ETV Bharat / state

ମିନି ସେକ୍ରେଟେରିଏଟ ହେବ ‘ମୋ ସେବା କେନ୍ଦ୍ର’ - ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା

ଲୋକ ଯୋଜନା ପାଖକୁ ନୁହେଁ, ଯୋଜନା ଲୋକଙ୍କ ହାତପାହାନ୍ତାକୁ ଯିବ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା । ମିନି ସେକ୍ରେଟେରିଏଟ ହେବ ମୋ ସେବା କେନ୍ଦ୍ର । ଅଧିକ ପଢ଼ନ୍ତୁ

ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା

author img

By

Published : Feb 14, 2023, 8:27 PM IST

ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା

ଭୁବନେଶ୍ବର : ବଦଳୁଥିବା ବୈଷୟିକ ଜ୍ଞାନକୌଶଳର ପରିଭାଷା । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା । ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ସେବା । ବିଶ୍ୱରେ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନେଉ ଏକ ଜ୍ଞାନ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଇଲକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଯୋଗଦେଇଥିଲେ। ଏହାସହ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ମାଲକାନଗିରି ଜିଲ୍ଲାପାଳ ଭିଶାଲ ସିଂହ ସାମିଲ ହୋଇ ସରକାରୀ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଥିବା ବିଭିନ୍ନ ଆହ୍ୱାନ ଓ ସୁଯୋଗ ବିଷୟରେ ନିଜର ମତ ରଖିଛନ୍ତି ।

ନୂତନ ଟେକ୍ନୋଲୋଜି ଡିଜିଟାଲ୍‌ ଏବଂ ଫିଜିକାଲ ମଧ୍ୟରେ ସେତୁ ସାଜିବ । ଏହା ସହ ସାଧାରଣ ସେବା ପ୍ରଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାରେ ନୂଆ ବାଟ ମଧ୍ୟ ଦେଖାଇବ । ସେନେଇ କାର୍ଯ୍ୟକ୍ରମରେ ବିଚାରବିମର୍ଶ କରାଯାଇଛି । ଆଗାମୀ ଦଶନ୍ଧିରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆସିବାକୁ ଥିବା ନୂତନତା ଏବଂ ସେଗୁଡ଼ିକର ବ୍ୟବହାରିତା ନେଇ ମଧ୍ୟ ଅଧିବେଶନରେ ଆଲୋଚନା ହୋଇଛି । ନାଗରିକମାନଙ୍କୁ ନିରନ୍ତର ଏବଂ ସ୍ୱଚ୍ଛ ଭାବେ ସେବା ଯୋଗାଇବା, ନୂତନ ମୂଲ୍ୟବୋଧ ପ୍ରଦାନ, ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ନିଜ ନିଜ ସଂସ୍ଥାରେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସରକାରୀ ସଂସ୍ଥାଗୁଡ଼ିକ ନୂତନ ପ୍ରଯୁକ୍ତିବିଦ୍ୟା ଯଥାଶୀଘ୍ର ବ୍ୟବହାର କରିବା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହି ଅଧିବେଶନକୁ ସମ୍ବୋଧିତ କରି ମନୋଜ କୁମାର ମିଶ୍ର କହିଛନ୍ତି, 5-‘ଟି’ ମନ୍ତ୍ରରେ ପ୍ରଯୁକ୍ତିବିଦ୍ୟା ହେଉଛି ଏକ ପ୍ରମୁଖ ଅଂଶ । ବିନା ଆବେଦନରେ ନାଗରିକମାନଙ୍କ ନିକଟରେ ସାଧାରଣ ସେବା ପହଞ୍ଚାଇ ପାରିବାକୁ ପଡିବ । ବିଶ୍ୱରେ ସରକାରୀ ସଂସ୍ଥାଗୁଡ଼ିକ ନୂଆ ବୈଷୟିକ ଜ୍ଞାନକୌଶଳକୁ ଆପଣାଇ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି । ଏପରି କି ପୂର୍ବରୁ ସମାଧାନ ହୋଇପାରୁନଥିବା ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋଇପାରୁଛି । ନୂତନ ଟେକ୍ନୋଲୋଜିଗୁଡ଼ିକ ଦ୍ରୁତ ଗତିରେ ମୁଖ୍ୟ ସ୍ରୋତରେ ପରିଣତ ହେଉଥିବାରୁ ସରକାରୀ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ଟେକ୍ନୋଲୋଜିରେ ମଧ୍ୟ ବିରାଟ ପରିବର୍ତ୍ତନ ଆସିଛି । ଅଧିବେଶନରେ ଜନସାଧାରଣଙ୍କ ମଧ୍ୟରେ ଡିଜିଟାଲ୍‌ ସେବା ନେଇ ବଢୁଥିବା ସଚେତନତା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଯାହା ସହଜ, ଶୀଘ୍ର ଏବଂ ସ୍ୱଚ୍ଛ । ଯୁଗ ସହିତ ତାଳ ଦେଇ ବର୍ତ୍ତମାନ ଆଞ୍ଚଳିକ ସରକାରଗୁଡ଼ିକ ମଧ୍ୟ ନୂଆ ଜ୍ଞାନକୌଶଳ ଆପଣାଇବା ଦିଗରେ ଅଗ୍ରସର ହେଉଛନ୍ତି ଯାହା ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇବ ।

ଜନସେବାଗୁଡ଼ିକୁ ସହଜ ଏବଂ ସରଳ କରିବାର ଏକମାତ୍ର ଉପାୟ ହେଉଛି ସରକାରୀ ସଂସ୍ଥାଗୁଡ଼ିକ ନୂଆ ଟେକ୍ନୋଲୋଜି ଗ୍ରହଣ କରିବା । ଯାହା ସ୍ୱଚ୍ଛତା ବଜାୟ ସହ ଶାସନରେ ନାଗରିକମାନଙ୍କର ଅଧିକ ଅଂଶଗ୍ରହଣ ନିଶ୍ଚିତ କରିବ । ଓଡ଼ିଶାକୁ ଦେଶର ପ୍ରମୁଖ ଆଇଟି ହବ୍‌ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ରହିଛି । ଏହା ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷିତ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସହ ନୂତନତାକୁ ପ୍ରୋତ୍ସାହନ, ଉଦ୍ୟୋଗୀତା ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ । 5-‘ଟି’ ମନ୍ତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଅଂଶ ହୋଇଥିବାରୁ, ଲୋକମାନଙ୍କ ପାଖରେ ସହଜରେ ସରକାରୀ ସୁବିଧା ପହଞ୍ଚାଇବାକୁ ବିଭାଗ ସବୁବେଳେ ଅଭିନବ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ।

ଲୋକମାନଙ୍କୁ ସୁବିଧାରେ ସାଧାରଣ ସେବା ଯୋଗାଇବାର ବୃହତ୍ତର ଲକ୍ଷ୍ୟ ହାସଲ କରିବାକୁ ଓଡ଼ିଶା ବିଭିନ୍ନ ଉଲ୍ଲେଖନୀୟ ଆଇଟି ପଦକ୍ଷେପ ନେଇଛି । ପ୍ରମୁଖ ପଦକ୍ଷେପ ଭାବେ, ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ଓଡ଼ିଶାୱାନ, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଏସପିଡିପି, ସାମ୍ସ, କୃଷକ ଓଡ଼ିଶା, ଗୋ ସୁଗମ, ସଫଳ, ଜନଶୁଣାଣି, ପ୍ୟାଡି ଆନାଲିଟିକ୍ସ, ମାଇନିଂ ଆନାଲିଟିକ୍ସ, ସ୍କଲାରସିପ ପୋର୍ଟାଲ ଆଦି ଅନ୍ୟତମ । ସେହିପରି ରାଜ୍ୟରେ ଇଣ୍ଟରନେଟ ସମସ୍ୟାକୁ ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି । ରାଜ୍ୟରେ 6 ହଜାରରୁ ଅଧିକ ଗାଁ ରେ 2G ବ୍ୟବସ୍ଥା ନାହିଁ । କିଛି ଗାଁରେ ମୋବାଇଲ ସୁବିଧା ବି ନାହିଁ । ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.