ETV Bharat / state

ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

author img

By

Published : Nov 3, 2022, 8:42 PM IST

ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି । ରାଜ୍ୟପାଳଙ୍କ ଅନୁପସ୍ଥିତିରେ ରାଜଭବନ ପରିସରରେ ଥିବା ଚନ୍ଦନ ଗଛ ଚୋରି ହୋଇଛି । ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ରାଜଭବନ ପରିସରରୁ ଚନ୍ଦନ କାଠ ଚୋରି, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ରାଜଭବନ ପରିସରରୁ ଚୋରି ହେଲା ଦୁର୍ଲଭ ଚନ୍ଦନ ଗଛ (Sandal wood tree stolen from premises of Raj Bhawan) । କେହି ଚୋର ରାଜଭବନ ପରିସରରେ ଥିବା ପ୍ରାୟ ୩ଟି ଚନ୍ଦନ ଗଛକୁ କାଟି ନେଇଥିବା ଅଭିଯୋଗ ହୋଇଛି । ଏହାପରେ ଏବେ ରାଜଭବନ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ହାଇ ସିକ୍ୟୁରିଟି ଜୋନ୍ ମଧ୍ୟରେ ଥାଇ ମଧ୍ୟ ରାଜଭବନରୁ ଚୋରି ହେବା ପୋଲିସର ପାରିବାପଣିଆ ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।

ଏ ନେଇ କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, " ଗୋଟିଏ ଗଛ ଚୋରି ହୋଇଥିବା ଅଭିଯୋଗ ପହଞ୍ଚିଛି । ଯାହାକୁ ନେଇ ଏକ କେସ ହୋଇଛି ପୋଲିସ ତଦନ୍ତ ଜାରି ରଖିଛି ।" ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି ହେବା ସମ୍ପର୍କରେ ଖବର ନଥିବା କହି ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି ସ୍ଥାନୀୟ ଏସିପି । ତେବେ ସବୁଠୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଜଭବନ । ଏହାର ସୁରକ୍ଷା ଲାଗି ହାଇସିକ୍ୟୁରିଟି ନିୟୋଜିତ ହୋଇଥାନ୍ତି ।

ରାଜଭବନ ପରିସରର ସୁରକ୍ଷା ବ୍ୟବସ୍ଥା ଲାଗି କମିଶନରେଟ ପୋଲିସର ସ୍ବତନ୍ତ୍ର ଡ୍ୟୁଟି ରହିଥାଏ । ଏଠାରୁ ଚୋରି ହେବା ପରେ କମିଶନରେଟ ପୋଲିସର ସିକ୍ୟୁରିଟି ପ୍ରୋଟୋକଲକୁ ଭାଙ୍ଗିବା ଉପରେ ଏକ ବଡ ତୃଟି ହୋଇଛି । ଯାହାକି ପୋଲିସର ପାରିବାପଣିଆ ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟପାଳ ଓଡ଼ିଶାରେ ଅନୁପସ୍ଥିତ ଥିବା ସମୟରେ ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରୁ ଚନ୍ଦନ ଗଛ ଚୋରି ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ମହମ୍ମଦ ମୋକିମ, କଟାକ୍ଷ କଲେ ସୁର

ରାଜଭବନର ବିଭିନ୍ନ ସ୍ଥାନରୁ ଚନ୍ଦନ ଗଛ କଟା ଯାଇଥିବାବେଳେ ସମାନ ପରିସର ଭିତରେ ଥିବା ରାଜ୍ୟପାଳଙ୍କର ପ୍ରମୁଖ ଶାସନ ସଚିବଙ୍କ ବାସଭବନରୁ ମଧ୍ୟ ଗୋଟିଏ ଗଛ ଉଭାନ ହୋଇଯାଇଛି । ଗତ ଅକ୍ଟୋବର ୨୦ ତାରିଖରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହରିୟାଣା ଗସ୍ତରେ ଯାଇଛନ୍ତି । ସେ ନଭେମ୍ବର ୫ ତାରିଖରେ ଓଡ଼ିଶା ଫେରିବେ । ତାଙ୍କ ଅନୁପସ୍ଥିତିରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ପୂର୍ବରୁ ଭାଲୁ ମୁଣ୍ଡିଆ ନାମରେ ଖ୍ୟାତ ପାହାଡ଼ିଆ ଓ ଜଙ୍ଗଲି ଅଞ୍ଚଳରେ ରାଜଭବନ ପ୍ରତିଷ୍ଠା ହୋଇଥିଲା ।

ଏଠାରେ ଶତାଧିକ ଚନ୍ଦନ ଗଛ ସମେତ ବହୁ ମୂଲ୍ୟବାନ ଗଛ ରହିଛି । ଏବେ ପ୍ରଥମ ଥର ପାଇଁ ଚନ୍ଦନ ଗଛ ଚୋରି ହୋଇଛି ନା ନିୟମିତ ଭାବରେ ଏଭଳି ହୋଇଆସୁଛି ତାହା ତଦନ୍ତ ସାପେକ୍ଷ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସେଠାରେ ରହୁନାହାନ୍ତି । ସେ ଅନ୍ୟତ୍ର ରହନ୍ତି । ରାଜଭବନ ପରିସରରେ ଥିବା ତାଙ୍କର ବାସଭବନରେ ରାଜଭବନ ଚିକିତ୍ସାଳୟର ଡାକ୍ତର ରହୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.