ETV Bharat / state

ସରିଲା ଯୁକ୍ତ ଦୁଇ ନାମଲେଖା, ଏବେବି ଦେଢ଼ ଲକ୍ଷ ସିଟ ଖାଲି - ସରିଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ସରିଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବର୍ତ୍ତମାନ ସୁଦ୍ଧା ଆହୁରି ଦେଢ଼ ଲକ୍ଷ ସିଟ ଖାଲି ପଡ଼ିଛି । ଏପଟେ ସିଟ ପୂରଣ ପାଇଁ ସ୍ପଟ ଆଡମିଶନକୁ ଅପେକ୍ଷା । ଅଧିକ ପଢ଼ନ୍ତୁ

plus two admission 2023
ସରିଲା ଯୁକ୍ତ ଦୁଇ ନାମଲେଖା
author img

By

Published : Jul 22, 2023, 10:37 PM IST

ଭୁବନେଶ୍ବର: ସରିଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବର୍ତ୍ତମାନ ସୁଦ୍ଧା ଆହୁରି ଦେଢ଼ ଲକ୍ଷ ସିଟ ଖାଲି ପଡ଼ିଛି । ଦିତୀୟ ପର୍ଯ୍ୟାୟରେ ମାତ୍ର 22 ହଜାର 801 ଜଣ ନାମ ଲେଖାଇଛନ୍ତି । 3ଟି ଜିଲ୍ଲାରେ 10 ହଜାରରୁ ଅଧିକ ଯୁକ୍ତ ଦୁଇ ସିଟ ଖାଲି ପଡ଼ିଛି । ସାମ୍‌ସର ନାମଲେଖା ତଥ୍ୟ ଦେଖିଲେ ରାଜ୍ୟରେ ମୋଟ ସିଟ ସଂଖ୍ୟା 5 ଲକ୍ଷ 9 ହଜାର 245 । ହେଲେ ଏଥିରୁ 3 ଲକ୍ଷ 66 ହଜାର 570 ଜଣ ନାମ ଲେଖାଇଛନ୍ତି । ଆହୁରି 1 ଲକ୍ଷ 42 ହଜାର 675 ସିଟ ଖାଲି ପଡ଼ିଛି । ଏପଟେ ସିଟ ପୂରଣ ପାଇଁ ସ୍ପଟ୍ ନାମଲେଖାକୁ ଅପେକ୍ଷା କରାଯାଇଛି । ସ୍ପଟ୍ ନାମଲେଖା ପାଇଁ 27 ତାରିଖରେ ତାଲିକା ପ୍ରକାଶ ପାଇବ ଏବଂ 29 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ ।

ସାମ୍‌ସ ତଥ୍ୟ ମୁତାବକ, ଚଳିତ ବର୍ଷ ଶିକ୍ଷାବର୍ଷରେ ରାଜ୍ୟର 2 ହଜାର 166 ଯୁକ୍ତ ଦୁଇ କଲେଜରେ 5 ଲକ୍ଷ 9 ହଜାର 245 ସିଟ ପାଇଁ ନାମଲେଖା ହୋଇଥିଲା । ଏହାରି ମଧ୍ୟରୁ 4 ଲକ୍ଷ 72 ହଜାର 279 ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଇଁ ଆବେଦନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ 4 ଲକ୍ଷ 12 ହଜାର 368 ଜଣଙ୍କୁ ସିଟ ଆଲଟମେଣ୍ଟ କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 3 ଲକ୍ଷ 43 ହଜାର 769 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ମାତ୍ର 22 ହଜାର 801 ଜଣ ନାମ ଲେଖିଛନ୍ତି ।ତେବେ ବର୍ତ୍ତମାନ ସୁଦ୍ଧା ମୋଟ 3 ଲକ୍ଷ 66 ହଜାର 570 ଜଣ ନାମ ଲେଖାଇଛନ୍ତି । ରାଜ୍ୟରେ 3ଟି ଜିଲ୍ଲା ରହିଛି ଯାହା 10 ହଜାରରୁ ଅଧିକ ଯୁକ୍ତ ଦୁଇରେ ସିଟ ଖାଲି ପଡ଼ିଛି । କଟକରେ 10 ହଜାର 8ଟି ସିଟ ଖାଲି ଥିବା ବେଳେ ଗଞ୍ଜାମ ଜିଲ୍ଲାରେ 10 ହଜାର 440ଟି ଓ ଖୋର୍ଦ୍ଧା ଜିଲ୍ଲାରେ 10 ହଜାର 441ଟି ସିଟ ଏବେବି ଖାଲି ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ କ୍ଲାସ: ପାଠପଢା ପୂର୍ବରୁ ମାନସ ମନ୍ଥନ

ଅନ୍ୟପଟେ 110ଟି ଉନ୍ନୀତ ସ୍କୁଲରେ ମଧ୍ୟ ଏକାଦଶ ପାଇଁ ନାମଲେଖା କରାଯାଉଛି । ଏଥିରେ ମୋଟ ସିଟ ସଂଖ୍ୟା 13 ହଜାର ରହିଛି । ଏ ପର୍ଯ୍ୟନ୍ତ ଉନ୍ନୀତ ସ୍କୁଲ ଗୁଡିକରେ 9 ହଜାର 300 ସିଟ ପୂରଣ ହୋଇଛି । ବର୍ତ୍ତମାନ ମଧ୍ୟ ଏହାର ନାମଲେଖା ଚାଲିଛି । ଆଗକୁ ଏହାର ସଂଖ୍ୟା ବଢିବାର ସମ୍ଭାବନା ରହିଛି । କାରଣ ଆଗକୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପରେ ଆହୁରି ସିଟ ପୂରଣ ହେବ ବୋଲି ଆଶା କରାଯାଉଛି । ତେବେ କେବଳ ଏହି ଉନ୍ନୀତ ସ୍କୁଲ ଗୁଡିକରେ ବର୍ତ୍ତମାନ ଅଫଲାଇନରେ ନାମ ଲେଖାଇବା ପାଇଁ ସୁଯୋଗ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.