୍ୟବସ୍ଥା କରିଛନ୍ତି । ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦେଇଛନ୍ତି । ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି ।" କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ରୂପା ରୋସନ ସାହୁ କହିଛନ୍ତି, "ପିଲାଙ୍କ ବ୍ୟକ୍ତିତ୍ବର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୧୪ ବର୍ଷ ଧରି ସରଗୀ ଫୁଲ କାର୍ଯ୍ୟକ୍ରମ କରାଯାଉଛି । ଏ ବର୍ଷ ପ୍ରଥମ ଥର ପାଇଁ ଜୋନ ସ୍ତରରେ କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟ ସ୍ତରରେ ପୁରସ୍କାର ପ୍ରଦାନ କରାଯାଉଛି । ପିଲାଙ୍କ ଆଧୁନିକ ଶିକ୍ଷା ପାଇଁ ୩୦୦ ଟି ICT ଓ Tinkering Lab କରିବାର ଲକ୍ଷ୍ୟ ରଖାଯାଇଛି । ସେଥି ମଧ୍ୟରୁ ୧୦୦ଟି ଲାବ ପ୍ରସ୍ତୁତ ହୋଇସାରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.