ETV Bharat / state

ଉଦଯାପିତ ହେଲା ସରଗି ଫୁଲ, ୨୦୨୩ ସୁଦ୍ଧା ଆଉ ୧୦୦ଟି SCST ହଷ୍ଟେଲ - ସରଗୀ ଫୁଲ ମହୋତ୍ସବ

ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ଆହୁରି ୧୦୦ଟି SCST ହଷ୍ଟେଲ ତିଆରି ହେବା ନେଇ ସରଗି ଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସରଗି-୨୦୨୨  ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ

author img

By

Published : Dec 23, 2022, 9:32 PM IST

୨୦୨୩ ସୁଦ୍ଧା ଆଉ ୧୦୦ଟି SCST ହଷ୍ଟେଲ

ଭୁବନେଶ୍ବର: ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ଆହୁରି ୧୦୦ଟି SCST ହଷ୍ଟେଲ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରଗି ଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏବାବଦରେ ଘୋଷଣା କରିଥିଲେ । SCST ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର କାର୍ଯ୍ୟକ୍ରମରେ ସାମିଲ ହୋଇ ପିଲାମାନଙ୍କୁ ପ୍ରେରଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ପିଲା କାହା ଠାରୁ କମ୍‌ ନୁହଁ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ ଓ ଜୀବନରେ ପ୍ରତିଷ୍ଠା ଲାଭ କର । ‘ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି’ ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ ।

"ତୁମମାନଙ୍କ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି । ତୁମ ଖୁସିରେ ମଧ୍ୟ ସାମିଲ ହେଉଛି । ଓଡ଼ିଆ ପୁଅ ହକି ତାରକା ଦିଲୀପ ତିର୍କୀ ପରିଶ୍ରମ ବଳରେ ଭାରତ ହକି ଦଳର ଅଧିନାୟକ ଥିଲେ । ଏବେ ହକି ଇଣ୍ଡିଆର ସଭାପତି । ସେ ଯୁବ ସମାଜ ପାଇଁ ଏକ ଆଦର୍ଶ । ମୁଁ ଜାଣେ ତମେ ମାନେ କାହାଠାରୁ କମ ନୁହଁ । ତୁମେମାନେ ସଫଳତା ପାଇଁ ଉଦ୍ୟୋଗ ଜାରି ରଖ । ମୋର ଆଶୀର୍ବାଦ ତମ ସହ ରହିଛି," ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସରଗି ଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.