ETV Bharat / state

ବାଣୀବିହାରରେ JNU ତାତି, ଦୁଇ ଅଣଛାତ୍ର ଗିରଫ - ବାଣୀବିହାରରେ ଆଲୋଚନା ଚକ୍ରରେ ଉତ୍ତେଜନା

ବାଣୀବିହାରରେ ଛାତ୍ର ଉତ୍ତେଜନା ଘଟଣା । ଦୁଇ ଅଣ ଛାତ୍ରଙ୍କୁ ଗିରଫ କଲା ସହିଦନଗର ପୋଲିସ । ଅଧିକ ପଢ଼ନ୍ତୁ

ବାଣୀବିହାରରେ ଛାତ୍ର ଉତ୍ତେଜନା ଘଟଣା
ruckus at utkal university
author img

By

Published : Feb 13, 2023, 10:48 AM IST

ଭୁବନେଶ୍ବର: ବାଣୀବିହାରରେ ଆଲୋଚନା ଚକ୍ରରେ ଉତ୍ତେଜନା ଘଟଣା । 2 ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଟକ ଦୁଇ ଯୁବକ ହେଲେ ମାନସ ସାହୁ ଏବଂ ସଞ୍ଜୟ ମଲ୍ଲିକ । ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ରବିବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ କିଛି ଛାତ୍ର ଗୋଷ୍ଠୀ ଆସି ଉତ୍ତେଜନା ସୃଷ୍ଟି କରିଥିଲେ ।

ବାଣୀବିହାର କ୍ୟାମ୍ପସରେ JNU ପ୍ରଫେସରଙ୍କୁ ବିରୋଧ ପରେ ଦେଖାଦେଇଥିବା ଉତ୍ତେଜନା ଘଟଣାରେ ଦୁଇ ଛାତ୍ରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମାନସ କୁମାର ସାହୁ ଓ ସଞ୍ଜୟ କୁମାର ମଲ୍ଲିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ପିଜି କାଉନସିଲ ହଲରେ ସିଟିଜେନ ଫୋରମ୍ ପକ୍ଷରୁ ହୋଇଥିବା ଏକ କର୍ମଶାଳାରେ ଗଣ୍ଡଗୋଳ କରିବା, କିଛି ଲୋକଙ୍କୁ ମାଡ଼ ମାରିବା ତଥା ଅଶାଳୀନ ଭାବେ ବ୍ୟବହାର କରିବା ଏବଂ ସର୍ବସାଧାରଣରେ ଆତଙ୍କ ଖେଳାଇବା ଆଦି ମାମଲାରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ଦୁଇ ଜଣ ଅଣଛାତ୍ର ଥିବା ବେଳେ କ୍ୟାମ୍ପସରେ ପଶି ଉତ୍ତେଜନା ଭିଆଇଥିଲେ ।

ରବିବାର ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଡିଟୋରିୟମ ଠାରେ 'ସମ୍ବିଧାନ ଏବଂ ଶିକ୍ଷା' ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା । JNUର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟମାନେ ଆସି ଏହାକୁ ବିରୋଧ କରିଥିଲେ । ଏହାପରେ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିଥିଲେ । ଏପରିକି କିଛି ପ୍ରଫେସରଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଏବିଭିପିର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଆଲୋଚନା ଚକ୍ରରେ ପ୍ରଫେସର ସୁରଜିତ ମଜୁମଦାର ତାଙ୍କ ବକ୍ତବ୍ୟରେ ଦେଶ ବିରୋଧି ମନ୍ତବ୍ୟ କହିଥିବା ଏହି ଛାତ୍ର ସଂଗଠନର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏନେଇ ଗତକାଲିଠୁ (ରବିବାର) କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ଏହି ଘଟଣା ପରେ ଏବିଭିପି କର୍ମକର୍ତ୍ତାମାନେ JNU ପ୍ରଫେସରଙ୍କୁ ଗିରଫ ଦାବି ପାଇଁ ବାଣୀବିହାର କ୍ୟାମ୍ପସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଅନ୍ୟପଟେ କର୍ମଶାଳା ସମୟରେ କିଛି ଅଣଛାତ୍ରଙ୍କ ଏଭଳି ଅଶୋଭନୀୟ ଆଚରଣ ଓ ଗୁଣ୍ଡାଗର୍ଦି ଆତଙ୍କ ଖେଳାଇବା ନେଇ ସିଟିଜେନ ଫୋରମ୍ ପକ୍ଷରୁ ଅଭିଯୋଗ ହୋଇଥିଲା । ଏନେଇ ସହିଦନଗର ଥାନାରେ 2ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା । ଉଭୟ ଗୋଷ୍ଠୀର ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଛି । ଏନେଇ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି । କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.