ETV Bharat / state

ନିୟମିତ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକଙ୍କ ପଦଯାତ୍ରା

author img

By

Published : Dec 12, 2022, 8:26 PM IST

Updated : Dec 12, 2022, 9:51 PM IST

ସାନ୍ତାଳୀ ଭାଷାର ମାନ୍ୟତା ଦାବି । ସାନ୍ତାଳୀ ଭାଷାର ମାନ୍ୟତା ଦାବିରେ ଦୀର୍ଘ ୨୮ ଦିନ ଧରି ମୟୂରଭଞ୍ଜ ଜିଲ୍ଲାରୁ ପଦଯାତ୍ରାରେ ଆସି ଭୁବନେଶ୍ବର ପହଞ୍ଚିଛନ୍ତି ସାନ୍ତାଳୀ ଶିକ୍ଷକ । ଅଧିକ ପଢନ୍ତୁ

ନିୟମିତ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକଙ୍କ ପଦଯାତ୍ରା
ନିୟମିତ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକଙ୍କ ପଦଯାତ୍ରା
ନିୟମିତ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକଙ୍କ ପଦଯାତ୍ରା

ଭୁବନେଶ୍ବର: ସାନ୍ତାଳୀ ଭାଷାର ମାନ୍ୟତା ଦାବି । ସାନ୍ତାଳୀ ଭାଷାର ମାନ୍ୟତା ଓ ଶିକ୍ଷକଙ୍କୁ ନିୟମିତ ଦାବୀ ନେଇ ରାଜଧାନୀ ଆସିଛନ୍ତି ସାନ୍ତାଳୀ ଶିକ୍ଷକ । ଦୀର୍ଘ ୨୮ ଦିନ ଧରି ମୟୂରଭଞ୍ଜ ଜିଲ୍ଲାରୁ ପଦଯାତ୍ରାରେ ଆସି ଭୁବନେଶ୍ବର ପହଞ୍ଚିଛନ୍ତି ସାନ୍ତାଳୀ ଶିକ୍ଷକ । ଏହି ପ୍ରତିନିଧି ଦଳର ସଦସ୍ୟଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରକାଶ ସୋରେନ ଏବଂ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ।

ନିୟମିତ ଶିକ୍ଷକ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକ ମାନଙ୍କ 34 ଦିନ ଧରି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । କିନ୍ତୁ ଦାବି ସମାଧାନ ନ ହେବାରୁ ଦାବି ଉପସ୍ଥାପନା ପାଇଁ ନବୀନ ନିବାସ ଅଭିମୁଖେ 28 ଦିନ ଚାଲି ଚାଲି ଆସିବା ବେଳେ ଭୁବନେଶ୍ବର ପାୱାର ହାଉସ ଛକ ନିକଟରେ ଅଟକ ରଖିଛି ପୋଲିସ । ନିଯୁକ୍ତି ପାଇଥିବା ଶିକ୍ଷକ ମାନେ 15 ବର୍ଷ ହେଲା ସର୍ବନିମ୍ନ ଦରମାରେ କାମ କରି ଆସୁଛନ୍ତି । ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଶିକ୍ଷକ ମାନେ ଆଜି ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି ।

ଏବାବଦରେ ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି, "ଆଦିବାସୀଙ୍କ କ୍ଷେତ୍ରରେ ରାଜ୍ୟ ସରକାର କୌଣସି ସହଯୋଗ କରୁନାହାନ୍ତି । ଆଦିବାସୀଙ୍କ ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଆଦିବାସୀମାନଙ୍କ ପାଇଁ କୌଣସି ସୁବିଧା ପାଇପାରୁନାହାନ୍ତି ।

ରାଜ୍ୟରେ ଅନ୍ୟୁନ୍ୟ ୨୦ ଲକ୍ଷ ସାନ୍ତାଳୀ ଲୋକ ରହିଛନ୍ତି । କିନ୍ତୁ ସେମାନଙ୍କ ଭାଷାକୁ ଅବହେଳା କରାଯାଉଛି । ନୂତନ ଶିକ୍ଷା ନିତି ଅନୁସାରେ ଯେତେ ସବୁ ଆଞ୍ଚଳିକ ଭାଷା ରହିଛି ତାକୁ ମାନ୍ୟତା ଦିଆଯାଉ । ସାନ୍ତାଳୀ ଭାଷାର ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ । ଯେଉଁ ନିୟମ ରହିଥିଲା ଏହି ଭାଷାର ଶିକ୍ଷକମାନଙ୍କୁ ୬ ବର୍ଷ ପରେ ନିୟମିତ କରାଯିବ ତାହା କରାଯିବ ସହିତ ବେତନ ମଧ୍ଯ ବୃଦ୍ଧି କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 12, 2022, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.