ETV Bharat / state

ଖଣି ମାଫିଆଙ୍କ କବଜାରେ ଗ୍ରାମ୍ୟ କାଜୁ ଜଙ୍ଗଲ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଗ୍ରାମବାସୀ

author img

By

Published : Jan 19, 2021, 6:34 PM IST

ଖୋର୍ଦ୍ଧା କାଜୁ ଜଙ୍ଗଲ କାଟି ବେଆଇନ ମାଙ୍ଗଡା ପଥର ଖନନକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ପ୍ରଶାସନ । ଅଧିକ ପଢନ୍ତୁ...

Rural cashew forest in the hands of mining mafia in khurdha
ଖଣି ମାଫିଆଙ୍କ କବଜାରେ ଗ୍ରାମ୍ୟ କାଜୁ ଜଙ୍ଗଲ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଖୋର୍ଦ୍ଧା: ଖଣି ମାଫିଆଙ୍କ କବଜାରେ ଗ୍ରାମ୍ୟ କାଜୁ ଜଙ୍ଗଲ। କାଜୁ ଜଙ୍ଗଲକୁ କାଟି ବେଆଇନ ମାଙ୍ଗଡା ପଥର ଖନନକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ନାଲିପଡା ଅର୍ଜୁନପୁରୁ,ଶରଧାପୁରୁ,ହଳଦୀପଦା ମୌଜାରେ ଏକର ଏକର କାଜୁ ଜଙ୍ଗଲ ରହିଛି । ଶରଧାପୁରୁର କିଛି ଅସାମାଜିକ ଯୁବକ ସେଠାରେ ଥିବା କାଜୁଗଛ ଗୁଡିକୁ କାଟି ବେଆଇନ ଭାବେ ମାଙ୍କଡ଼ା ପଥର ଉତ୍ତୋଳନ କରାଯାଉଛି । ଏ ସମ୍ପର୍କରେ ଶରଧାପୁର ଗ୍ରାମବାସୀ ବାରମ୍ବାର ତହସିଲଦାର, ଉପଜିଲ୍ଲାପାଳ ଓ ଖୋର୍ଦ୍ଧା ପୋଲିସକୁ ଲିଖିତ ଭାବରେ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଜି ପୁଣି ଗ୍ରାମାବାସୀ ଏକତ୍ର ହୋଇ ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ସେଠାରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖନନକୁ ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ନାଲିପଡା ଅର୍ଜୁନପୁରୁ ଶରଧାପୁରୁ ହଳଦୀପଦା ମୌଜାରେ ରହିଛି ୧୦ ରୁ ୧୫ ଏକର କାଜୁ ଜଙ୍ଗଲ । ଏହାଉପରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିର୍ଭରଶୀଳ ରହୁଥିବା ବେଳେ କାଜୁ ନିଗମକୁ ପ୍ରତ୍ୟକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ବର୍ଷ ହେବ ଶରଧାପୁରୁର କିଛି ଅସାମାଜିକ ବ୍ୟକ୍ତି କାଜୁ ଗଛ କାଟି ବେଆଇନ ଭାବେ ମାଙ୍କଡ଼ା ପଥର ଉତ୍ତୋଳନ କରି ଚାଲାଣ କରୁଛନ୍ତି । ସ୍ଥାନୀୟ ଲୋକମାନେ ବିରୋଧ କରି ପ୍ରଶାସନକୁ ବାରମ୍ବାର ଜଣାଇଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆଯାଇନାହିଁ । ଯଦି ଏହାକୁ ପନ୍ଦର ଦିନ ଭିତରେ ବନ୍ଦ ନକରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣାଇବା ସହ ରାଜରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.