ETV Bharat / state

ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତାରୋକ

7ତାରିଖରୁ ନିଖୋଜ ଥିଲେ କୋଦବେରେଣି ଗାଁର ଶାନ୍ତିଲତା ମହାପାତ୍ରଙ୍କ ପୁଅ ହେଉଛନ୍ତି ବିଶ୍ୱଜିତ ମହାପାତ୍ର । ଗତକାଲି (ସୋମବାର) ନବାଳକଟିର ମୃତଦେହ ତାଙ୍କ ଘର ନିକଟସ୍ଥ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

author img

By

Published : May 14, 2019, 3:48 AM IST

Updated : May 14, 2019, 9:19 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗତ 7ତାରିଖରୁ ନିଖୋଜ ଥିଲା ପୁଅ । ଥାନାରେ ଅଭିଯୋଗ କଲା ପରେ ମଧ୍ୟ ତଦନ୍ତ କରାଯାଇ ନଥିଲା । ଅନ୍ୟପଟେ ନିଖୋଜ ହେବାର 6 ଦିନ ପରେ ସ୍ଥାନୀୟ ଜଙ୍ଗଲରୁ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣି ଗାଁରେ । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ତେବେ କୋଦବେରେଣି ଗାଁର ଶାନ୍ତିଲତା ମହାପାତ୍ରଙ୍କ ପୁଅ ହେଉଛନ୍ତି ବିଶ୍ୱଜିତ ମହାପାତ୍ର । ବିଶ୍ବଜିତ୍‌ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ଗତ 7 ତାରିଖରୁ ସେ କୁଆଡେ ନିଖୋଜ ଥିଲେ । ତାଙ୍କର ନିଖୋଜ ନେଇ ମା' ଶାନ୍ତିଲତା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଅଭିଯୋଗ କରିବାର 6 ଦିନ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥିବା କହିଛନ୍ତି ନାବଳକଙ୍କ ମା ଶାନ୍ତିଲତା ।

ଗତକାଲି (ସୋମବାର) ନବାଳକଟିର ମୃତଦେହ ତାଙ୍କ ଘର ନିକଟସ୍ଥ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି । ତେବେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରତିବାଦରେ 48ନଂ ରାଜ୍ୟ ରାଜପଥକୁ ସ୍ଥାନୀୟ ଲୋକ କୋଦବେରେଣିଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ସହ ଗାଁରେ ପେଟ୍ରୋଲିଂ ପାଇଁ ମଧ୍ୟ ଦାବି କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 14, 2019, 9:19 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.