ETV Bharat / state

VK Pandian Takes VRS: କୋରାପୁଟ ସାଂସଦଙ୍କ କଟାକ୍ଷ, କହିଲେ ସୁପରଫାଷ୍ଟ୍‌ ପାଣ୍ଡିଆନ - ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର

ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଭିକେ ପାଣ୍ଡିଆନ। ପାଣ୍ଡିଆନଙ୍କୁ ସୁପର ଫାଷ୍ଟ କହିଲେ କୋରାପୁଟ ସାଂସଦ । ଅଧିକ ପଢ଼ନ୍ତୁ

VK Pandian Takes VRS
VK Pandian Takes VRS
author img

By ETV Bharat Odisha Team

Published : Oct 24, 2023, 8:10 AM IST

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଞ୍ଜୁର ନେଇ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଛି କେନ୍ଦ୍ର । ଅକ୍ଟୋବର 20 ତାରିଖରେ ପଠାଇଥିବା ଆବେଦନକୁ 23 ତାରିଖରେ ମଞ୍ଜୁର ମିଳିଛି । ଏହାପରେ ପାଣ୍ଡିଆନ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଛୁଟି ସମୟରେ ତିନି ଦିନ ମଧ୍ୟରେ ପାଣ୍ଡିଆନଙ୍କ ଆବେଦନକୁ କିଭଳି ମଞ୍ଜୁରି ମିଳିବାକୁ ନେଇ ତେରେଚ୍ଛା ବାଣ ମାରିଛି କଂଗ୍ରେସ । ଏହାକୁ ନେଇ ଆରମ୍ଭ ହୋଇଛି ଟ୍ବିଟ ପଲିଟିକ୍ସ ।

  • Won't be surprised if Mr Pandian takes charge as Chief Minister of Odisha before next General Elections - such is the power structure in Odisha, no one has clue what's happening but everyone knows who's controlling. VRS approved in 3 days during holidays - Super Fast #PandianVRS

    — Saptagiri Ulaka (@saptagiriulaka) October 23, 2023 " class="align-text-top noRightClick twitterSection" data=" ">

ସାଂସଦ ସପ୍ତଗିରି ଉଲାକା ଟ୍ବିଟ କରି କହିଛନ୍ତି, "ଯଦି ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବେ ପାଣ୍ଡିଆନ ଦାଇତ୍ୱ ନିଅନ୍ତି ତେବେ ମୁଁ ଆଶ୍ଚର୍ଯ୍ୟ ହେବିନି। ଏହାର କିଛି ଖବର କାହା ପାଖରେ ନାହିଁ କି ଆଗକୁ କଣ ହେବାକୁ ଯାଉଛି। ସମସ୍ତେ ଜାଣିଛନ୍ତି ରାଜ୍ୟକୁ କିଏ କଣ୍ଟ୍ରୋଲ କରୁଛି।ଏବେ ଛୁଟି ଥିବାବେଳେ ସ୍ବେଚ୍ଛାକୃତ ଅବସର ଆବେଦନ 3 ଦିନ ଭିତରେ କେମିତି ମଞ୍ଜୁର ହେଲା ତାହା ବଡ଼ ପ୍ରଶ୍ନ..ସେ କଟାକ୍ଷ କରି ପାଣ୍ଡିଆନଙ୍କୁ ସୁପରଫାଷ୍ଟ ବୋଲି କହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ-VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ଓଡ଼ିଶା ସରକାରକୁ ପାଣ୍ଡିଆନ ନିୟନ୍ତ୍ରଣ କରୁଥିବା ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି କୋରାପୁଟ ସାଂସଦ । ପ୍ରତ୍ୟେକ୍ଷ ଭାବରେ ନ ହେଲେବି ପରୋକ୍ଷ ଭାବରେ ଏହା କହିବାକୁ ଚେଷ୍ଟା କରିଛନ୍ତି ସପ୍ତଗିରି ଉଲାକା । ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଛି । ବହୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କ କଣ୍ଠରୋଧର ଅବସାନ ଘଟିଲା ।

ଭି କାର୍ତ୍ତିକେୟନ ପାଣ୍ଡିଆନ 2000 ବ୍ୟାଚର ଓଡ଼ିଶା କ୍ଯାଡର IAS ଅଫିସର ହେଉଛନ୍ତି ପାଣ୍ଡିଆନ । ସୋନପୁର, ମୟୂରଭଞ୍ଜ, ଢେଙ୍କାନାଳ ଉପଜିଲ୍ଲାପାଳ ପରେ ଗଞ୍ଜାମ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି । 2005ରୁ 2007 ଯାଏଁ ମୟୁରଭଞ୍ଜ, 2007ରୁ 2011 ଯାଏଁ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭିକେ ପାଣ୍ଡିଆନ, ୨୦୧୯ ମସିହାରୁ 5T ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.