ETV Bharat / state

ସମୁଦ୍ରତଟର ହେବ ଉନ୍ନତୀକରଣ, ଅଢ଼େଇ ବର୍ଷ ପରେ ବସିଲା ସାଗରମାଳା ପ୍ରକଳ୍ପର ୨ୟ ରାଜ୍ୟସ୍ତରୀୟ ବୈଠକ - ବାଣିଜ୍ୟିକ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଅଢ଼େଇ ବର୍ଷ ପରେ ବସିଲା ସାଗରମାଳା ପ୍ରକଳ୍ପର ୨ୟ ରାଜ୍ୟସ୍ତରୀୟ ବୈଠକ । ଗୋପାଳପୁର, ଧାମରା ଓ ପାରାଦ୍ବୀପ ବ୍ୟତୀତ ଅନେକ ସ୍ଥାନରେ ସମୁଦ୍ର ତଟର ହେବ ଉନ୍ନତୀକରଣ । ଅଧିକ ପଢ଼ନ୍ତୁ

ସାଗରମାଳା ପ୍ରକଳ୍ପର ୨ୟ ରାଜ୍ୟସ୍ତରୀୟ ବୈଠକ
ସାଗରମାଳା ପ୍ରକଳ୍ପର ୨ୟ ରାଜ୍ୟସ୍ତରୀୟ ବୈଠକ
author img

By ETV Bharat Odisha Team

Published : Dec 6, 2023, 10:14 PM IST

ଭୁବନେଶ୍ବର: ଲୋକସେବା ଭବନରେ ଆଜି ଆୟୋଜିତ ହୋଇଛି ଓଡ଼ିଶା ରାଜ୍ୟସ୍ତରୀୟ ସାଗରମାଳା କମିଟିର ୨ୟ ବୈଠକ । ଓଡିଶାରେ ପ୍ରାୟ ୪୮୦ କିଲୋମିଟର ରହିଛି ସୁଦୀର୍ଘ ସମୁଦ୍ର ତଟ । ଏହା ମଧ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପରେ ବନ୍ଦର ରହିଛି । ସେସବୁ ସମେତ ଅନ୍ୟ ଯେଉଁଠାରେ ସୁଯୋଗ ରହିଛି, ସାଗରମାଳା ପ୍ରକଳ୍ପ ଆଧାରରେ ତାହାକୁ ଉନ୍ନତିକରଣ କରାଗଲେ ସମୁଦ୍ର ପଥରେ ଓଡିଶା ତଥା ଦେଶର ବାଣିଜ୍ୟିକ ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟିକ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି, "ସାଗରମାଳା ପ୍ରକଳ୍ପ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ରହିଥିବା ବନ୍ଦର ଗୁଡିକର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇବ । ଏହା ସହିତ ବନ୍ଦର ବନ୍ଦର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି, ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ଦର ଅଞ୍ଚଳରେ ଲୋକମାନଙ୍କର ଗୋଷ୍ଠୀଗତ ବିକାଶ ସାଧନ ହୋଇପାରିବ । ସେହିଭଳି ବନ୍ଦରଭିତ୍ତିକ ଜାହାଜ ଚଳାଚଳ ଓ ଅନ୍ତର୍ଜାତୀୟ ଜଳପଥ ପରିବହନ ସୁଗମ ହୋଇପାରିବ । ସମୁଦ୍ର ତଟ ସୁରକ୍ଷା ମଧ୍ୟ ହୋଇପାରିବ ।" ସେହିଭଳି ପ୍ରକଳ୍ପରେ ଥିବା ୬ଟି ପ୍ରମୁଖ ଆଧାର ସଂପର୍କରେ ଏବଂ ରାଜ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ ବିଶଦ ଭାବେ ଆଲୋକପାତ କରିଛନ୍ତି ।

ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପାଣ୍ଠି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପ୍ରକଳ୍ପ ପାଇଁ ଭାରତ ସରକାର ୫୦ ପ୍ରତିଶତ ଅନୁଦାନ ଦେଉଥିବାବେଳେ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ବିଭିନ୍ନ ପର୍ଯ୍ୟାୟରେ ବିନିଯୋଗ ପତ୍ର ପ୍ରଦାନ ଆଧାରରେ ଏହି ପାଣ୍ଠି ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ଚାନ୍ଦିପୁରରେ ମାଛ ଧରିବା ପାଇଁ ବନ୍ଦର ନିର୍ମାଣ, ଭଦ୍ରକ ଜିଲ୍ଲାର କାଣିନାଳୀ ଓ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି ନିର୍ମାଣ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡା ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ନୌକା ଚଳାଚଳ ସେବା ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ସାଗରମାଳା ପ୍ରକଳ୍ପରେ ଏକାଧିକ ପ୍ରକଳ୍ପ ସାମିଲ ପାଇଁ ପ୍ରସ୍ତାବ ଦେବାକୁ ସୁଯୋଗ ରହିଛି । ଏନେଇ ଅଧିକ ପ୍ରସ୍ତାବ ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଶୁଭାରମ୍ଭ; ଚଳିତ ବର୍ଷ ଖର୍ଚ୍ଚ ହେବ ୪୪୮ କୋଟି

ସାଗରମାଳା ପ୍ରକଳ୍ପର ରାଜ୍ୟସ୍ତରରେ ବାଣିଜ୍ୟ ଓ ପରିବହନ ବିଭାଗରେ ନୋଡାଲ ବିଭାଗ ରହିଛି । ବୈଠକରେ ସଂପୃକ୍ତ ବିଭାଗ ଓ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଥିବା ବହୁମୁଖୀ ଯାତ୍ରୀ ପରିବହନ ବସ ସେବା ଲକ୍ଷ୍ମୀ ଯୋଜନା ସଂପର୍କିତ ମାର୍ଗଦର୍ଶିକା ପୁସ୍ତକ ବିଭାଗୀୟ ମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ, ଓଏସ୍‌ଆର୍‌ଟିସି ଏମ୍‌ଡି ଦିପ୍ତେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ସାଗରମାଳା ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ୨୦୨୧ ମସିହା ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ କମିଟିରେ ବାଣିଜ୍ୟ ଓ ପରିବହନ, ଜଳସଂପଦ, ଅର୍ଥ, ଶକ୍ତି, ପୂର୍ତ୍ତ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଇଡ୍‌କୋ, ଇପିକଲ ସମେତ ପାରାଦ୍ବୀପ, ଗୋପାଳପୁର, ଧାମରା ବନ୍ଦର ଆଦିର କର୍ତ୍ତୃପକ୍ଷ ସଦସ୍ୟ ଅଛନ୍ତି । ଭାରତ ସରକାରଙ୍କ ଦ୍ବାରା ସଂପୃକ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଜାତୀୟସ୍ତରରେ ଜାତୀୟ ସାଗରମାଳା ଆପେକ୍ସ କମିଟି ଓ ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ କମିଟି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.