ETV Bharat / state

ରେଳମନ୍ତ୍ରୀ ଜୀବନ ରକ୍ଷା ପଦକ ପାଇଲେ RPF ସୁବ୍ରତ କୁମାର ମହାରଣା

author img

By

Published : Jan 17, 2023, 11:13 AM IST

ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର ଆରପିଏଫ କନଷ୍ଟେବଳ ସୁବ୍ରତ କୁମାର ମହାରଣା 2020 ବର୍ଷ ପାଇଁ ରେଳମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇଛନ୍ତି। 15 ଫେବୃଆରୀ 2020 ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ। ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା। ଏହି ସମୟରେ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ ଆରପିଏଫ ସୁବ୍ରତ । ଅଧିକ ପଢନ୍ତୁ

ରେଳମନ୍ତ୍ରୀ ଜୀବନ ରକ୍ଷା ପଦକ ପାଇଲେ ଆରପିଏଫ  ସୁବ୍ରତ କୁମାର ମହାରଣା

ଭୁବନେଶ୍ବର: RPF କନେଷ୍ଟବଳ ସୁବ୍ରତ ମହାରଣା ପାଇଲେ ଜୀବନ ରକ୍ଷା ପଦକ । ପୂର୍ବତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର RPF କନଷ୍ଟେବଳ ସୁବ୍ରତ କୁମାର ମହାରଣା 2020 ବର୍ଷ ପାଇଁ ରେଳମନ୍ତ୍ରୀ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପାଇଲେ ସୁବ୍ରତ ।

ପୂର୍ବତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର RPF କନଷ୍ଟେବଳ ସୁବ୍ରତ କୁମାର ମହାରଣା 2020 ବର୍ଷ ପାଇଁ ରେଳମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇଛନ୍ତି । 15 ଫେବୃଆରୀ 2020ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ। ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା। ଏହି ସମୟରେ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ ଆରପିଏଫ ସୁବ୍ରତ ।

ଉକ୍ତ ମହିଳା ନୁଆ ଏକ ଜୀବନ ପାଇଥିଲେ। 15 ଫେବୃଆରୀ, 2020 ରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର 1ରେ ଘଟିଥିଲା ଘଟଣା । ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସୁବ୍ରତ କୁମାର ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା । ଏନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସୁବ୍ରତ କୁମାର ମହାରଣାଙ୍କୁ ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୂୟଶୀ ପ୍ରଶଂସା କରିଛନ୍ତି । ସୁବ୍ରତ କୁମାର ମହାରଣାଙ୍କୁ ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।

ଅନ୍ୟପଟେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଇତି ମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁ ନିରୀକ୍ଷଣ କରିଛନ୍ତି । ନୂଆଗାଁ ଓ ଦଶପଲ୍ଲା ମଧ୍ୟରେ ଚାଲୁରହିଥିବା ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବା ରୋଡ ଓଭର ବ୍ରିଜ (ROB) କାର୍ଯ୍ୟର ଯାଞ୍ଚ କରିଛନ୍ତି ଏବଂ ୱିଣ୍ଡୋ ଟ୍ରେଲିଂ ସହିତ ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନର ନିରାପତ୍ତା ଓ ଟ୍ରାଫିକ ସୁବିଧା କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ମାର୍ଚ୍ଚ 2023 ସୁଦ୍ଧା ନୂଆଗାଁ ଏବଂ ଦଶପଲ୍ଲା ମଧ୍ୟରେ ଥିବା 15.5 କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ 57ଟି ମାଇନର ଏବଂ 3ଟି ମେଜର ବ୍ରିଜ ସହିତ 15ଟି ରୋଡ ଅଣ୍ଡର ବ୍ରିଜ୍ (RUBs) ଏବଂ 4ଟି ରୋଡ ଓଭର ବ୍ରିଜ୍ (ROB) ସହିତ ଅନ୍ୟାନ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ 190 କୋଟି ଟଙ୍କା ମଞ୍ଜୁର କରାଯାଇଛି । 301 କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ 115.36 କିଲୋମିଟର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼-ନୂଆଗାଁ 90.43 କିଲୋମିଟର ଏବଂ ବଲାଙ୍ଗୀରଠାରୁ ଝାରତରଭା 24.93 କିଲୋମିଟର ରହିଛି । ନିର୍ମାଣାଧୀନ କାର୍ଯ୍ୟ ମଧ୍ୟରୁ ନୂଆଗାଁ-ଦଶପଲ୍ଲା 15.445 କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ 2023 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଝାରତରଭା-ଖମ୍ବେଶ୍ୱରପଲ୍ଲୀ-ସୋନପୁର (11.40 + 10.30 = 21.70 କିଲୋମିଟର) ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ 2023 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.