ETV Bharat / state

ଆଜିବି ଅନ୍ଧବିଶ୍ବାସ ଘେରରେ ସମାଜ, ଫାଟୁଆ ରୋଗର ଚିକିତ୍ସା ପାଇଁ ପଡୁଛି କୁକୁଡା ବଳି

author img

By

Published : Aug 12, 2021, 12:12 PM IST

Updated : Aug 12, 2021, 12:19 PM IST

ଅନ୍ଧବିଶ୍ବାସର କରୁଣ ଚିତ୍ର । ଗୋମାତାଙ୍କ ରୋଗ ଭଲ ପାଇଁ ବଳି ପଡ଼ୁଛନ୍ତି କୁକୁଡ଼ା । ଏହା କେଉଁ ଦୁର୍ଗମ ଇଲାକା ନୁହେଁ ଖୋଦ୍ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଦୃଶ୍ୟ । ଅଧିକ ପଢନ୍ତୁ...

ଗୋ ମାତାଙ୍କ ଫାଟୁଆ ରୋଗ ଭଲ ପାଇଁ କୁକୁଡ଼ା ବଳି

ଖୋର୍ଦ୍ଧା: ଅନ୍ଧବିଶ୍ବାସର କରୁଣ ଚିତ୍ର । ଗୋମାତାଙ୍କ ରୋଗ ଭଲ ପାଇଁ ବଳି ପଡ଼ୁଛନ୍ତି କୁକୁଡ଼ା । ଏହା କେଉଁ ଦୁର୍ଗମ ଇଲାକା ନୁହେଁ ଖୋଦ୍ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଦୃଶ୍ୟ । ଯେଉଁଠି ଗାଈଗୋରୁଙ୍କ ମଧ୍ୟରେ ଏବେ ଭୟଙ୍କର ଫାଟୁଆ ରୋଗର ଆତଙ୍କ ଦେଖିବାକୁ ମିଳିଛି । ବେଗୁନିଆ ପ୍ରାଣୀଧନ ବିଭାଗ କୋମାରେ ଥିବାବେଳେ ଏବେ ଗୋ ପାଳକ ଚିକିତ୍ସା ଉପରୁ ଭରଷା ତୁଟାଇ ପାରମ୍ପରିକ ଅନ୍ଧବିଶ୍ବାସକୁ ଆପଣେଇଥିବା ଦେଖିବାକୁ ମିଳିଛି । ତେବେ କୁଆଡ଼େ ବିଶ୍ଵାସ ରହିଛି ଏହି ଫାଟୁଆ ରୋଗର ଉପଶମ ପାଇଁ ଅନ୍ଧକାର ରାତିରେ ଫାଟୁଆ ମା’ଙ୍କ ପୂଜା ସହ କୁକୁଡା ବଳି ପକାଇ ପାଦୁକ ଗାଈଗୋରୁଙ୍କ ଉପରେ ପକାଇଲେ ଏହି ରୋଗରୁ ଉପଶମ ମିଳିଥାଏ।

ଆଜିବି ଅନ୍ଧବିଶ୍ବାସ ଘେରରେ ସମାଜ, ଫାଟୁଆ ରୋଗର ଚିକିତ୍ସା ପାଇଁ ପଡୁଛି କୁକୁଡା ବଳି

ଏପଟେ ଏହାର ଚିକିତ୍ସା ପାଇଁ ବେଗୁନିଆ ପଶୁସମ୍ପଦ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ବେଗୁନିଆ ଅଞ୍ଚଳର ଗାଁ ଗାଁରେ ଗାଈଗୋରୁଙ୍କ କ୍ଷେତ୍ରରେ ଏହି ଫାଟୁଆ ରୋଗ ବ୍ୟାପୁଥିବା ବେଳେ ଏଯାବତ ବେଗୁନିଆ ପଶୁସମ୍ପଦ ବିଭାଗ ତରଫରୁ କୌଣସି ପ୍ରତିଷେଧକ ଅବା ଚିକିତ୍ସାର ବ୍ୟବସ୍ଥା କରାଯାଇନାହିଁ । ଯାହା ଫଳରେ ଶିମୋର, ଗଂପୁର, ପୋଡାଡିହ ଆଦି ଗାଁ ମାନଙ୍କରେ ବିଗତ ଏକ ମାସ ମଧ୍ୟରେ ଅନେକ ଗୋରୁ ମୃତ୍ୟୁବରଣ କଲେଣି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 12, 2021, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.