ETV Bharat / state

Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ

author img

By

Published : Jan 5, 2023, 10:30 PM IST

Updated : Jan 6, 2023, 7:04 AM IST

ରାଜ୍ୟରେ ଜଣକ ପରେ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ । ରାଜଧାନୀ ଭୁବନେଶ୍ବରରେ ଠାବ ହେଲେ ଆଉ ୨ ବିଦେଶୀ (Two more foreigners found in Bhubaneswar) । ଅଧିକ ପଢନ୍ତୁ

Russian Suspicious Death
Russian Suspicious Death
Russian Suspicious Death
Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ

ଭୁବନେଶ୍ବର: ଋଷ ନାଗରିକ ମୃତ୍ୟୁକୁ ନେଇ ପୁଣି ବଢିଲା ସସପେନ୍ସ । ଭୁବନେଶ୍ବରରେ ଠାବ ହେଲେ ଆଉ ୨ଜଣ ବିଦେଶୀ (Two more foreigners found in Bhubaneswar) । ଗତ କିଛି ଦିନ ଧରି ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ବିଦେଶୀ ପର୍ଯ୍ୟଟକ ବିନା ମସିହାରେ ବୁଲୁଥିବା ଠାବ ହୋଇଛନ୍ତି । ଭୁବନେଶ୍ବର ଡିସିପି ଅଫିସରେ ଜଣେ ଆମେରୀକୀୟ ଯୁବକ ଓ ଜାପାନିଜ୍ ଯୁବକ ଠାବ ହୋଇଥିବା ଜଣାପଡ଼ିଛି ।

ଏହି ୨ ବିଦେଶୀ ଠାବ ହେବା ପରେ ରାଜ୍ୟରେ ଯେପରି ଅବାଧ ପ୍ରବେଶ ବାଟ ମୁକୁଳା ପଡ଼ିଥିବା ମନେ ହେଉଛି । ଏହି ୨ ବିଦେଶୀଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ ଏଲେନର ପାସପୋର୍ଟ ବୈଧତା (Passport Valid) ଥିବା ବେଳେ ଭିସା ସରିଯାଇଛି । ଅନ୍ୟ ଜଣେ ଜାପାନ ନାଗରିକ ଯୋଗୀ ଯାହାଙ୍କର ନା ପାସପୋର୍ଟ ଅଛି ନା ଭିସା । ସେ ମଧ୍ୟ ପୁରୀର ଏକ ହୋଟେଲରେ ରୋଷେୟା (Chef) ଭାବେ କାମ କରିଆସୁଛନ୍ତି । ଦୁଇ ବିଦେଶୀ ଏଭଳି ବେଆଇନ ଭାବେ ରହଣି ନେଇ ଖବର ପାଇବା ପରେ ଭୟରେ ଭୁବନେଶ୍ବରରେ ରହୁଥିବା ଡିସିପି ଅଫିସରେ ଯୋଗାଯୋଗ କରିଛନ୍ତି। ଏନେଇ ଦାୟିତ୍ବରେ ଥିବା ଅଧିକାରୀ ସେମାନଙ୍କୁ ସତର୍କ କରାଇଛନ୍ତି ।

କିଛି ଦିନ ତଳେ ରାୟଗଡ଼ାରେ ଋଷର ଦୁଇ ନାଗରିକ ଓ ପାରାଦ୍ବୀପରେ ଜଣେ ରଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହାକୁ ନେଇ ଚହଳ ପଡ଼ିଛି। କାରଣ ଜଣେ ରଷର ସାଂସଦ ତଥା ପୁଟିନଙ୍କ କଡ଼ା ସାମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତ୍ୟୁ ପରେ ଏନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ଚର୍ଚ୍ଚା ସମୟରେ ଭୁବନେଶ୍ବରରୁ ଜଣେ ରଷ ନାଗରିକଙ୍କୁ ଷ୍ଟେସନରେ ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଉଦ୍ଧାର କରି ପୁରୀ ପଠାଇଥିଲା ଜିଆରପି ପୋଲିସ । ଏହାପରେ ତାଙ୍କର ଭିସା ଅବୈଧ ହୋଇଥିବା ବେଳେ ୨୦୧୬ରୁ ଆସି ବେଆଇନ ଭାବେ ଏଠାରେ ରହୁଥିବା ଜଣାପଡ଼ିଥିଲା ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ରାଜ୍ୟରେ ବିଦେଶୀଙ୍କ ବିଚରଣକୁ ନେଇ ଖବର ଘନ ଘନ ପ୍ରସାରଣ ପରେ ଏବେ ଏହି ୨ଜଣ ବିଦେଶୀ ନାଗରିକ ଠାବ ହୋଇଛନ୍ତି । ଭୁବନେଶ୍ବର ଡିସିପି ଅଫିସରେ ଆସି ତାଙ୍କର ବେଆଇନ ରହଣି ନେଇ ପୋଲିସକୁ ଅବଗତ କରାଇଛନ୍ତି। ଦୀର୍ଘଦିନ ଧରି ପୁରୀରୁ ୨ଜଣ ବିଦେଶୀ ରହୁଥିବା ବେଳେ ଏବେ ଏଭଳି ଖବର ଶୁଣି କଟକରେ ଆସି ଜଣେ ରୋଷେୟାଙ୍କ ଘରେ ଶରଣ ନେଇଛନ୍ତି । ତେବେ ରଷର ୩ ନାଗରିକଙ୍କ ମୃତ୍ୟୁ ଘଟଣା ପରେ ଆହୁରି ୩ଜଣ ବିଦେଶୀ ବିନା ଭିସାରେ ଓଡ଼ିଶାର ଗୋଟିଏ ପରେ ଗୋଟିଏ ସହର ବୁଲୁଛନ୍ତି । ନା ଏମାନଙ୍କ ଉପରେ କଟକଣା ଅଛି ନା ଏ ସମ୍ପର୍କରେ ପୁରୀ ଏସପି, କଟକ ଡିସିପି ନା ଭୁବନେଶ୍ବର ଡିସିପି ସମେତ ନା ରାଜ୍ୟ ଗୁଇନ୍ଦା ବିଭାଗ ସଜାଗ ଅଛି ।

ଏନେଇ ଜଣେ ବୈଦେଶିକ ବ୍ୟାପାର‌ ବିଶେଷଜ୍ଞ କହିଛନ୍ତି ଯେ ଏହା ଏକ ଚିନ୍ତାଜନକ ବିଷୟ । ଯଦି ଓଡ଼ିଶାରେ ଏବେ ୩ ଜଣ ଠାବ ହେଲେଣି । ଏହିପରି ଆହୁରି କେତେ ଥିବେ ଏବଂ ଭାରତରେ ଏମିତି କେତେଜଣ ଅଛନ୍ତି ତାହା ଚିନ୍ତାଜନକ। ଆନ୍ତର୍ଜାତିକ ସ୍ତରରେ ନାଗରିକ ବୁଲିବା ଏହା ଜାତୀୟ ସୁରକ୍ଷା ପାଇଁ ବିପଦ। ଗୁଇନ୍ଦା ଏନେଇ ଆଲର୍ଟ ରହିବା ଦରକାର। ସମୟ ଆସିଛି ସତର୍କ ହେବାର । କିଛି ଅଘଟଣ ଘଟିବା ପୂର୍ବରୁ ଏନେଇ ସତର୍କ ହେବାର ଆବଶ୍ୟକ ଅଛି। ବିଶେଷ କରି ଓଡ଼ିଶାରେ, ପଶ୍ଚିମବଙ୍ଗ ରେ ଓ ବିହାରରେ ଏଭଳି ଅନେକ ଘଟଣା ପରେ ଗୁଇନ୍ଦା ପାଇଁ ସତର୍କ ଘଣ୍ଟି ପରି ହୋଇଛି । ଏନେଇ ଗୃହ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଂସଦରେ ଏହି ପ୍ରସଙ୍ଗ ଉଠିବା ଦରକାର ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 6, 2023, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.